କନକ ବ୍ୟୁରୋ: ବେଙ୍ଗାଲୁରୁ ଏଆଇ ଇଞ୍ଜିନୟର ଅତୁଲ ସୁଭାଷଙ୍କ ଆତ୍ମହତ୍ୟା ମାମଲାରେ ପୋଲିସର ବଡ ଆକ୍ସନ। ଅତୁଲଙ୍କ ପତ୍ନୀ ନିକିତା ସିଂଘାନିଆ, ନିକିତାଙ୍କ ମା’ ନିଶା ଓ ଭାଇ ଅନୁରାଗଙ୍କୁ ଗିରଫ କରିଛି ବେଙ୍ଗାଲୁରୁ ପୋଲିସ। ପତ୍ନୀ ନିକିତାଙ୍କୁ ଗୁରୁଗ୍ରାମରୁ ଗିରଫ କରାଯାଇଥିବାବେଳେ ତାଙ୍କ ମା’ ଓ ଭାଇଙ୍କୁ ପ୍ରୟାଗରାଜରୁ ଗିରଫ କରାଯାଇଛି।
କିଛି ଦିନ ପୂର୍ବରୁ ନିକିତା ଓ ତାଙ୍କ ପରିବାର ଉପରେ ଅତୁଲଙ୍କୁ ମାନସିକ ନିର୍ଯାତନା ଓ ଜବରଦସ୍ତି ଟଙ୍କା ଆଦାୟ କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ କରିବା ପରେ ସୋସିଆଲ ମିଡିଆରେ ନିଜ ଦୁଃଖ ସମ୍ପର୍କିତ ଭିଡିଓ ପୋଷ୍ଟ କରିବା ପରେ ଆତ୍ମହତ୍ୟା କରିଥିଲେ ଯୁବ ଇଞ୍ଜିନିୟର ଅତୁଲ। ଏହା ପରେ ଅର୍ଥାତ ୩ ଦିନ ପୂର୍ବରୁ ବେଙ୍ଗାଲୁରୁ ପୋଲିସ ନିକିତାଙ୍କ ଯୌନପୁର ସ୍ଥିତ ଘର କାନ୍ଥରେ ନୋଟିସ୍ ମାରିଥିଲା । ନୋଟିସରେ ୩ ଦିନ ମଧ୍ୟରେ ବୟାନ ରେକର୍ଡ କରିବାକୁ କୁହାଯାଇଥିଲା । ଏହା ମଧ୍ୟରେ ନିକିତା ଓ ତାଙ୍କ ପରିବାର ଆହ୍ଲାବାଦ କୋର୍ଟରେ ଆଗୁଆ ଜାମିନ ପାଇଞ ଆବେଦନ କରିଥିଲେ । ହେଲେ ଏହା କାମ ଦେଇନଥିଲା । ଶେଷରେ ସେମାନଙ୍କୁ ପୋଲିସ ସେମାନଙ୍କୁ ଗିରଫ କରି ଜେରା କରୁଥିବା ସୂଚନା ମିଳିଛି ।
Follow Us