କନକ ବ୍ୟୁରୋ: କଲବଲ କଲାଣି ତାତି । ବୌଦ୍ଧରେ ତାପମାତ୍ରା ଏଥର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଶନିବାର ବୌଦ୍ଧ ଦେଶର ସବୁଠାରୁ ଉତ୍ତପ୍ତ ସହର ରହିଥିବାବେଳେ ତାପମାତ୍ରା ୪୩ ଡିଗ୍ରୀ ଛୁଇଁପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ୨ ଦିନ ଯାଏଁ ସିଭିୟର ହିଟ ୱେଭ୍ ଜାରି ରହିବ ।
୧୭ ତାରିଖ
- ଝାରସୁଗୁଡା, ସମ୍ବଲପୁର, କଳାହାଣ୍ଡି ଜିଲ୍ଲାରେ ସିଭିୟର ହିଟ ୱେଭ ରେଡ ଆଲର୍ଟ
- ବଲାଙ୍ଗୀର, ସୋନପୁର, ବୌଦ୍ଧ, ସୁନ୍ଦରଗଡରେ ଅରେଞ୍ଜ ୱାର୍ଣ୍ଣିଂ
- କେନ୍ଦୁଝର,ଅନୁଗୁଳ, ଢେଙ୍କାନାଳ ଓ ମୟୁରଭଞ୍ଜରେ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ
୧୮ ତାରିଖ
- ଝାରସୁଗୁଡା ଓ ସମ୍ବଲପୁର ଜିଲ୍ଲାକୁ ହିଟୱେଭ ପାଇଁ ଅରେଞ୍ଜ ୱାର୍ଣ୍ଣିଂ
- ସୋନପୁର, ବୌଦ୍ଧ, ବଲାଙ୍ଗୀର, ଅନୁଗୁଳ ଓ କଳାହାଣ୍ଡିରେ ୟେଲୋ ୱାର୍ଣ୍ଣିଂ
୧୯ ତାରିଖ
- ବଲାଙ୍ଗୀର, କଳାହାଣ୍ଡି, ବୌଦ୍ଧ, ସମ୍ବଲପୁରରେ ହିଟ ୱେଭ ସତର୍କତା ଜାରି ହୋଇଛି
୪ ଦିନ ପରେ ଅର୍ଥାତ ୨୦ ତାରିଖ ବେଳକୁ କମିବ ତାପମାତ୍ରା । ୨ ରୁ ୪ ଡିଗ୍ରୀ ତାପମାତ୍ରା ହ୍ରାସ ହେବାର ସମ୍ଭାବନା ରହିଛି । ବିଜୁଳି ଘଡଘଡି ସହ କିଛି ଜିଲ୍ଲାରେ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ବର୍ଷା ଯୋଗୁଁ ଅସମ୍ଭାଳ ତାତିରୁ ସାମାନ୍ୟ ଆଶ୍ବସ୍ତି ମିଳିପାରେ ବୋଲି ବିଭାଗ ଆକଳନ କରିଛି। ଅନୁଗୁଳ,ସମ୍ବଲପୁର ଝାରସୁଗୁଡା,କେନ୍ଦୁଝର,ଦେଓଗଡ, ମୟୂରଭଞ୍ଜ ଓ ସୁନ୍ଦରଗଡରେ ବର୍ଷା ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ବର୍ଷା ସମୟରେ ୩୦ ରୁ ୪୦ କିମି ପଵନ ବୋହିବା ସମ୍ଭାବନା ରହିଛି ।
ଝାରସୁଗୁଡା ଓ ସମ୍ବଲପୁର ସମେତ ପଶ୍ଚିମ ଓଡିଶାରେ ତାତି କଲବଲ କଲାଣି । ଅନୁଗୁଳ, ମୟୂରଭଞ୍ଜ, ସୋନପୁର ଓ ବୌଦ୍ଧରେ ହିଟ ୱେଭ୍ ବା ପ୍ରବଳ ଖରାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି ।