କନକବ୍ୟୁରୋ : ସ୍ବାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଅନେକ ବଡ଼ ଘୋଷଣା କରିଛନ୍ତି  । ଦେଶର ବିକାଶଠାରୁ ଆରମ୍ଭ କରି ସୁରକ୍ଷା, ସଂସ୍କାର, ଆତ୍ମନିର୍ଭର,  ଶତ୍ରୁ ମୁକାବିଲା ସହ ଆମେରିକାକୁ ବଡ଼ ବାର୍ତ୍ତା ଦେଇଛନ୍ତି ମୋଦୀ । ଆତଙ୍କବାଦ ବିରୋଧରେ ଅପରେସନ ସିନ୍ଦୂରର ସଫଳତା ବର୍ଣ୍ଣନା କରି ଆତ୍ମନିର୍ଭର କଥା କହିଥିଲେ ।  ଦୀପାବଳିରେ ଜିଏସ୍‌ଟି ସଂସ୍କାର ସହିତ ଆଜିଠୁ ବିକଶିତ ଭାରତ ରୋଜଗାର ଯୋଜନା ଲାଗୁ  ନେଇ ମୋଦୀ ଘୋଷଣା କରିଛନ୍ତି। … 

Advertisment

ସାରା ଦେଶରେ ଉତ୍ସାହର ପରିବେଶ। ଦେଶ ପାଳନ କରିଛି ୭୯ତମ ସ୍ୱାଧୀନତା ଦିବସ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଦେଶବାସୀଙ୍କୁ ସମ୍ୱୋଧିତ କରିଥିଲେ ମୋଦୀ । ଦେଶ ମିସନ ସୁଦର୍ଶନ ଚକ୍ର ଆରମ୍ଭ କରିବ । ଅପରେସନ ସିନ୍ଦୂରରେ ସୁଦର୍ଶନ ଚକ୍ର ଯେପରି ଶତ୍ରୁର ସବୁ ଆକ୍ରମଣକୁ ସଫଳତାର ସହ ମୁକାବିଲା କରିଥିଲା, ସେହିପରି ସବୁ କ୍ଷେତ୍ରରେ ସାରା ଦେଶ ରହିବ ସୁରକ୍ଷିତ ।  …

ଆମେରିକାକୁ ମଧ୍ୟ ସିଧା ସନ୍ଦେଶ ଦେଇଛନ୍ତି ମୋଦୀ। ଟାରିଫ୍ ନେଇ ମୋଦୀ କହିଥିଲେ,  ଦେଶବାସୀଙ୍କ ଆର୍ଥିକ ସ୍ୱାର୍ଥ ପାଇଁ କୌଣସି ପଦକ୍ଷେପ ନେବାକୁ ଭାରତ ପଛଘୁଞ୍ଚା ଦେବ ନାହିଁ କି ସାଲିସ କରିବ ନାହିଁ। ଭୋକାଲ୍ ଫର୍ ଲୋକାଲ୍‌ ଆତ୍ମନିର୍ଭର ଭାରତର ମନ୍ତ୍ର ଦେଇଥିଲେ ମୋଦୀ । ସ୍ୱଦେଶୀ ଉତ୍ପାଦନ ଓ ବ୍ୟବହାର ବୃଦ୍ଧି ଉପରେ ଗୁରୁତ୍ୱ ସେ ଦେଇଥିଲେ।…

ଆଜିଠୁ ଯୁବବର୍ଗଙ୍କ ପାଇଁ ୧ ଲକ୍ଷ କୋଟି ଟଙ୍କାର ବିକଶିତ ଭାରତ ରୋଜଗାର ଯୋଜନା ଆରମ୍ଭ ହୋଇଛି। ଘରୋଇ କ୍ଷେତ୍ରରେ ଯୁବବର୍ଗଙ୍କୁ ଚାକିରି ମିଳିବ। ସାଢ଼େ ୩ କୋଟି ଯୁବକଯୁବତୀ ଉପକୃତ ହେବେ। ଚାଷୀ ଓ ମହିଳାଙ୍କଠାରୁ ଆରମ୍ଭ କରି ସବୁ କ୍ଷେତ୍ରରେ ବିକାଶ ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ମୋଦୀ ସୂଚନା ଦେଇଥିଲେ।  …
ମୋଦୀ ତାଙ୍କ ୧୦୩ ମିନିଟର ଭାଷଣରେ ୪୮ ଥର ଭାରତ, ୨୮ ଥର ଯୁବ, ୨୬ ଥର ଆତ୍ମନିର୍ଭର, ୨୦ ଥର ସୁଧାର, ୧୯ ଥର ସୁରକ୍ଷା, ୧୫ ଥର ସୁଦର୍ଶନ ଚକ୍ର, ୧୫ ଥର ସମ୍ୱିଧାନ, ୧୫ ଥର କୃଷକ ଶବ୍ଦ ବ୍ୟବହାର କରିଥିଲେ ।  ଲଗାତାର ଲାଲକିଲ୍ଲାରେ ୧୨ ଥର ଭାଷଣ ଦେବାରେ ଇନ୍ଦିରା ଗାନ୍ଧୀଙ୍କୁ ଟପିଯାଇଛନ୍ତି ମୋଦୀ