tej-pratap-yadav Photograph: (kanak news)
କନକ ବ୍ୟୁରୋ: ୩ ବର୍ଷର ବିଜୁଳି ବିଲ୍ ବାକି ରଖିଛନ୍ତି ତେଜ ପ୍ରତାପ ଯାଦବ । ଲାଲୁଙ୍କ ବଡ଼ ପୁଅ ତେଜପ୍ରତାପ ଯାଦବ ୩ ବର୍ଷର ବିଜୁଳି ବିଲ୍ ଏବେ ବାକି ରଖିଛନ୍ତି, ଯାହାର ମୂଲ୍ୟ ହେଉଛି ୩.୬ ଲକ୍ଷ । ତେବେ ଚଳିତ ନିର୍ବାଚନରେ ତେଜପ୍ରତାପ ଯାଦବ ନିର୍ବାଚନ ହାରିଯାଇଛନ୍ତି, ଆଉ ତାଙ୍କ ଉପରେ ଏତେ ମାତ୍ରାରେ ବିଜୁଳି ବିଲ୍ ବାକି ରହିବା ବିହାର ରାଜନୀତିକୁ ସରଗରମ କରିଛି ।
ମିଳିଥିବା ସୂଚନା ମୁତାବକ, ତେଜପ୍ରତାପ ଯାଦବ ପୂର୍ବରୁ ବିଧାୟକ ରହିଥିବାରୁ ତାଙ୍କୁ ସରକାରୀ ଘର ମିଳିଥିଲା । ହେଲେ ତା ସତ୍ତ୍ୱେ ତାଙ୍କ ବ୍ୟକ୍ତିଗତ ଘର ମଧ୍ୟ ରହିଛି । ଯେଉଁଠି କି ଏତେ ସଂଖ୍ୟକ ବିଜୁଳି ବିଲ୍ ବାକି ରହିଛି । ୨୦୨୨ ପରଠାରୁ ସେ ବିଜୁଳି ବିଲ୍ ଜମା କରିନଥିବା ସାମ୍ନାକୁ ଆସିଛି । ଶେଷଥର ପାଇଁ ୨୦୨୨ ମସିହା ଜୁଲାଇ ୨୦ ତାରିଖରେ ସେ ବିଜୁଳି ବିଲ୍ ପୈଠ କରିଥିଲେ । ଏହାପରେ ଗଲା ୩ ବର୍ଷ ହେଲା ସେ ବିଜୁଳି ବିଲ୍ ଦେଇନାହାଁନ୍ତି । ବିଦ୍ୟୁତ କମ୍ପାନୀର ତଥ୍ୟ ଅନୁଯାୟୀ, ତେଜପ୍ରତାପ ଯାଦବଙ୍କ ଉପରେ ବାକି ଥିଲା ଟଙ୍କାର ପରିମାଣ ୩୨୪,୯୭୪ରୁ ଅଧିକ, ଯେଉଁଥିରେ କି ୨୩,୬୮୧ ଟଙ୍କାର ଜରିମାନା ମଧ୍ୟ ରହିଛି ।
ଆହୁରି ପଢ଼ନ୍ତୁ: ଆତଙ୍କବାଦ ବିରୋଧରେ ଭାରତ-ଆମେରିକାର କଡ଼ା ଆଭିମୁଖ୍ୟ : ମିଳିତ କାର୍ଯ୍ୟାନୁଷ୍ଠାନ ପାଇଁ ଆହ୍ୱାନ
ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ତିନି ବର୍ଷ ଧରି ବିଲ୍ ଦେଇନଥିବା ସତ୍ତ୍ୱେ କାହିଁକି ତାଙ୍କର ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରାଯାଇନଥିଲା ସେନେଇ ପ୍ରଶ୍ନ ଉଠିଛି । କମ୍ପାନୀ ନିୟମ ଅନୁଯାୟୀ, ପୋଷ୍ଟପେଡ୍ ସଂଯୋଗର ବକେୟା ରାଶି ୨୫,୦୦୦ ରୁ ଅଧିକ ହେଲେ ବିଦ୍ୟୁତ୍ ବିଚ୍ଛିନ୍ନ କରାଯାଏ। ଏହାସତ୍ତ୍ୱେ, ତେଜ ପ୍ରତାପ ଯାଦବଙ୍କ ବିଦ୍ୟୁତ ସଂଯୋଗ ବିରୁଦ୍ଧରେ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା, ଯାହା ବିଦ୍ୟୁତ୍ ବିଭାଗର ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଛି ।
Follow Us