ଆଗକୁ କଲବଲ କରିବ ତାତି, ୫ ଡିଗ୍ରୀ ବଢ଼ିବା ନେଇ ପାଣିପାଗ ବିଭାଗର ଆକଳନ

Advertisment

ଆଗକୁ କଲବଲ କରିବ ତାତି । ୫ଦିନରେ ୫ ଡିଗ୍ରୀ ବଢ଼ିବା ନେଇ ପାଣିପାଗ ବିଭାଗର ଆକଳନ । ସେପଟେ ଖରା ଆରମ୍ଭରୁ ଜଙ୍ଗଲରେ ନିଆଁ । ଆୟତ୍ତ କରିବାରେ ବନବିଭାଗ ଫେଲ୍ । ରାୟଗଡା, ସୁନ୍ଦରଗଡ ଓ ବୌଦ୍ଧରୁ ଆସିଲା ଚିନ୍ତାଜନକ ଚିତ୍ର ।

ଆଗକୁ କଲବଲ କରିବ ତାତି । ୫ଦିନରେ ୫ ଡିଗ୍ରୀ ବଢ଼ିବା ନେଇ ପାଣିପାଗ ବିଭାଗର ଆକଳନ । ସେପଟେ ଖରା ଆରମ୍ଭରୁ ଜଙ୍ଗଲରେ ନିଆଁ । ଆୟତ୍ତ କରିବାରେ ବନବିଭାଗ ଫେଲ୍ । ରାୟଗଡା, ସୁନ୍ଦରଗଡ ଓ ବୌଦ୍ଧରୁ ଆସିଲା ଚିନ୍ତାଜନକ ଚିତ୍ର ।

43-temperature

କନକ ବ୍ୟୁରୋ: ତାତିରୁ ମିଳିବନି ନିସ୍ତାର । ଡହଡହ ଖରାରେ ଶିଝିବ ପୁରା ଓଡ଼ିଶା । ଆଗାମୀ ୪ରୁ  ୫ ଦିନ ମଧ୍ୟରେ ୩ରୁ ୫ ଡିଗ୍ରୀ ପର୍ୟ୍ୟନ୍ତ ବଢ଼ିବ ପାରଦ । ଏନେଇ ସତର୍କ କରାଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୧୨ ମାର୍ଚ୍ଚ ପରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ତାପମାତ୍ରା ୪୦ ଡିଗ୍ରି ସେଲସିୟସ ଅତିକ୍ରମ କରିବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବିଶେଷକରି ଉପକୂଳ ଓଡ଼ିଶାର କିଛି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରି ସେଲସିୟସ ଉପରେ ରହିବାର ସମ୍ଭାବନା ରହିଛି । ରାତି ତାପମାତ୍ରା ମଧ୍ୟ ୨ରୁ ୪ ଡିଗ୍ରୀ ପର୍ୟ୍ୟନ୍ତ ବୃଦ୍ଧି ପାଇବ । ୧୬ ମାର୍ଚ୍ଚ ପର୍ୟ୍ୟନ୍ତ ଏଭଳି ସ୍ଥିତି ରହିପାରେ । ତେଣୁ ଲୋକଙ୍କୁ ଖରା ସମୟରେ ସୁରକ୍ଷିତ ରହିବାକୁ ପରାମର୍ଶ ଦିଆଯାଇଛି । ମାର୍ଚ୍ଚ ୧୫ରୁ ୧୮ ମଧ୍ୟରେ କାଳବୈଶାଖୀ ମୌସୁମୀ ଉପକୂଳ ଓଡ଼ିଶା ଏବଂ ପଡ଼ୋଶୀ ଜିଲ୍ଲାଗୁଡ଼ିକରେ ଛୁଇଁବାର ସମ୍ଭାବନା ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe