କନକ ବ୍ୟୁରୋ: ହୋଲିରେ ସିଝୁଛି ସାରା ଓଡ଼ିଶା । ଦିନ ସାଢ଼େ ୨ଟା ସୁଦ୍ଧା ୪୦ ଟପିଲା ତାତି । ୨ଟି ସହରରେ ୪୦ ଡିଗ୍ରୀ ଡେଇଁଲା ତାପମାତ୍ରା । ଝାରସୁଗୁଡ଼ାରେ ସର୍ବାଧିକ ୪୦. ୨ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ସମ୍ବଲପୁରରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ରାଉରକେଲାରେ ୩୯. ୪ ଡିଗ୍ରୀ, ହୀରାକୁଦରେ ୩୯ ଡିଗ୍ରୀ, କେନ୍ଦୁଝରରେ ୩୭. ୬ ଡିଗ୍ରୀ ଏବଂ ଭୁବନେଶ୍ବର ଓ ଚାନ୍ଦବାଲିରେ ୩୭ ଡିଗ୍ରୀ ତାପପାତ୍ରା ରେକର୍ଡ ହୋଇଛି। ସେପଟେ ୫ଦିନ ପାଇଁ ହିଟୱେଭ୍ ଜାରି ହୋଇଛି।
ଏହାସହ ୩ଜିଲ୍ଲାକୁ ଜାରି ହୋଇଛି ଅରେଞ୍ଜ ୱାର୍ଣ୍ଣିଂ । ରାଜ୍ୟରେ ୫ଦିନ ଯାଏଁ ପ୍ରବଳ ଖରା ସହ ହିଟୱେଭର ପ୍ରଭାବ ଜାରି ରହିବ । ୩ଜିଲ୍ଲାରେ ଭୀଷଣ ଗ୍ରୀଷ୍ମପ୍ରବାହ ନେଇ ଚେତାବନୀ ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଝାରସୁଗୁଡ଼ା, ମୟୁରଭଞ୍ଜ ଓ ସମ୍ବଲପୁର ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ସୁନ୍ଦରଗଡ, ବୌଦ୍ଧ, ବଲାଙ୍ଗୀର ପାଇଁ ହିଟୱେଭ୍ ୱାର୍ଣ୍ଣିଂ ଜାରି କରାଯାଇଛି । ରାତି ତାପମାତ୍ରା ବଢିବା ସହ ଗୁଳୁଗୁଳି ଅନୁଭୂତ ହେବ।