କନକ ବ୍ୟୁରୋ : ସଂସଦରେ ଅନଲାଇନ ଗେମିଂ ବିଲ୍ ପାରିତ ହେବା ପରେ ବିସିସିଆଇର ହାତ ଛାଡ଼ିଥିଲା ଟିମ ଇଣ୍ଡିଆର ମୁଖ୍ୟ ପ୍ରାୟୋଜକ ଡ୍ରିମ୍ ଇଲେଭେନ୍ । ଏବେ ଟିମ ଇଣ୍ଡିଆକୁ ମିଳିଛି ନୂଆ ପ୍ରାୟୋଜକ ଏଥର ଜର୍ସିରେ ଦେଖିବାକୁ ମିଳିବ ଆପୋଲୋ ଟାୟାର୍ସ । କୁହାଯାଉଛି ଯେ ଆପୋଲୋ ଟାୟାର୍ସ ପ୍ରତ୍ୟେକ ମ୍ୟାଚ୍ ପାଇଁ ୪.୫ କୋଟି ଟଙ୍କା ଦେବ । ଏହା ଡ୍ରିମ୧୧ର ପୂର୍ବ ଚୁକ୍ତି ତୁଳନାରେ ୫୦ ଲକ୍ଷ ଟଙ୍କା ଅଧିକ ହେବ । ଡ୍ରିମ ଇଲେଭେନ୍ ପ୍ରତ୍ୟେକ ମ୍ୟାଚ୍ ପାଇଁ ପୂର୍ବରୁ ୪ କୋଟି ଟଙ୍କା ଦେଉଥିଲା। ଜାତୀୟ ଗଣମାଧ୍ୟମ ଅନୁଯାୟୀ, 'କାନଭା' ଏବଂ ‘ଜେକେ ଟାୟାର୍ସ’ ମଧ୍ୟ ଟିମ୍ ଇଣ୍ଡିଆର ନୂତନ ଜର୍ସି ପ୍ରାୟୋଜକ ହେବା ପାଇଁ ବିଡ୍ କରିଥିଲେ । ବିସିସିଆଇ ଦ୍ୱାରା ଜାରି ବିବୃତିରେ ସ୍ପଷ୍ଟ ଭାବରେ କୁହାଯାଇଛି ଗେମିଂ, ବେଟିଂ, କ୍ରିପ୍ଟୋ ଏବଂ ତମାଖୁ କମ୍ପାନିଗୁଡ଼ିକୁ ବିଡ୍ କରିବାକୁ ଅନୁମତି ଦିଆଯିବ ନାହିଁ । ଆପଣଙ୍କୁ କହି ରଖୁଛୁ ଯେ ଏସିଆ କପରେ ଟିମ୍ ଇଣ୍ଡିଆର ଜର୍ସିରେ କୌଣସି ପ୍ରାୟୋଜକ ନାହିଁ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us