ବଢିଲା ତେଜ୍ବସୀ ଯାଦବଙ୍କ ଅଡୁଆ : ଦୁଇଟି ଭୋଟର ପରିଚୟ ପତ୍ର ନେଇ ନୋଟିସ ଜାରି କଲେ ନିର୍ବାଚନ କମିସନ

Advertisment

ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ପାଖରେ ଦୁଇଟି ଭୋଟର ପରିଚୟପତ୍ର (ଇପିଆଇସି ନମ୍ବର )  ଥିବା ଜଣାପଡ଼ିବା ପରେ ଏହାକୁ ନେଇ ରାଜନୀତି ସରଗରମ ହୋଇଛି  । 

ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ପାଖରେ ଦୁଇଟି ଭୋଟର ପରିଚୟପତ୍ର (ଇପିଆଇସି ନମ୍ବର )  ଥିବା ଜଣାପଡ଼ିବା ପରେ ଏହାକୁ ନେଇ ରାଜନୀତି ସରଗରମ ହୋଇଛି  । 

TEJSWI

Photograph: (KANAKNEWS)

କନକବ୍ୟୁରୋ : ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ପାଖରେ ଦୁଇଟି ଭୋଟର ପରିଚୟପତ୍ର (ଇପିଆଇସି ନମ୍ବର )  ଥିବା ଜଣାପଡ଼ିବା ପରେ ଏହାକୁ ନେଇ ରାଜନୀତି ସରଗରମ ହୋଇଛି  । 

ଗତକାଲି ତେଜସ୍ବୀ ଯେଉଁ ଭୋଟର୍‌ ଆଇଡି ଦେଖାଇ ନିର୍ବାଚନ କମିସନଙ୍କୁ ଟାର୍ଗେଟ୍‌ କରିଥିଲେ ତାହା ନକଲି ବୋଲି ଜଣାପଡ଼ିଥିବାରୁ ତେଜସ୍ବୀଙ୍କ ଅଡ଼ୁଆ ବଢ଼ିଛି  ।  ଏ ବାବଦରେ ଆଜି ତେଜସ୍ବୀଙ୍କୁ ନିର୍ବାଚନ କମିସନ ନୋଟିସ୍ ଜାରି କରି ସ୍ପଷ୍ଟୀକରଣ ମାଗିଛନ୍ତି ।  ଦୀଘା ନିର୍ବାଚନମଣ୍ଡଳୀର ଭୋଟର ପଞ୍ଜୀକରଣ ଅଧିକାରୀ ତେଜସ୍ୱୀ  ଯାଦବଙ୍କୁ ଚିଠି ଲେଖି ତାଙ୍କ ଦ୍ୱାରା ପ୍ରଦର୍ଶିତ ଇପିଆଇସିର ବିବରଣୀ ଦେବାକୁ କହିଛନ୍ତି ।

ସୂଚନାଯୋଗ୍ୟ, ଗତକାଲି ଏ ସଂକ୍ରାନ୍ତ ଏକ ବିବରଣୀ ଜାରି କରି ତେଜସ୍ବୀ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଥିଲେ ଯେ ନୂତନ ସଂଶୋଧନ ପ୍ରକ୍ରିୟାରେ ତାଙ୍କର ନାମକୁ ଭୋଟର୍‌ ତାଲିକାରୁ ହଟାଇ ଦିଆଯାଇଛି  । 

ତାଙ୍କ ଇପିଆଇସି ନମ୍ବର ଡ୍ରାଫ୍ଟ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହୋଇନଥିବା ଦର୍ଶାଇ ତେଜସ୍ବୀ କମିସନଙ୍କୁ ତୀବ୍ର ସମାଲୋଚନା କରିଥିଲେ  ।   ଏହାର କିଛି ସମୟ ପରେ ନିର୍ବାଚନ କମିସନଙ୍କ ପକ୍ଷରୁ ଭୋଟର ତାଲିକାରେ ତାଙ୍କ ନାମ ଥିବା ସଂକ୍ରାନ୍ତ ପ୍ରମାଣ ଜାରି କରାଯାଇଥିଲା   ।  ଏହା ପରଠାରୁ ତେଜସ୍ୱୀଙ୍କ ପାଖରେ ଦୁଇଟି ଭୋଟର  ପରିଚୟପତ୍ର ଥିବା ଅଭିଯୋଗ ଆଣି ବିଜେପି ଓ ଜେଡିୟୁ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବି କରିଛନ୍ତି  ।

ଆପରାଧିକ ମାମଲା ରୁଜୁ ପାଇଁ ବିଜେପିର ଦାବି

ତେଜସ୍ୱୀ ଯାଦବ ଦୁଇଟି ଭୋଟର ପରିଚୟପତ୍ର ରଖିଛନ୍ତି ଏବଂ ସେଥରୁ ଗୋଟିଏ ନକଲି ପରିଚୟପତ୍ର ରହିଛି, ଯାହାକି ନିର୍ବାଚନ କମିସନଙ୍କୁ ଟାର୍ଗେଟ୍‌ କରିବାକୁ ସେ ବ୍ୟବହାର  କରୁଥିବାରୁ ତାଙ୍କ ବିରୋଧରେ ଆପରାଧିକ ମାମଲା ରୁଜୁ କରିବାକୁ ବିଜେପି ଦାବି କରିଛି  ।   ଅନ୍ୟପକ୍ଷରେ ନିର୍ବାଚନ  କମିସନ ଏହି ମାମଲାରେ ତେଜସ୍ୱୀଙ୍କୁ ସ୍ପଷ୍ଟୀକରଣ ମାଗିବାକୁ ଆର୍‌ଜେଡି ବିରୋଧ କରିଛି  ଏବଂ କମିସନ ନିଜର ଦୋଷ ଘୋଡ଼ାଇବା ପାଇଁ ପ୍ରୟାସ କରୁଥିବା ଅଭିଯୋଗ କରିଛି ।

ସୂଚନାଯୋଗ୍ୟ, ବିହାର ଭୋଟର ତାଲିକାରେ ସ୍ବତନ୍ତ୍ର ସଂଶୋଧନ ପ୍ରକ୍ରିୟା (ଏସ୍ ଆଇଆର୍)  ନେଇ ବଡ଼ ବିବାଦ ସୃଷ୍ଟି ହୋଇଛି ଏବଂ  ବିରୋଧୀ ଦଳମାନେ ଏହାକୁ କେନ୍ଦ୍ର ସରକାରଙ୍କ ଏକ ଷଡ୍‌ଯନ୍ତ୍ର ବୋଲି ଅଭିହିତ କରି ଏହାର ବିରୋଧ ଜାରି ରଖିଛନ୍ତି  ।  ସଂସଦରେ ଜୋରଦାର ବିରୋଧ ମଧ୍ୟରେ ନିର୍ବାଚନ ଆୟୋଗ ଶୁକ୍ରବାର ସଂଶୋଧିତ ଡ୍ରାଫ୍ଟ ତାଲିକା ପ୍ରକାଶ କରି ବେଆଇନ ଭୋଟର ଭାବେ ଚିହ୍ନଟ ହୋଇଥିବା ୬୫ ଲକ୍ଷ ନାମକୁ ଉଚ୍ଛେଦ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe