ରେକର୍ଡ ଭାଙ୍ଗୁଛି ତାପମାତ୍ରା; ଆଜି ୩ ସହରର ପାରଦ ୪୦ ଡିଗ୍ରୀ ଟପିଲା

Advertisment

୩ ସହରର ପାରଦ ୪୦ ଡିଗ୍ରୀ ଟପିଥିବା ବେଳେ ୩୭ ଡିଗ୍ରୀ ଉପରେ ରହିଛି ୧୦ ସହର । ଝାରସୁଗୁଡାରେ ସର୍ବାଧିକ ୪୧ ଦଶମିକ ୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ସମ୍ବଲପୁରରେ ୪୦ ଦଶମିକ ୩ ଡିଗ୍ରୀ ଛୁଇଁଲା । 

୩ ସହରର ପାରଦ ୪୦ ଡିଗ୍ରୀ ଟପିଥିବା ବେଳେ ୩୭ ଡିଗ୍ରୀ ଉପରେ ରହିଛି ୧୦ ସହର । ଝାରସୁଗୁଡାରେ ସର୍ବାଧିକ ୪୧ ଦଶମିକ ୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ସମ୍ବଲପୁରରେ ୪୦ ଦଶମିକ ୩ ଡିଗ୍ରୀ ଛୁଇଁଲା । 

Temperature-7

କନକ ବ୍ୟୁରୋ: ରାଜ୍ୟରେ ରେକର୍ଡ ଭାଙ୍ଗୁଛି ତାପମାତ୍ରା । ଆଜି ୩ ସହରର ପାରଦ ୪୦ ଡିଗ୍ରୀ ଟପିଥିବା ବେଳେ ୩୭ ଡିଗ୍ରୀ ଉପରେ ରହିଛି ୧୦ ସହର । ଝାରସୁଗୁଡାରେ ସର୍ବାଧିକ ୪୧ ଦଶମିକ ୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ସମ୍ବଲପୁରରେ ୪୦ ଦଶମିକ ୩ ଡିଗ୍ରୀ, ହୀରାକୁଦରେ ୪୦ ଦଶମିକ ୧ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ରାଉରକେଲାରେ ୩୯ ଦଶମିକ ୪ ଡିଗ୍ରୀ , କେନ୍ଦୁଝରରେ ୩୭ ଦଶମିକ ୯ ଡିଗ୍ରୀ, ଚାନ୍ଦବାଲିରେ ୩୭ ଦଶମିକ ୮ ଡିଗ୍ରୀ, ବାଲେଶ୍ୱର ୩୭ ଦଶମିକ ୬ ଡିଗ୍ରୀ, ଭୁବନେଶ୍ୱରରେ ୩୭ ଦଶମିକ ୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଏନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତକାଲି ହୋଲିରେ ମଧ୍ୟ ପ୍ରବଳ ଗରମ ଅନୁଭୂତ ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe