କନକ ବ୍ୟୁରୋ : ସଂସଦରେ ଅନଲାଇନ ଗେମିଂ ବିଲ୍ ପାରିତ ହେବା ପରେ ବିସିସିଆଇର ହାତ ଛାଡ଼ଥିଲା ଟିମ ଇଣ୍ଡିଆର ମୁଖ୍ୟ ପ୍ରାୟୋଜକ ଡ୍ରିମ୍ ଇଲେଭେନ୍ । ଏବେ ଟିମ ଇଣ୍ଡିଆକୁ ମିଳିଛି ନୂଆ ପ୍ରାୟୋଜକ ଏଥର ଜର୍ସିରେ ଦେଖିବାକୁ ମିଳିବ ଆପୋଲୋ ଟାୟାର୍ସ । କୁହାଯାଉଛି ଯେ ଆପୋଲୋ ଟାୟାର୍ସ ପ୍ରତ୍ୟେକ ମ୍ୟାଚ୍ ପାଇଁ ୪.୫ କୋଟି ଟଙ୍କା ଦେବ । ଏହା ଡ୍ରିମ୧୧ର ପୂର୍ବ ଚୁକ୍ତି ତୁଳନାରେ ୫୦ ଲକ୍ଷ ଟଙ୍କା ଅଧିକ ହେବ । ଡ୍ରିମ ଇଲେଭେନ୍ ପ୍ରତ୍ୟେକ ମ୍ୟାଚ୍ ପାଇଁ ପୂର୍ବରୁ ୪ କୋଟି ଟଙ୍କା ଦେଉଥିଲା। ଜାତୀୟ ଗଣମାଧ୍ୟମ ଅନୁଯାୟୀ, 'କାନଭା' ଏବଂ ‘ଜେକେ ଟାୟାର୍ସ’ ମଧ୍ୟ ଟିମ୍ ଇଣ୍ଡିଆର ନୂତନ ଜର୍ସି ପ୍ରାୟୋଜକ ହେବା ପାଇଁ ବିଡ୍ କରିଥିଲେ । ବିସିସିଆଇ ଦ୍ୱାରା ଜାରି ବିବୃତିରେ ସ୍ପଷ୍ଟ ଭାବରେ କୁହାଯାଇଛି ଗେମିଂ, ବେଟିଂ, କ୍ରିପ୍ଟୋ ଏବଂ ତମାଖୁ କମ୍ପାନିଗୁଡ଼ିକୁ ବିଡ୍ କରିବାକୁ ଅନୁମତି ଦିଆଯିବ ନାହିଁ । ଆପଣଙ୍କୁ କହି ରଖୁଛୁ ଯେ ଏସିଆ କପରେ ଟିମ୍ ଇଣ୍ଡିଆର ଜର୍ସିରେ କୌଣସି ପ୍ରାୟୋଜକ ନାହିଁ।
ଟିମ୍ ଇଣ୍ଡିଆର ନୂଆ ମୁଖ୍ୟ ପ୍ରାୟୋଜକ, ଖେଳାଳିଙ୍କ ଜର୍ସିରେ ଚମକିବ ଆପୋଲୋ ଟାୟାରର୍ସର ଲୋଗୋ
କୁହାଯାଉଛି ଯେ ଆପୋଲୋ ଟାୟାର୍ସ ପ୍ରତ୍ୟେକ ମ୍ୟାଚ୍ ପାଇଁ ୪.୫ କୋଟି ଟଙ୍କା ଦେବ । ଏହା ଡ୍ରିମ୧୧ର ପୂର୍ବ ଚୁକ୍ତି ତୁଳନାରେ ୫୦ ଲକ୍ଷ ଟଙ୍କା ଅଧିକ ହେବ ।
/kanak/media/media_files/2025/09/16/55-2025-09-16-21-56-41.jpg)