କନକ ବ୍ୟୁରୋ: ବେଙ୍ଗାଲୁରୁରେ ଏକ ନିର୍ମମ ହତ୍ୟାକାଣ୍ଡ ଘଟଣା ସାମ୍ନାକୁ ଆସିଛି । ଏଠାରେ ଏକ ହୋଟେଲ୍‌ ରୁମ୍‌ରେ ନିଜ ପ୍ରେମିକାକୁ ଅତି ବୀଭତ୍ସ ତରିକାରେ ହତ୍ୟା କରିଛି ଜଣେ ୨୫ ବର୍ଷୀୟ ଅଭିଯୁକ୍ତ । ଏହାକୁ ନେଇ ସୁବ୍ରମଣ୍ୟପୁର ଥାନାରେ ଏକ ମାମଲା ରୁଜୁ ହୋଇଛି । ମୃତକ ଓ ଅଭିଯୁକ୍ତ ଉଭୟ ସ୍ଥାନୀୟ କେନ୍‌ଗିରି ଅଞ୍ଚଳର ବୋଲି ଜଣା ପଡ଼ିଛି । ୩୩ ବର୍ଷୀୟା ହରିଣୀ ନାମକ ମହିଳା ଜଣେ ୨୫ ବର୍ଷୀୟ ଯୁବକଙ୍କ ପ୍ରେମରେ ପଡ଼ି ଯାଇଥିଲେ ।

Advertisment

ସୂଚନା ମୁତାବକ ୟସସ୍‌ ନାମକ ଯୁବକ ଓ ହରିଣୀ ନାମକ ମହିଳା ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କରେ ରହିଥିଲେ । ଦୁଇଟି ଛୁଆର ମାଆ ହରିଣୀଙ୍କ ପ୍ରେମ ସମ୍ପର୍କ ବିଷୟରେ ତାଙ୍କ ପରିବାର ଲୋକ କୌଣସି ମତେ ଜାଣିବାକୁ ପାଇଥିଲେ । ଏହାପରେ ସେ ୟସସ୍‌ଙ୍କ ସହ ସମସ୍ତ ସମ୍ପର୍କ ଛିନ୍ନ କରିବାକୁ ଚାହୁଥିଲେ । ଏ ବାବଦରେ ୟସସ୍‌ଙ୍କୁ ବାରମ୍ବାର କହିଥିଲେ । କିନ୍ତୁ ହରିଣୀଙ୍କ ଏହି କଥାରେ ରାଜି ନଥିଲେ ୟସସ୍ । ସେ ମହିଳାଙ୍କୁ ନିଜ ସ୍ୱାମୀକୁ ଛାଡ଼ି ତାଙ୍କ ପାଖରେ ରହିବାକୁ ବାଧ୍ୟ କରୁଥିଲେ । 

ଗତ ଜୁନ୍‌ ୮ ସବୁ ସୀମା ଟପି ଯାଇଥିଲେ ୟସସ୍‌ । ସେ ହରିଣୀଙ୍କୁ ଦେଖା କରିବାକୁ ବେଙ୍ଗାଲୁରୁ ସ୍ଥିତ ପୂର୍ଣ୍ଣ ପ୍ରଜ୍ଞା ଲେଆଉଟ୍‌ ନାମକ ହୋଟେଲ୍‌କୁ ଦେଖା କରିବାକୁ ଡାକିଥିଲେ । ଏଠାରେ ସେ ନିଜ ପ୍ରେମିକାଙ୍କୁ ପୁଣି ନିଜ ସ୍ୱାମୀଙ୍କ ସହ ସମସ୍ତ ପ୍ରକାର ସମ୍ପର୍କ ତୁଟାଇ ଦେବାକୁ ବାଧ୍ୟ କରିଥିଲେ । ହେଲେ ଏହାକୁ ନେଇ ରାଜି ହୋଇନଥିଲା ହରିଣୀ । ସେ ନିଜ ପରିବାରକୁ ଛାଡ଼ିବାକୁ ଚାହୁନଥିଲେ । ଏଥିରେ କ୍ରୋଧାନ୍ୱିତ ହୋଇ ସାଙ୍ଗରେ ଆଣିଥିବା ଧାରୁଆ ଅସ୍ତ୍ରରେ ହରିଣୀଙ୍କ ଉପରକୁ ଆକ୍ରମଣ କରିଥିଲେ । ଗୋଟିଏ କି ଦୁଇ ଥର ନୁହେଁ, ପୂରା ୧୭ ଥର ସେ ହରିଣୀଙ୍କୁ ଆକ୍ରମଣ କରିଥିଲେ । ଏହାପରେ ଘଟଣାସ୍ଥଳରେ ହିଁ ହରିଣୀଙ୍କ ମୃତ୍ୟୁ ହୋଇଥିଲା ।