କନକ ବ୍ୟୁରୋ : ଚଢ଼ାଉ ବେଳେ ଟ୍ରାକ୍ଟର ଇଞ୍ଜିନ ଧରି ଚମ୍ପଟ ମାରିଛନ୍ତି ମାଫିଆ । ମୟୁରଭଞ୍ଜ କପ୍ତିପଦା ତହସିଲ ଅନ୍ତର୍ଗତ ସୋନ ନଦୀରୁ ବେଆଇନ ବାଲି ଉତ୍ତୋଳନ ବେଳେ ଅତିରିକ୍ତ ତହସିଲଦାର ଚଢାଉ କରିଥିଲେ । ବେଆଇନ ଭାବେ ୩ଟି ଟ୍ରାକ୍ଟରରେ ବାଲି ଲୋଡ଼୍ ଚାଲିଥିବା ବେଳେ ଅଧିକାରୀଙ୍କୁ ଦେଖି ମାଫିଆମାନେ ଟ୍ରାକ୍ଟର ଖସାଇ ନେବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ଗୋଟିଏ ଟ୍ରାକ୍ଟର ଓଲଟି ଯିବାରୁ ତାର ଡାଲାକୁ ଛାଡି ଇଂଜିନ ନେଇ ମାଫିଆ ଫେରାର ହୋଇଥିଲେ । ଆଉ ଏକ ଟ୍ରାକ୍ଟର ଖସାଇ ନେବା ବେଳେ ବାଲିରେ ଫସି ଯାଇଥିଲା । ଯାହା ଫଳରେ ମାଫିଆମାନେ ଟ୍ରାକ୍ଟର ଛାଡି ଫେରାର ହୋଇଯାଇଛନ୍ତି ।
୧୫ରୁ ଅଧିକ ମାଫିଆ ଖସି ଯିବା ସହ ଗୋଟିଏ ଟ୍ରାକ୍ଟର ଖସାଇ ନେଇଛନ୍ତି । ଚଢ଼ାଉ ସମୟରେ ୨ଟି ଟ୍ରାକ୍ଟର ଏବଂ ଗୋଟିଏ ଡାଲା ଜବତ ହୋଇଛି । ଜବତ ଟ୍ରାକ୍ଟର ଗୁଡିକ ନମ୍ବର ବିହୀନ ଥିବା ଜଣାପଡ଼ିଛି । ପ୍ରତିଦିନ ଏହି ଘାଟରୁ ବେଆଇନ ଭାବେ ଶହ ଶହ ଟ୍ରିପ ବାଲି ଚୋରା ଚାଲାଣ ହେଉଛି । ଚଢ଼ାଉ ସମୟରେ ଏଭଳି ଘଟଣା ସାମ୍ନାକୁ ଆସିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/04/10/HPCGxzvkJgngh0vZumsb.jpg)