କନକ ବ୍ୟୁରୋ :  ତେଲେଙ୍ଗାନାରେ ଚାଷୀଙ୍କ ପାଇଁ ବଡ଼ ଘୋଷଣା। ୨୧ହଜାର କୋଟିର ଚାଷୀ ରୁଣ ଛାଡ଼ କରି ଇତିହାସ ରଚିଲେ ରେବନ୍ତ ରେଡ୍ଡୀ ସରକାର। ମହାବନଗର ଜିଲ୍ଲାର ଆମିଷ୍ଟାପୁରରେ ତିନି ଦିନିଆ କୃଷକ ମହୋତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ଏଥି ସହିତ ରାଜ୍ୟର ୩ଲକ୍ଷ ୧୩ହଜାର, ୮୯୭ କୃଷକ ପରିବାର ପାଇଁ ଅତିରିକ୍ତ ୨ହଜାର ୭୪୭ କୋଟି ଟଙ୍କାର ଲୋନ ମଧ୍ୟ ଛାଡ଼ କରାଯାଇଛି। କୃଷକଙ୍କ ଉନ୍ନତି ପାଇଁ ତେଲେଙ୍ଗାନା ସରକାର ପ୍ରତିବଦ୍ଧ ବୋଲି ଏହି ଅବସରରେ କହିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ।