ରାଜ୍ୟରେ ଉପରମୁହାଁ ପାରଦ । ୩୯ ଡିଗ୍ରୀ ଯାଏଁ ଛୁଇଁପାରେ ତାପମାତ୍ରା ।

Advertisment

ରାଜ୍ୟରେ ଉପରମୁହାଁ ପାରଦ । କଲବଲ କରିବ ତାତି । ପାଣିପାଗ ବିଭାଗର ଆକଳନ ଆହୁରି ୫ ଦିନ ନିସ୍ତାର ନାହିଁ । ୩୯ ଡିଗ୍ରୀ ଯାଏଁ ଛୁଇଁପାରେ ଦିନର ତାପମାତ୍ରା । ପଶ୍ଚିମ ଓଡିଶାରେ ତାପମାତ୍ରା ଅଧିକ ରହିବା ପୂର୍ବାନୁମାନ ।

ରାଜ୍ୟରେ ଉପରମୁହାଁ ପାରଦ । କଲବଲ କରିବ ତାତି । ପାଣିପାଗ ବିଭାଗର ଆକଳନ ଆହୁରି ୫ ଦିନ ନିସ୍ତାର ନାହିଁ । ୩୯ ଡିଗ୍ରୀ ଯାଏଁ ଛୁଇଁପାରେ ଦିନର ତାପମାତ୍ରା । ପଶ୍ଚିମ ଓଡିଶାରେ ତାପମାତ୍ରା ଅଧିକ ରହିବା ପୂର୍ବାନୁମାନ ।

1-Temperature

କନକ ବ୍ୟୁରୋ: ରାଜ୍ୟରେ ପାରଦ ଉପରମୁହାଁ ହୋଇଛି । ଆଗାମୀ ୫ ଦିନ ଯାଏଁ ତାତି ବଢିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଅର୍ଥାତ ୫ ଦିନ ଯାଏଁ  ଲୋକଙ୍କୁ ତାତିରୁ ନିସ୍ତାର ନାହିଁ । ଦିନରେ ୩୯ ଡିଗ୍ରୀ ଯାଏଁ ଛୁଇଁପାରେ ତାପମାତ୍ରା । ପଶ୍ଚିମ ଓ ଦକ୍ଷିଣ ଓଡିଶାର ବିଭିନ୍ନ ଜିଲ୍ଲାରେ ତାପମାତ୍ରା ବଢିବ । ୯ ତାରିଖ ଯାଏଁ ଏହି ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ବିଶେଷକରି ୭, ୮ ଓ ୯ ତାରିଖରେ ବଢିପାରେ ତାପମାତ୍ରା । ୯ ତାରିଖରେ ପଶ୍ଚିମ ଓଡ଼ିଶାରେ ତାପମାତ୍ରା ଅଧିକ ରହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe