ପତ୍ନୀଙ୍କଠୁ ଅତିଷ୍ଠ ହୋଇ ଜୀବନ ହାରିଲେ ସ୍ବାମୀ । ଆତ୍ମହତ୍ୟା ପୂର୍ବରୁ ଭିଡିଓ ଜାରି କରି ପତ୍ନୀ ଓ ପରିବାରଙ୍କୁ କଲେ ଦାୟୀ ।

Advertisment

ଆତ୍ମହତ୍ୟା ପୂର୍ବରୁ ଭିଡିଓ ଜାରି କରି ପତ୍ନୀ ଓ ପରିବାରଙ୍କୁ କଲେ ଦାୟୀ । ନ୍ୟାୟ ମାଗି ଉତରପ୍ରଦେଶ ସରକାରଙ୍କୁ ଚିଠି ଲେଖିଲେ ଆଇଟି ଇଞ୍ଜିନିୟରଙ୍କ ପରିବାର ।

ଆତ୍ମହତ୍ୟା ପୂର୍ବରୁ ଭିଡିଓ ଜାରି କରି ପତ୍ନୀ ଓ ପରିବାରଙ୍କୁ କଲେ ଦାୟୀ । ନ୍ୟାୟ ମାଗି ଉତରପ୍ରଦେଶ ସରକାରଙ୍କୁ ଚିଠି ଲେଖିଲେ ଆଇଟି ଇଞ୍ଜିନିୟରଙ୍କ ପରିବାର ।

ସ୍ବାମୀଙ୍କ ଲାଇଭ ଆତ୍ମହତ୍ୟା

ସ୍ବାମୀଙ୍କ ଲାଇଭ ଆତ୍ମହତ୍ୟା Photograph: (kanakNews)

 କନକ ବ୍ୟୁରୋ:  ପୁଣି ମନେପଡିଲା ବେଙ୍ଗାଲୁରୁର ସେହି ଆତ୍ମହତ୍ୟା ଘଟଣା ଯାହା ପୂରା ଦେଶକୁ ଦୋହଲାଇଥିଲା । ଅତୁଲ ସୁଭାଷ ଯିଏ ନିଜ ସ୍ତ୍ରୀଙ୍କଠୁ ଅତ୍ୟାଚାର ସହିନପାରି ଆତ୍ମହତ୍ୟା କରିଥିଲେ ।ଏବେ ଠିକ ସେଭଳି କିଛି ଘଟଣା ସାମ୍ନାକୁ ଆସିଛି । ଘଟଣା ଆଗ୍ରାରୁ ।ପତ୍ନୀ ଓ ତାଙ୍କ ପରିବାରଙ୍କ ଅତ୍ୟାଚାର ସହିନପାରି ଜୀବନ ହାରିଛନ୍ତି ପ୍ରତିଷ୍ଠିତ କମ୍ପାନୀ ଆଇଟି ଇଞ୍ଜିନିୟର ମାନବ । ଗତବର୍ଷ ପତ୍ନୀଙ୍କଠୁ ଅତିଷ୍ଠ ହୋଇ ଆତ୍ମହତ୍ୟା କରିଥିଲେ ଅତୁଲ ଓ ଆଉ ଏବେ ସମାନ ଅଭିଯୋଗ ଆଣି ସମାନ ଢ଼ଙ୍ଗରେ ଆତ୍ମହତ୍ୟା କରିଛନ୍ତି ମାନବ । ଜୀବନ ହରିବା ପୂର୍ବରୁ ଉଭୟଙ୍କ କିପରି ପତ୍ନୀଙ୍କ ଉପରେ ସମାନ ଅଭିଯୋଗ ଆଣି ଜୀବନ ହାରିଛନ୍ତି । ଯେଉଁଭଳି ଅଭିଯୋଗ ଆଣି ଅତୁଲ ଜୀବନ ହାରିଥିଲେ ଠିକ ସେମିତି କଥା କହି ଆତ୍ମହତ୍ୟା କରିଛନ୍ତି ମାନବ ପ୍ରତିଷ୍ଠିତ ଆଇଟିର କମ୍ପାନୀର କର୍ମଚାରୀ ଥିଲେ ।

ପତ୍ନୀଙ୍କଠୁ ଅତିଷ୍ଟ ହୋଇ ଆତ୍ମହତ୍ୟା କରିଛନ୍ତି । ୭ମିନିଟରେ ଭିଡିଓରେ ବାହାଘର ପରଠୁ କିଭଳି ମାନସିକ ନିଯ୍ୟାତନା ଦେଉଥିଲେ ପତ୍ନି ନିକିତା ଓ ତାଙ୍କ ପରିବାର ଟିକନିକି କରି ବଖାଣିଛନ୍ତି ମାନବ । ମାନସିକ ସ୍ତରରେ ଦୁର୍ବଳ ହେବା ପରେ ଏବେ ସେ ଏହି ଚରମ ନିଷ୍ପତି ନେବାକୁ ବାଧ୍ୟ ହୋଇଥିବା ଭିଡିଓରେ କହିଛନ୍ତି । କେବଳ ସେତକି ନୁହେଁ ମାନବ ଏକଥା ମଧ୍ୟ କହିଛନ୍ତି ପୁରୁଷମାନଙ୍କ ସମସ୍ୟାକୁ ବୁଝାଯାଉ, କୋର୍ଟ ଓ ପୁଲିସ କେବଳ ମହିଳାଙ୍କ କଥା ଶୁଣି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରୁ ।ଏକତରଫା କାର୍ଯ୍ୟାନୁଷ୍ଠାନ ପାଇଁ ଏମିତି ଅନେକ ପୁରୁଷ ଜୀବନ ହାରୁଛନ୍ତି, ସେମାନଙ୍କୁ ରକ୍ଷା କରାଯାଉ । ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ପତ୍ନୀ ନିକିତା । ସେପଟେ ପରିବାର ଲୋକ ଉତରପ୍ରଦେଶ ସରକାରଙ୍କୁ ଚିଠି ଲେଖି ନ୍ୟାୟ ମାଗିଛନ୍ତି । ପୁଲିସ ନିକଟରେ ପହଁଚି ବୋହୁ ଓ ତା ପରିବାର ବିରୋଧରେ ମାମଲା ରୁଜୁ କରିଛନ୍ତି ମାନବଙ୍କ ପରିବାର ସେପଟେ ସୋସିଆଲ ମିଡିଆରେ ମାନବଙ୍କୁ ନ୍ୟାୟ ପାଇଁ ଜୋର ଧରିଲାଣି ଦାବି । ଆଉ କେତେ ସୁଭାଷ ଓ ମାନବକୁ ହରାଇବାକୁ ବୋଲି ଉଠିଲାଣି ପ୍ରଶ୍ନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe