କନକବ୍ୟୁରୋ : ହରିୟାଣା ପରେ ମହାରାଷ୍ଟ୍ରରେ ବିଜେପି ପାଇଁ ମୁଖ୍ୟମନ୍ତ୍ରୀ ଟେନସନ । କିଏ ହେବ ମୁଖ୍ୟମନ୍ତ୍ରୀ ଚେହେରା ତାକୁ ନେଇ ଦୁଇ ରାଜ୍ୟରେ ଆରମ୍ଭ ହୋଇଠି ଟଣାଓଟରା ।  ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୀତି ତୀବ୍ର ହୋଇଛି। ।  ମହାୟୁତି ମେଣ୍ଟରେ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ଚାଲିଥିବା ବିବାଦ ଏବେ ସମସ୍ତଙ୍କ ସାମ୍ନାକୁ ଆସିବା ଆରମ୍ଭ କରିଛି ।

ସୂଚନାଯୋଗ୍ୟ, ବାରାମାଟିରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ପୋଷ୍ଟର ଲଗାଯାଇଛି, ଯେଉଁଥିରେ ତାଙ୍କୁ ଭବିଷ୍ୟତର ମୁଖ୍ୟମନ୍ତ୍ରୀ ଭାବରେ ଦର୍ଶାଯାଇଛି। ଅଜିତ ପାୱାରଙ୍କ ଏହି ପୋଷ୍ଟରଗୁଡିକ ଅଖଇଳ ଭାରତୀୟ ତନୁଲୱାଡି ଭେସ ସର୍ବଜାନିକ ଗଣେଶ ମଣ୍ଡଳ ପେଣ୍ଡାଲରେ ଦେଖିବାକୁ ମିଳିଥିଲା ।

ତେବେ ଏହା ପୂର୍ବରୁ ମଧ୍ୟ ଏନସିପି କର୍ମୀ ଅଜିତ ପାୱାରଙ୍କ ଭବିଷ୍ୟତ ମୁଖ୍ୟମନ୍ତ୍ରୀ ଭାବରେ ପୋଷ୍ଟର ଲଗାଇଥିଲେ । ହରିଆଣା ରାଜନୀତିରେ ଗତକାଲିଠୁ ଲାଗିରିହିଛି ରାଜନୀତି ସରଗରମ । ବିଧାନସଭା ନିର୍ବାଚନ ଠିକ୍ ପୂର୍ବରୁ ବିଜେପି ଦୁଇ ଫାଳ । ବିଜେପିରୁ କିଏ ହେବ ମୁଖ୍ୟମନ୍ତ୍ରୀ ସେନେଇ ଆରମ୍ଭ ହୋଇଯାଇଛି ଟଣାଓଟରା  । ରାଜ୍ୟର ମୁଖ୍ୟମନ୍ତ୍ରୀ ବର୍ତ୍ତମାନ ନାଏବ ସାଇନି ଅଛନ୍ତି 

ବିଜେପି ନାୟବଙ୍କୁ ନେଇ ନିର୍ବାଚନ ଲଢିବା ନେଇ ପ୍ରସ୍ତୁତି କରୁଛି । ଏହାରି  ଭିତରେ ଦଳର ବରିଷ୍ଠ ନେତା ଅନିଲ ଭିଜ୍ ମୁଖ୍ୟମନ୍ତ୍ରୀ ହେବା ପାଇଁ ସେ ଅଧିକ ଯୋଗ୍ୟ ବୋଲି କହୁଛନ୍ତି । ଦଳର ବରିଷ୍ଠ ସଦସ୍ୟ ଏବଂ ଅନେକ ଥର ବିଧାୟକ ହୋଇଥିବାରୁ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ଉଚିତ ବୋଲି ସେ ଦାବି କରିଛନ୍ତି । ସେପଟେ ଏହାକୁ ନେଇ ହରିୟାଣା ବିଜେପି ଭିତରେ ଦ୍ୱନ୍ଦ୍ୱ ଉପୁଜିଛି। ହରିୟାଣା ଦାୟିତ୍ୱରେ ଥିବା ବିଜେପି ପ୍ରଭାରୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଦଳର ମୁଖ୍ୟମନ୍ତ୍ରୀ ପାର୍ଥୀ ନାଏବ ସିଂ ।