ଭିଜିଲାନ୍ସ ଜାଲରେ ତହସିଲ ଏଆରଆଇ ; ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ

ଗୋଟିଏ ପଟେ ଭିଜିଲାନ୍ସ ଚଢ଼ାଉ ଅନ୍ୟ ପଟେ ଡିପୋଜିଟ୍ ଟଙ୍କା ଫେରି ପାଇବାକୁ ଘର ଆଗରେ ଜମାକାରିଙ୍କ ଧାରଣ। ଏଭଳି ଚିତ୍ର ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ପୁରୁଣା ବୋରିଗୁମ୍ମାରେ। ଆୟରୁ ଅଧିକ ସମ୍ପତି ଠୁଳ ଅଭିଯୋଗରେ ଏଆରଆଇଙ୍କ ବାସଭବନରେ ଭିଜିଲାନ୍ସର ଚଢ଼ାଉ କରିଛି । ସ୍ୱାମୀ ସୁରେନ୍ଦ୍ର ତନ୍ତୀ ଭିଜିଲାନ୍ସ ହାତରେ ପଡ଼ିଥିବା ବେଳେ ସ୍ତ୍ରୀଙ୍କୁ ଘେରିଛନ୍ତି ଜମାକାରୀ ।

dharana

dharana Photograph: (KanakNews )

କନକ ବ୍ୟୁରୋ : ଗୋଟିଏ ପଟେ ଭିଜିଲାନ୍ସ ଚଢ଼ାଉ ଅନ୍ୟ ପଟେ ଡିପୋଜିଟ୍ ଟଙ୍କା ଫେରି ପାଇବାକୁ ଘର ଆଗରେ ଜମାକାରିଙ୍କ ଧାରଣ। ଏଭଳି ଚିତ୍ର ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ପୁରୁଣା ବୋରିଗୁମ୍ମାରେ। ଆୟରୁ ଅଧିକ ସମ୍ପତି ଠୁଳ ଅଭିଯୋଗରେ ଏଆରଆଇଙ୍କ ବାସଭବନରେ ଭିଜିଲାନ୍ସର ଚଢ଼ାଉ କରିଛି । ସ୍ୱାମୀ ସୁରେନ୍ଦ୍ର ତନ୍ତୀ ଭିଜିଲାନ୍ସ ହାତରେ ପଡ଼ିଥିବା ବେଳେ ସ୍ତ୍ରୀଙ୍କୁ ଘେରିଛନ୍ତି ଜମାକାରୀ । ଆଗ୍ରୀ ଗୋଲ୍ଡ ନାମକ କମ୍ପାନୀର ଏଜେଣ୍ଟ ସାଜି ଲୋକଙ୍କ ଠାରୁ ଟଙ୍କା ଆଦାୟ କରୁଥିଲେ ସୁରେନ୍ଦ୍ରଙ୍କ ସ୍ତ୍ରୀ,ରସିଦ ମଧ୍ୟ ଦେଇଛନ୍ତି । ଗ୍ରାମବାସୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ନେଇଛନ୍ତି। କିନ୍ତୁ ଟଙ୍କା ଫେରସ୍ତ ବେଳକୁ ଧରା ଛୁଆଁ ଦେଉନାହାନ୍ତି । ତେଣୁ ତାଙ୍କ ଘରେ ଭିଜିଲାନ୍ସ ରେଡ ଚାଲିଥିବା ଜାଣି ପହଂଚି ଯାଇଥିଲେ ଜମାକାରୀ । ଭିଲିଲାନ୍ସ ଅଧିକାରୀଙ୍କୁ ଟଙ୍କା ଡିପୋଜିଟ୍ ରସିଦ ଦେଖାଇବା ସହ ତଦନ୍ତ କରିବା ପାଇଁ ନିବେଦନ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe