କନକ ବ୍ୟୁରୋ : କଲବଲ କରୁଛି ତାତି । ପ୍ରବଳ ଗରମରେ ସନ୍ତୁଳି ହେଉଛି ଜନଜୀବନ । ରାଜ୍ୟରେ ଅସହ୍ୟ ଗରମ ସହ ଝାଞ୍ଜି ପବନ ବହୁଛି । ଘରୁ ବାହାରିବା କଷ୍ଟକର । ଅସହ୍ୟ ଗୁଳୁଗୁଳିରେ ଅଣନିଶ୍ବାସୀ ହେଇପଡୁଛନ୍ତି ଲୋକେ । ସକାଳ ସାଢେ ୮ଟାରେ ୩୫ ଡିଗ୍ରି ଛୁଇଁଲା ପାରଦ । ଝାରସୁଗୁଡା ୩୫ ଡିଗ୍ରି ରେକର୍ଡ କରାଯାଇଥିବାବେଳେ ସମ୍ବଲପୁର ୩୪.୪ ଡିଗ୍ରି ରେକର୍ଡ କରାଯାଇଛି । ସେହିପରି ହୀରାକୁଦ ୩୪.୪, ରାଉରକେଲା ୩୩.୬ ଡିଗ୍ରି, ଚାନ୍ଦବାଲି ଓ ପୁରୀ ତାପମାତ୍ରା ୩୨.୬ ଡିଗ୍ରି ରେକର୍ଡ କରାଯାଇଛି । ସେହିପରି ରାଜଧାନୀ ଭୁବନେଶ୍ବର ୩୨.୪ ଡିଗ୍ରି ରେକର୍ଡ କରାଯାଇଛି ।
ଉପକୂଳରେ ଆର୍ଦ୍ରତା ଅଧିକ ଯୋଗୁଁ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି । ଉପକୂଳରୁ ଉତ୍ତର, ପଶ୍ଚିମରୁ ଦକ୍ଷିଣ ସବୁଠି ଯେମିତି ଆକାଶରୁ ଖସୁଛି ନିଆଁ । ବିଶେଷ କରି ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ଖରା ଯୋଗୁଁ ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି । ରାଜ୍ୟରେ ଏଭଳି ଅସହ୍ୟ ଖରା ଆହୁରି ୪ ଦିନ ଲାଗିରହିବ । ୧୫ ତାରିଖ ପର୍ଯ୍ୟନ୍ତ କିଛି ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରି ଟପିବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଅଧିକାଂଶ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ଗତକାଲି ୧୯ଟି ସହରରେ ତାପମାତ୍ରା ୪୦ ଡିଗ୍ରି ପାର୍ କରିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/05/12/Y89K4YUXmGbTQJcQ3mrd.jpg)