କନକ ବ୍ୟୁରୋ: ରାଜ୍ୟରେ ପାରଦ ଉପରମୁହାଁ ହୋଇଛି । ଆଗାମୀ ୫ ଦିନ ଯାଏଁ ତାତି ବଢିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଅର୍ଥାତ ୫ ଦିନ ଯାଏଁ  ଲୋକଙ୍କୁ ତାତିରୁ ନିସ୍ତାର ନାହିଁ । ଦିନରେ ୩୯ ଡିଗ୍ରୀ ଯାଏଁ ଛୁଇଁପାରେ ତାପମାତ୍ରା । ପଶ୍ଚିମ ଓ ଦକ୍ଷିଣ ଓଡିଶାର ବିଭିନ୍ନ ଜିଲ୍ଲାରେ ତାପମାତ୍ରା ବଢିବ । ୯ ତାରିଖ ଯାଏଁ ଏହି ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ବିଶେଷକରି ୭, ୮ ଓ ୯ ତାରିଖରେ ବଢିପାରେ ତାପମାତ୍ରା । ୯ ତାରିଖରେ ପଶ୍ଚିମ ଓଡ଼ିଶାରେ ତାପମାତ୍ରା ଅଧିକ ରହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।