କନକ ବ୍ୟୁରୋ: ଭାରତର ତେଜସ୍ବିନ ଶଙ୍କର ରବିବାର କାନ୍‌ସାସ୍‌ରେ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି । ପ୍ୟାରିସ୍‌ ଅଲିମ୍ପିକ୍‌ ରୌପ୍ୟ ପଦକ ବିଜେତା ସେଲ୍‌ବି ମ୍ୟାକ୍‌ୱେନ୍‌ଙ୍କୁ ପଛରେ ପକାଇ ଏଠାରେ ଚାଲିଥିବା ଡେଲ୍‌ଲସ୍‌ ଡୋଡ୍ସ ଦୌଡ଼କୁଦ ପ୍ରତିଯୋଗିତାର ହାଇଜମ୍ପ୍‌ ମୁକୁଟ କରାୟତ୍ତ କରିଛନ୍ତି । ୨୭ ବର୍ଷୀୟ ଏହି ଜାତୀୟ ରେକର୍ଡଧାରୀ ୨.୨୬ ମିଟର ଡେଇଁ ଶୀର୍ଷ ସ୍ଥାନ ଅଧିକାର କରିଥିଲେ। ଆମେରିକାର ସେଲ୍‌ବି ନିଜର ବ୍ୟକ୍ତିଗତ ଋତୁ ଶ୍ରେଷ୍ଠ ପ୍ରଦର୍ଶନ ୨.୨୨ ମିଟର ଡେଇଁଥିଲେ ମଧ୍ୟ ‌ତେଜସ୍ବିନଙ୍କ ପଛକୁ ଦ୍ବିତୀୟ ସ୍ଥାନରେ ରହିଥିଲେ । 

Advertisment

ଆହୁରି ପଢ଼ନ୍ତୁ...ତୃତୀୟ ଟ୍ବେଣ୍ଟି-୨୦: ୱେଷ୍ଟଇଣ୍ଡିଜ୍‌କୁ ସାନ୍ତ୍ୱନା, ୨-୧ରେ ସିରିଜ ଜିତିଲା ଦକ୍ଷିଣ ଆଫ୍ରିକା

ଆମେରିକାର ଡେଭିନ୍‌ ଲାଉଡରମିଲ୍‌କ (୨.୨୨ ମିଟର) ତୃତୀୟ ସ୍ଥାନ ଅଧିକାର କରିଥିଲେ। ଗତ ୩ ବର୍ଷରେ ତେଜସ୍ବିନଙ୍କ ଏହା ଶ୍ରେଷ୍ଠ ଜମ୍ପ୍‌ ଥିଲା। ୨୦୨୩ରେ ବଷ୍ଟନ୍‌ରେ ଆୟୋଜିତ ଇନ୍‌ଡୋର ଗ୍ରାଁ ପ୍ରିରେ ୨.୨୬ ମିଟର ମାର୍କ ଛୁଇଁଥିଲେ। ତେଜସ୍ବିନଙ୍କ ୨୦୧୮‌ରେ ୨.୨୯ ମିଟର ଡେଇଁ ଜାତୀୟ କୀର୍ତ୍ତିମାନ କରିଥିଲେ। ତାଙ୍କ ନାଁରେ ମଦ୍ୟ ଜାତୀୟ ଡେକାଥଲନ୍‌ କୀର୍ତ୍ତିମାନ ରହିଛି। ଏହି ରାଜ୍ୟଗୋଷ୍ଠୀ କ୍ରୀଡ଼ା କାଂସ୍ୟ ପଦକ ବିଜେତା ଶନିବାର ୨.୦୫ ୨.୧୦, ୨.୧୪, ୨.୧୮ ଓ ୨.୨୨ ମିଟର ସଫଳତାର ଶେଷ କରିବା ପରେ ୨.୨୬ ମିଟରର ବିଜୟ ଡିଆଁ ମାରିଥିଲେ।