କନକ ବ୍ୟୁରୋ : ସମସ୍ତେ ଜାଣନ୍ତି ସାହାଜାହାଁ ତାଙ୍କ ପତ୍ନିଙ୍କ ସ୍ମୃତିରେ ତାଜମହଲ ତିଆରି କରିଥିଲେ । ଆଜିବି ତାଜମହଲ ଦେଖିଲେ ତାଙ୍କ ଭଲପାଇବାର ପ୍ରତିକ ଭାବେ ସମସ୍ତେ ତାଙ୍କୁ ମନେ ପକାନ୍ତି । ସାରା ବିଶ୍ବରେ ଶାହାଜାହାନ ମମତାଜଙ୍କ କାହାଣୀ ଅମର ହୋଇ ରହିଛି । ସେହିପରି ବିହାର ଛପରାରେ ଦେଖିବାକୁ ମିଳିଛି ଜଣେ ବ୍ୟକ୍ତିତ୍ବଙ୍କୁ ଯିଏକି ଏପରି ତାଙ୍କ ପତ୍ନିଙ୍କ ସ୍ମୃତିରେ ଅଢେଇ କୋଟି ଟଙ୍କାର ଭବ୍ୟ ଶିବ ମନ୍ଦିର ନିର୍ମାଣ କରୁଛନ୍ତି । ଏଥିରେ ତାଙ୍କୁ ପୁରା ଜିଲ୍ଲାର ଲୋକମାନେ ମଧ୍ୟ ସହଯୋଗ କରୁଛନ୍ତି । ଏହି ମନ୍ଦିରର ନିର୍ମାଣ ବିହାରର ମାଞ୍ଜି ପ୍ରଖଣ୍ଡ ଅନ୍ତର୍ଗତ ଗୋବରାହି ଗାଁରେ କରାଯାଉଛି ।
କୁହାଯାଉଛି ଯେ, ବିହାରର ବିଜୟ ସିଂ ତାଙ୍କ ସ୍ବର୍ଗୀୟ ପତ୍ନି ରେଣୁ ଦେବୀଙ୍କ ସ୍ମୃତିରେ ଏହି ମନ୍ଦିର ନିର୍ମାଣ କରୁଛନ୍ତି । ବାବା ଭୋଲେନାଥଙ୍କ ଭକ୍ତ ଥିଲେ ତାଙ୍କ ପତ୍ନି । ତାଙ୍କ ଦେହାନ୍ତ ପରେ ବିଜୟ ସିଂ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ତାଙ୍କର ଏହି ମହତ୍ କାର୍ଯ୍ୟରେ ସ୍ଥାନୀୟ ଲୋକଙ୍କ ସାହାର୍ଯ୍ୟ ମଧ୍ୟ ମିଳିବାକୁ ଲାଗିଲା । ଏହି ମନ୍ଦିରର ନିର୍ମାଣ ଶିବ ଶକ୍ତି ଧାମ ନାମରେ ସ୍ଥାପିତ କରାଯାଉଛି । ବିହାର ଏବେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ସ୍ଥାନୀୟ ଲୋକେ ବିଜୟଙ୍କୁ ବାଃ ବାଃ ଦେବା ସହ ଆଗାମି ଦିନରେ ଦ୍ବାରିକାଧିଶ ମନ୍ଦିର ପରି ଏହି ସ୍ଥାନ ମଧ୍ୟ ପର୍ଯ୍ୟଟନୀ ସ୍ଥଳ ଭାବରେ ଭାବରେ ଜଣାଯିବ ।