କନକ ବ୍ୟୁରୋ : ଆମେ ସମସ୍ତେ ଆମ ସ୍ମାର୍ଟଫୋନକୁ ନିଜର ବ୍ୟକ୍ତିଗତ ସହଯୋଗୀ ଭାବେ ବ୍ୟବହାର କରୁ, କିନ୍ତୁ ଆପଣ ଜାଣିଛନ୍ତି କି ଏହି ସହଯୋଗୀ ପ୍ରତ୍ୟେକ କଥାକୁ ଗୁପ୍ତରେ ରେକର୍ଡ କରୁଛି ? ହଁ, ଆପଣଙ୍କ ଫୋନରେ ଥିବା ଗୁଗଲ୍ ଆସିଷ୍ଟାଣ୍ଟ କେବଳ "Hey Google" କିମ୍ବା "OK Google" କହିବା ପରେ ନୁହେଁ, ବରଂ ବେଳେବେଳେ ଭୁଲରେ ମଧ୍ୟ ସକ୍ରିୟ ହୋଇ ଆପଣଙ୍କ ବ୍ୟକ୍ତିଗତ କଥାବାର୍ତ୍ତାକୁ ରେକର୍ଡ କରିନିଏ । ଏହି ରେକର୍ଡିଂଗୁଡ଼ିକ ଗୁଗଲ୍କୁ ଏହାର ସେବାଗୁଡ଼ିକୁ ଉନ୍ନତ କରିବାରେ ସାହାଯ୍ୟ କରୁଥିବା ବେଳେ, ଏହା ଆପଣଙ୍କ ଗୋପନୀୟତା ପାଇଁ ଏକ ବଡ଼ ବିପଦ ସୃଷ୍ଟି କରିପାରେ । ତେବେ ଚିନ୍ତାର କୌଣସି କାରଣ ନାହିଁ । କିଛି ସହଜ ପଦକ୍ଷେପ ମାଧ୍ୟମରେ ଏହି ସେଟିଂସକୁ ପରିବର୍ତ୍ତନ କରିପାରିବେ ଏବଂ ନିଜର ଗୋପନୀୟତାକୁ ସୁରକ୍ଷିତ ରଖିପାରିବେ ।
କିପରି ବନ୍ଦ କରିବେ ଗୁଗଲ୍ ଭଏସ୍ ରେକର୍ଡିଂ?
ଗୁଗଲ୍ ଆପଣଙ୍କ କଥାକୁ ଯେପରି ରେକର୍ଡ ନକରିବ, ସେଥିପାଇଁ ଦୁଇଟି ମୁଖ୍ୟ ସେଟିଂସକୁ ବନ୍ଦ କରିବାକୁ ପଡ଼ିବ । ୱେବ୍ ଏବଂ ଆପ୍ ଆକ୍ଟିଭିଟିରେ ଅଡିଓ ରେକର୍ଡିଂ ବନ୍ଦ କରନ୍ତୁ । ଏହି ସେଟିଂ ବନ୍ଦ କଲେ ଗୁଗଲ୍ ସର୍ଚ୍ଚ, ଆସିଷ୍ଟାଣ୍ଟ୍ ଏବଂ ମ୍ୟାପ୍ସରୁ ଆପଣଙ୍କର ଭଏସ୍ ଏବଂ ଅଡିଓ ଇନପୁଟ୍ ଗୁଗଲ୍ ଆକାଉଣ୍ଟରେ ସେଭ୍ ହେବ ନାହିଁ ।
- ଆପଣଙ୍କ ଫୋନ୍ର Settings କୁ ଯାଆନ୍ତୁ ।
- ତଳକୁ ସ୍କ୍ରୋଲ୍ କରି Google ଉପରେ ଟ୍ୟାପ୍ କରନ୍ତୁ ଏବଂ Manage Your Google Account କୁ ଯାଆନ୍ତୁ ।
- ଏବେ Data & privacy ଟ୍ୟାବକୁ ଯାଆନ୍ତୁ ।
- History settings ଭିତରେ Web & App Activity ଉପରେ କ୍ଲିକ୍ କରନ୍ତୁ ।
- ଏଠାରେ Include voice and audio activity ଅପ୍ସନକୁ ଅନଚେକ୍ କରନ୍ତୁ ।
ଅଧିକ ସୁରକ୍ଷା ପାଇଁ ଫୋନ୍ର ସେଟିଂସକୁ ଯାଇ 'ଗୁଗଲ୍' ଆପ୍ ପାଇଁ ମାଇକ୍ରୋଫୋନ୍ ଅନୁମତିକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିପାରିବେ । ଏହାଦ୍ୱାରା ଗୁଗଲ୍ ଆପ୍ କୌଣସି ପରିସ୍ଥିତିରେ ଆପଣଙ୍କ ମାଇକ୍ରୋଫୋନ୍ ବ୍ୟବହାର କରିପାରିବ ନାହିଁ ।