କନକ ବ୍ୟୁରୋ : ଲଗାଣ ବର୍ଷାରେ ବେହାଲ ଚାଷୀକୂଳ, ଭାଙ୍ଗିଗଲାଣି ଚାଷୀର ଆର୍ଥିକ ମେରୁଦଣ୍ଡ । ଚଳିତବର୍ଷ ଭଲ ବର୍ଷା କାରଣରୁ କ୍ଷେତରେ ଭଲ ଫସଲ ହୋଇଛି ସତ ହେଲେ ଏହା ସହିତ ରୋଗ ପୋକ ଚାଷୀଙ୍କ ଚିନ୍ତା ବଢ଼ାଇଛନ୍ତି । ସମ୍ବଲପୁର କୁଚିଣ୍ଡା ଉପଖଣ୍ଡର ବିଭିନ୍ନ ଚାଷଜମିରେ ପୋକଙ୍କ ଦୌରାତ୍ମ୍ୟ ଦେଖିବାକୁ ମିଳିଛି । ଧାନ ସହ ଅନ୍ୟାନ୍ୟ ଫସଲରେ ପୋକ ଲାଗୁଥିବା ବେଳେ ଔଷଧ ସିଞ୍ଚନ କଲେ ମଧ୍ୟ କୌଣସି ପ୍ରଭାବ ପଡୁନାହିଁ, ଯାହାକୁ ନେଇ ଚିନ୍ତାରେ ଚାଷୀ। ଏନେଇ ସ୍ଥାନୀୟ ଚାଷୀଙ୍କ ସହ ଆଲୋଚନା କରିଛନ୍ତି ଆମ କୁଚିଣ୍ଡା ପ୍ରତିନିଧି ।
ସେପଟେ କୋରାପୁଟ ଦଶମନ୍ତପୁର ବ୍ଲକରେ ଲଗାଣ ବର୍ଷା କାରଣରୁ କ୍ଷତିଗ୍ରସ୍ତ ହୋଇଛି ମକାଚାଷ । କେମିତି ଧାର କରଜ ଶୁଝିବେ, କିପରି ଚଳିବ ପରିବାର ସେନେଇ ଚିନ୍ତାରେ ଚାଷୀ। ଭଲ ଦି ପଇସା ରୋଜଗାର ଆଶାରେ ସ୍ଥାନୀୟ ଅଞ୍ଚଳର ଚାଷୀମାନେ ଅନ୍ୟଠାରୁ ଟଙ୍କା ଆଣି ଏକର ଏକର ଜମିରେ ମକାଚାଷ କରିଥିଲେ । ବର୍ଷା କାରଣରୁ ଏଗୁଡ଼ିକ ନଷ୍ଟ ହୋଇଥିବା ବେଳେ ଏବେ ଧାର କରଜ କରିଥିବା ଟଙ୍କା ଶୁଝିବାକୁ ନେଇ ଚିନ୍ତାରେ ଚାଷୀକୂଳ ।
ଚାଷୀ ଆଖିରେ ଲୁହ : ଲଗାଣ ବର୍ଷା ଭାଙ୍ଗିଲା ଆର୍ଥିକ ମେରୁଦଣ୍ଡ
ଚଳିତବର୍ଷ ଭଲ ବର୍ଷା କାରଣରୁ କ୍ଷେତରେ ଭଲ ଫସଲ ହୋଇଛି ସତ ହେଲେ ଏହା ସହିତ ରୋଗ ପୋକ ଚାଷୀଙ୍କ ଚିନ୍ତା ବଢ଼ାଇଛନ୍ତି । ସମ୍ବଲପୁର କୁଚିଣ୍ଡା ଉପଖଣ୍ଡର ବିଭିନ୍ନ ଚାଷଜମିରେ ପୋକଙ୍କ ଦୌରାତ୍ମ୍ୟ ଦେଖିବାକୁ ମିଳିଛି ।
/kanak/media/media_files/2025/10/11/ai-pic-2025-10-11-07-34-27.jpg)