ଅସୁରକ୍ଷିତ ଧାର୍ମିକସ୍ଥଳ ! ଠାକୁରଙ୍କୁ ବି ଛାଡ଼ୁନାହାନ୍ତି, ଲୁଟେରାଙ୍କ ଟାର୍ଗେଟ୍‌ରେ ମନ୍ଦିର

Advertisment

ପୁରୀ ଜିଲ୍ଲା ନିମାପଡ଼ା ଅଞ୍ଚଳରେ ଲଗାତାର ମନ୍ଦିର ଚୋରି ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳାଇ ଦେଇଛି । କିଛି ଦିନ ପୂର୍ବରୁ ଗୋପର ମା’ ନାରାୟଣୀ ଓ ମା ଗେଲବାଇ ମନ୍ଦିରରୁ ଚୋରି ଘଟଣା ପରେ ନିମାପଡ଼ାର ପ୍ରସିଦ୍ଧ ବାବା ବାଲୁଙ୍କେଶ୍ୱର ମନ୍ଦିରରୁ ବିଳମ୍ବିତ ରାତିରେ ହୋଇଛି ଲୁଟ୍‌ ।

ପୁରୀ ଜିଲ୍ଲା ନିମାପଡ଼ା ଅଞ୍ଚଳରେ ଲଗାତାର ମନ୍ଦିର ଚୋରି ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳାଇ ଦେଇଛି । କିଛି ଦିନ ପୂର୍ବରୁ ଗୋପର ମା’ ନାରାୟଣୀ ଓ ମା ଗେଲବାଇ ମନ୍ଦିରରୁ ଚୋରି ଘଟଣା ପରେ ନିମାପଡ଼ାର ପ୍ରସିଦ୍ଧ ବାବା ବାଲୁଙ୍କେଶ୍ୱର ମନ୍ଦିରରୁ ବିଳମ୍ବିତ ରାତିରେ ହୋଇଛି ଲୁଟ୍‌ ।

Temples Under Threat

Temples Under Threat Photograph: (Kanak News)

କନକ ବ୍ୟୁରୋ : ବିପଦରେ ଧାର୍ମିକସ୍ଥଳ । ଲଗାତାର ମନ୍ଦିର ଚୋରିକୁ ନେଇ ସାରା ରାଜ୍ୟରେ ଏବେ ଭୟର ବାତାବରଣ । ମନ୍ଦିରର ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କରୁଛନ୍ତି ଲୋକେ । ଏହା ପୁଲିସ୍‌ର କାର୍ଯ୍ୟଦକ୍ଷତା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ପୁରୀ ଜିଲ୍ଲା ନିମାପଡ଼ା ଅଞ୍ଚଳରେ ଲଗାତାର ମନ୍ଦିର ଚୋରି ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳାଇ ଦେଇଛି । କିଛି ଦିନ ପୂର୍ବରୁ ଗୋପର ମା’ ନାରାୟଣୀ ଓ ମା ଗେଲବାଇ ମନ୍ଦିରରୁ ଚୋରି ଘଟଣା ପରେ ନିମାପଡ଼ାର ପ୍ରସିଦ୍ଧ ବାବା ବାଲୁଙ୍କେଶ୍ୱର ମନ୍ଦିରରୁ ବିଳମ୍ବିତ ରାତିରେ ହୋଇଛି ଲୁଟ୍‌ । ରାତି ଅଧରେ ଦୁର୍ବୃତ୍ତମାନେ ମନ୍ଦିରରେ ପଶି ଦାନବାକ୍ସ ଭାଙ୍ଗି ଲୁଟିବା ସହ ପିତ୍ତଳ ବାସନକୁସନ ନେଇ ଫେରାର ହୋଇଯାଇଛନ୍ତି । ଏନେଇ ଖବର ପାଇ ନିମାପଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଅଧିକ ପଢ଼ନ୍ତୁ : 

ମାଲକାନଗିରି ସଦର ମହକୁମା ସ୍ଥିତ ଦୁର୍ଗା ମା’ଙ୍କ ମନ୍ଦିରରୁ ଲୁଟ ହୋଇଛି । ମନ୍ଦିର ତାଲା ଭାଙ୍ଗି ମା’ଙ୍କ ସୁନା ହାର, ପାଉଁଜି ଓ ଅନ୍ୟାନ୍ୟ ଅଳଙ୍କାର ଲୁଟିନେଇଛନ୍ତି ଦୁର୍ବୃତ୍ତ । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ମଣିଷ ତ’ ଛାଡ଼ ଠାକୁର ବି ଏଠି ସୁରକ୍ଷିତ ନାହାନ୍ତି । ଲଗାତାର ମନ୍ଦିର ଚୋରି ଘଟଣା ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇପଡ଼ିଛି । ଧାର୍ମିକ ସ୍ଥାନଗୁଡ଼ିକର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି । ଶୀଘ୍ର ଦୁବୃର୍ତ୍ତ ମାନଙ୍କୁ ଗିରଫ କରି କଠୋର କାର୍ଯ୍ୟାନୁଷ୍ଠାନ ସହ ମନ୍ଦିରର ସୁରକ୍ଷା ଦିଗରେ ଗୁରୁତ୍ୱ ଦେବାକୁ ଦାବି ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe