କନକ ବ୍ୟୁରୋ: ମନ୍ଦିରରୁ ଲୁଟ୍ । ଦେବୀ ପୀଠରୁ ମାଆଙ୍କ ଆଖି ତାଡ଼ି ନେଇଗଲେ ଚୋର । ଏଭଳି ଦୃଶ୍ୟ ଆସିଛି କୋଣାର୍କ ସାତପଡ଼ା ଗାଁରୁ । ମା’ ଦଶମଲ୍ଲି ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରି କରି ନେଇଗଲେ ଦୁର୍ବୃତ୍ତ । ଏପରିକି ଲୁଟେରା ମା"ଙ୍କ ସୁନା ଆଖି ତାଡ଼ି ନେିଛନ୍ତି । ଏହାସହ ମଥା ଟୀକା, ନାକ ନୋଥ ଓ ମୁକୁଟ ସହିତ ଅନ୍ୟାନ୍ୟ ସୁନା ଅଳଙ୍କାର  ଚୋରି ସହ ସୁନା ଆଖି  ତାଡି ନେଇଥିବା ଅଭିଯୋଗ ହୋଇଛି । ଚୋରିକୁ ନେଇ ସାତପଡା ଗାଁ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି। ଏନେଇ ଗୋପ ଥାନାରେ ଅଭିଯୋଗ ହୋଇଛି।