କନକ ବ୍ୟୁରୋ: ତେଲୁଗୁ ଅଭିନେତ୍ରୀ ଡିମ୍ପଲ ହୟାତିଙ୍କ ନାଁରେ ସଙ୍ଗିନ ଅଭିଯୋଗ ଆସିଛି । ଘରୋଇ ଓଡ଼ିଆ ସହାୟିକାଙ୍କୁ ଭୟଙ୍କର ନିର୍ଯାତନା ନେଇ ଥାନାରେ ମାମଲା ହୋଇଛି । ରାୟଗଡ଼ାର ପ୍ରିୟଙ୍କା ବିବରଙ୍କ ଅଭିଯୋଗରେ ହାଇଦ୍ରାବାଦର ଫିଲ୍ମ ନଗର ପୁଲିସ ଷ୍ଟେସନରେ ଏନେଇ ଅଭିଯୋଗ କରିଛନ୍ତି ପ୍ରିୟଙ୍କା । ଅଭିନେତ୍ରୀ ଡିମ୍ପଲ ଓ ତାଙ୍କ ସ୍ବାମୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ଓଡ଼ିଆ ଯୁବତୀ ପ୍ରିୟଙ୍କା । ତାଙ୍କୁ ନିର୍ଯାତନା ଦେବା ସହ ଗାଳିଗୁଲଜ କରିବା ଓ ଖାଇବାକୁ ନଦେବା ନେଇ ଥାନାରେ ଅଭିଯୋଗ କରିଛନ୍ତି ପ୍ରିୟଙ୍କା । ୨୨ ବର୍ଷୀୟ ଓଡ଼ିଆ ଯୁବତୀ ଜଣଙ୍କ ତେଲୁଗୁ ଫିଲ୍ମର ଲୋକପ୍ରିୟ ଅଭିନେତ୍ରୀ ଡିମ୍ପଲ ହୟାତିଙ୍କ ଘରୋଇ ସହାୟକ ଭାବେ କାମ କରୁଥିଲେ । କିନ୍ତୁ ସେଠାରେ ତାଙ୍କୁ ଅଭିନେତ୍ରୀ ଡିମ୍ପଲ ଓ ତାଙ୍କ ସ୍ୱାମୀ ଡେଭିଡ ଭୟଙ୍କର ନିର୍ଯାତନା ଦେଉଥିଲେ । ତାଙ୍କ ମୋବାଇଲ ଫୋନ୍କୁ ମଧ୍ୟ ଡିମ୍ପଲଙ୍କ ସ୍ୱାମୀ ଡେଭିଡ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି ।
ଓଡ଼ିଆ ଯୁବତୀଙ୍କ ଅଭିଯୋଗ ପରେ ଫିଲ୍ମ ନଗର ପୁଲିସ୍ ଅଭିନେତ୍ରୀ ଡିମ୍ପଲ ଓ ତାଙ୍କ ସ୍ୱାମୀଙ୍କ ବିରୋଧରେ ମାମଲା ରୁଜୁ କରିଛି । ପୁଲିସର ସୂଚନା ଅନୁଯାୟୀ ଅଭିଯୋଗକାରୀ ଜଣଙ୍କ ହେଲେ ପ୍ରିୟଙ୍କା ବିବର । ତାଙ୍କ ଘର ରାୟଗଡ଼ା ଜିଲ୍ଲାରେ । ସେ ସେପ୍ଟେମ୍ବର ୨୨ରେ କାମ ଅନ୍ୱେଷଣରେ ହାଇଦ୍ରାବାଦ ଆସିଥିଲେ । ତାଙ୍କୁ ମ୍ୟାନପାୱର ସଂସ୍ଥା ଶ୍ରୀ ସାଇ ଗୁଡୱିଲ ସର୍ଭିସ ପକ୍ଷରୁ ଘରୋଇ ସହାୟକ ଭାବେ ଅଭିନେତ୍ରୀ ଡିମ୍ପଲଙ୍କ ଘରେ କାମ କରିବାକୁ କୁହାଯାଇଥିଲା । ଏହାପରେ ଓଡ଼ିଆ ଝିଅ ପ୍ରିୟଙ୍କା ମଧ୍ୟ ଶୈକପେଟରେ ଥିବା ଡିମ୍ପଲଙ୍କ ଘରେ କାମ ଆରମ୍ଭ କରିଥିଲେ । ୨୨ ତାରିଖରେ ସବୁ କିଛି ଠିକ ଠାକ ରହିଥିଲା । କିନ୍ତୁ ଏହାପରେ ଆରମ୍ଭ ହୋଇଥିଲା ନିର୍ଯାତନା । ପ୍ରିୟଙ୍କାଙ୍କୁ ନିୟମିତ ନିର୍ଯାତନା ଦେବା ସହ ଠିକ୍ ଭାବେ ଖାଇବା ଦିଆଯାଉନଥିଲା । ସେ ମାତ୍ର ସପ୍ତାହେ ତାଙ୍କ ଘରେ କାମ କରି ଏପରି ସ୍ଥିତିର ସମ୍ମୁଖୀନ ହୋଇଥିବା କହିଛନ୍ତି । ଫିଲ୍ମ ନଗର ପୁଲିସ ଷ୍ଟେସନରେ ସୋମବାର ରାତିରେ ପ୍ରିୟଙ୍କା ରେକର୍ଡ କରାଇଥିବା ବୟାନରେ କହିଛନ୍ତି ଯେ “ଡିମ୍ପଲ ଓ ଡେଭିଡ ନିୟମିତ ଭାବେ ନିର୍ଯାତନା ଦେଇଚାଲିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/10/01/17odia-domestic-help-2025-10-01-20-34-00.jpg)