କନକ ବ୍ୟୁରୋ: ନିଜ ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ଅନେକ ପ୍ରକାର ରିଚାର୍ଜ ପ୍ୟାକ ଉପଲବ୍ଧ କରାଇଛନ୍ତି ଟେଲିକମ୍‌ କମ୍ପାନିଗୁଡିକ । ଜିଓ, ଏୟାରଟେଲ, ଭୋଡାଫୋନ୍‌ ଭଳି ବଡ଼ କମ୍ପାନି ନିଜ ଗ୍ରାହକଙ୍କୁ ସୁବିଧା ଯୋଗାଇ ଦେବାକୁ ଜାରି ରଖିଛନ୍ତି ପ୍ରୟାସ । ବିଶେଷ କରି ଜିଓ ଏ କ୍ଷେତ୍ରରେ ଆଗରେ ରହିଛି । ଏଣୁ ଜିଓର ୟୁଜର୍ସ ସଂଖ୍ୟା ମଧ୍ୟ ଅଧିକ । ଏହାପରେ ଦ୍ୱିତୀୟ ସ୍ଥାନରେ ରହିଛି ଏୟାରଟେଲ୍‌ ଓ ଭୋଡାଫୋନ୍‌ । କିନ୍ତୁ BSNL ମଧ୍ୟ 4G ସେବା କରିବା ପରେ ନୂଆ ନୂଆ ରିଚାର୍ଜ ପ୍ଲାନ୍‌ ଗ୍ରାହକଙ୍କ ପାଇଁ ଆଣୁଛି ।  

Advertisment

BSNL ନିକଟରେ 4G ସେବା ଆରମ୍ଭ କରିଛି ।  BSNLର 4G ନେଟୱର୍କ ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ହୋଇଛି । ଏବେ ଭାରତ ସେହିସବୁ ଦେଶମାନଙ୍କ ତାଲିକାରେ ସାମିଲ ହୋଇଛି, ଯେଉଁମାନେ 4Gର ସଫ୍ଟୱେର୍ ଏବଂ ହାର୍ଡୱେର୍ ନିଜେ ତିଆରି କରିପାରୁଛନ୍ତି । କୁହାଯାଉଛି ଯେ କମ୍ପାନି ଖୁବଶୀଘ୍ର ନିଜର 5G ସେବା ମଧ୍ୟ ଆରମ୍ଭ କରିପାରେ । ଏହାପରେ ଭାରତରେ BSNLର ନେଟୱାର୍କ ଆହୁରି ବିକଶିତ ହେବା ସହିତ ୟୁଜର୍ସଙ୍କୁ ହାଇ-ସ୍ପିଡ୍ ଇଣ୍ଟରନେଟ୍ କନେକ୍ଟିଭିଟି ମିଳିବ । ଯଦି ଆପଣ ମଧ୍ୟ ଜଣେ BSNL ଉପଭୋକ୍ତା କିମ୍ବା BSNLକୁ ସୁଇଚ୍ କରିବାକୁ ଚାହୁଛନ୍ତି, ତେବେ ଆମେ ଏକ ଏମିତି ପ୍ଲାନ୍ ବିଷୟରେ କହିବାକୁ ଯାଉଛୁ, ଯାହାଦ୍ୱାରା ଆପଣ କମ୍ ଟଙ୍କା ଖର୍ଚ୍ଚ କରି ଭଲ ସୁବିଧା ପାଇପାରିବେ ।

ଜିଓ, ଏୟାରଟେଲ୍‌ ଓ ଭୋଡାଫୋନ୍‌ BSNLର ମଧ୍ୟ ଅନେକ ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ରହିଛି । କମ୍ପାନିର ଭଏସ୍ ପ୍ଲାନ୍ ବର୍ଗରେ ୩୧୯ଟଙ୍କାର ଏକ ରିଚାର୍ଜ ପ୍ୟାକ୍ ଅଛି । ଏହି ପ୍ଲାନରେ ୟୁଜର୍ସମାନେ ଅନ୍‌ଲିମିଟେଡ୍‌ କଲିଂ ସହ ୩୦୦ SMSର ସୁବିଧା ପାଇବେ ।  ତେବେ ଏହି ପ୍ଲାନ୍‌ରେ ୟୁଜର୍ସଙ୍କୁ ମାତ୍ର ୧୦ ଜିବି ଡାଟା ମିଳିବ । ଏହି ଡାଟା ଶେଷ ହେବାପରେ ୧୦ kbpsରେ ଇଣ୍ଟରନେଟ୍‌ ବ୍ୟବହାର କରିପାରିବେ ଲୋକେ । ଏହି ପ୍ଲାନର ବୈଧତା ୬୫ ଦିନ ପର୍ଯ୍ୟନ୍ତ ରହିବ । ରିଚାର୍ଜ ପ୍ଲାନ୍‌ର ଦାମକୁ ଦେଖିଲେ  ଉପଭୋକ୍ତାମାନଙ୍କ ପାଇଁ ଏହା ଲାଭଦାୟକ ହୋଇପାରେ । ବିଶେଷ କରି ଯେଉଁମାନେ ଲମ୍ବା ସମୟ ପାଇଁ କଲିଂ ଏବଂ ଡାଟା ଆବଶ୍ୟକ କରୁଛନ୍ତି, ସେମାନଙ୍କ ପାଇଁ ଏହା ଏକ ଭଲ ବିକଳ୍ପ ହୋଇପାରେ ।

BSNL ବର୍ତ୍ତମାନ ସମୟରେ କିଛି ନିର୍ଦ୍ଦିଷ୍ଟ ପ୍ରିପେଡ୍ ପ୍ଲାନ୍ ଉପରେ ରିହାତି ପ୍ରଦାନ କରୁଛି । ତେବେ ଏହି ଅଫର୍ କେବଳ ସୀମିତ ସମୟ ପାଇଁ । କମ୍ପାନିର ଅନେକ ପ୍ଲାନ୍ ଉପରେ ୩୮ଟଙ୍କା ପର୍ଯ୍ୟନ୍ତ ରିହାତି ଦିଆଯାଉଛି । ବିଶେଷ କରି ୧୯୯ ଟଙ୍କାରୁ ଅଧିକ ରିଚାର୍ଜ ଉପରେ ଅଫର୍ ରହିଛି ।