କନକ ବ୍ୟୁରୋ: ଆସନ୍ତାକାଲିଠାରୁ ଖସିବ ତାପମାତ୍ରା । କମିବ ଗୁଳୁଗୁଳି । ଆଗାମୀ ୭ ଦିନ ଯାଏ ଜାରି ରହିବ ବର୍ଷା । ୨ରୁ ୩ ଡିଗ୍ରି ଯାଏ ଖସିବ ତାପମାତ୍ରା । କାରଣ ରାଜ୍ୟକୁ ଫେରୁଛି ମୌସୁମୀ ଜନିତ ବର୍ଷା । ଆସନ୍ତା ୧୪ ତାରିଖ ପରେ ରାଜ୍ୟର ଅନେକ ଜିଲ୍ଲାରେ ମୌସୁମୀ ଜନିତ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଆଗାମୀ ୪ ଦିନ ଯାଏ ବିଭିନ୍ନ ଜିଲ୍ଲାରେ ବଜ୍ରପାତ ହେବା ନେଇ ସତର୍କତା ଅବଲମ୍ବନ ପାଇଁ ସୂଚନା ଦେଇଛି ଆଂଚଳିକ ପାଣିପାଗ ବିଭାଗ । ସେପଟେ ଗତ ୨୪ ଘଣ୍ଟା ଭିତରେ କାଳ ବୈଶାଖୀ ବର୍ଷା ରାଜ୍ୟର ବିଭିନ୍ନ ଜିଲ୍ଲାରେ ହେଉଥିବା ବେଳେ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି । ୬୬ ଦଶମିକ ୪ ମିଲିମିଟର ରେକର୍ଡ କରିଛି ପାଣିପାଗ ବିଭାଗ । ୭ ଦିନ ପାଇଁ ରାଜ୍ୟର ସମସ୍ତ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ବର୍ଷା ଲାଗି ରହିବ । ସେହି ସମୟରେ ୩୦ରୁ ୪୦ କିଲୋମିଟର ବେଗରେ ଝଟକା ପବନ ବହିପାରେ । ଆଗାମୀ ୨୪ ଘଣ୍ଟା ପାଇଁ ରାଜ୍ୟର ଗୋଟେ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସହିତ ଝଟକା ପବନ ବି ବହିପାରେ । ସେଥିପାଇଁ ମୟୂରଭଞ୍ଜ, ବାଲେଶ୍ବର, ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି, ସହିତ ଅନ୍ୟ ଜିଲ୍ଲା ମାନଙ୍କରେ ବଜ୍ରପାତ ନେଇ ସତର୍କତା ଜାରି କରିଛି ବିଭାଗ ।
ଆସନ୍ତାକାଲିଠାରୁ ଖସିବ ତାପମାତ୍ରା: ୨ରୁ ୩ ଡିଗ୍ରି ଯାଏ ଖସିବ ପାରଦ, କମିବ ଗୁଳୁଗୁଳି
ରାଜ୍ୟକୁ ଫେରୁଛି ମୌସୁମୀ ଜନିତ ବର୍ଷା । ଆସନ୍ତା ୧୪ ତାରିଖ ପରେ ରାଜ୍ୟର ଅନେକ ଜିଲ୍ଲାରେ ମୌସୁମୀ ଜନିତ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର ।
/kanak/media/media_files/2025/06/11/g1u3asRhc69Mxi3QbFgs.jpg)