କନକ ବ୍ୟୁରୋ : ବାରବାଟୀରେ ଟିମ୍ ଇଣ୍ଡିଆର ବଡ଼ ବିଜୟ । ଗର୍ଜିଲା ରୋହିତ ଶର୍ମାଙ୍କ ବ୍ୟାଟ୍‌ । ୪ ୱିକେଟରେ ଇଂଲଣ୍ଡକୁ ମାତ୍ ଦେଲା ଟିମ୍ ଇଣ୍ଡିଆ । ୩୦୫ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ୪୫ତମ ଓଭରରେ ବିଜୟୀ ହେଲା ଭାରତ । ସବୁଠୁ ଆକର୍ଷଣୀୟ ଥିଲା ବାରବାଟୀରେ ଅଧିନାୟକ ରୋହିତ ଶର୍ମାଙ୍କ ଧୂଆଁଧାର ଶତକ । ୭୬ଟି ବଲରେ ୭ଟି ଛକା ଓ ୯ଟି ଚୌକା ମାରି ଧୂଆଁଧାର ଶତକ ହାସଲ କରିଛନ୍ତି ହିଟ୍ ମ୍ୟାନ୍ ରୋହିତ । ଛକା ମାରି ଶତକ ହାସଲ କଲେ । ୯୦ ବଲରୁ ୭ଟି ଛକା ଓ ୧୨ଟି ଚୌକା ସହ ୧୧୯ ରନର ଇନିଙ୍ଗସ୍ ଖେଳିଛନ୍ତି ରୋହିତ ଶର୍ମା । ଦିନିକିଆରେ ୩୨ତମ ଶତକ କରି ପୁଣିଥରେ ଫର୍ମ ଫେରି ପାଇଛନ୍ତି । ଗତ କିଛି ଦିନ ହେଲା ଫର୍ମରେ ନଥିଲେ ଅଧିନାୟକ ରୋହିତ ଶର୍ମା । କଟକରେ ନିଜର ପୁରୁଣା ଫର୍ମ ଫେରି ପାଇଛନ୍ତି ରୋହିତ ଶର୍ମା । ସେହିପରିଶୁଭମନ୍ ଗିଲ୍ ୫୨ ବଲରୁ ଗୋଟିଏ ଛକା ଓ ୯ଟି ଚୌକା ସହ ୬୦ ରନ୍ କରିଛନ୍ତି । ଶ୍ରେୟସ ଆୟାର ୪୪ ରନ୍ କରି ରନ୍ ଆଉଟ୍ ହୋଇ ଥିଲେ । ଅକ୍ଷର ପଟେଲ ୪୧ ରନ୍ ଓ ରବୀନ୍ଦ୍ର ଜାଡେଜା ୧୧ ରନ୍ କରି ନଟ୍ ଆଉଟ୍ ରହିଛନ୍ତି । 

Advertisment

ସେପଟେ କିନ୍ତୁ ବାରବାଟୀ ଦର୍ଶକଙ୍କୁ ପୁଣିଥରେ ନିରାଶ କରିଛନ୍ତି ବିରାଟ କୋହଲି । ମାତ୍ର ୫ ରନ୍ କରି ରସିଦଙ୍କ ସ୍ପିନ ଯାଦୁର ଶିକାର ହୋଛଇନ୍ତି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ୪୯ ଓଭର ୫ଟି ବଲରେ ୩୦୪ ରନ୍ କରି ଅଲଆଉଟ୍ ହୋଇଥିଲା । ଜୋ ରୁଟ୍ ଓ ବେନ୍ ଡକେଟ୍‌ ଅର୍ଦ୍ଧଶତକ କରିଥିଲେ । ୩୦୫ ରନ ଟାର୍ଗେଟରେ ପଡିଆକୁ ଓହ୍ଲାଇଥିବା ଭାରତ ଆରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲା । ଦୁଇ ଓପନର ରୋହିତ ଓ ଶୁଭମନ ଗିଲ୍ ଓପନିଙ୍ଗ ଭାଗିଦାରୀରେ ୧୩୬ ରନ୍ କରିଥିଲେ । ତେବେ ଗିଲ୍ ୬୦ ରନ୍ କରି ଆଉଟ୍ ହେବା ପରେ ଅଧିନାୟକ ଇନିଂସ ଖେଳିଥିଲେ ରୋହିତ ଶର୍ମା । ବାରବାଟୀ ମ୍ୟାଚ୍ ଜିତି ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଜିତିନେଇଛି ଟିମ୍ ଇଣ୍ଡିଆ । 

ଭାରତର ବାରବାଟୀ ବିଜୟ 
ଟସ ଜିଣି ପ୍ରଥମ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ ଦଳ 
ଟିମ ଇଣ୍ଡିଆ ଆଗରେ ରଖିଥିଲା ୩୦୫ ରନର ବିଜୟ ଲକ୍ଷ୍ୟ 
ଇଂଲଣ୍ଡ ପକ୍ଷରୁ ରୁଟ ଓ ଡୁକେଟ ଖେଳିଥିଲେ ଅର୍ଦ୍ଧଶତକୀୟ ଇନିଂସ
୩୦୪ ରନରେ ଅଲଆଉଟ ହୋଇଯାଇଥିଲା ଭ୍ରମଣକାରୀ ଦଳ 
ବିଜୟ ଲକ୍ଷ୍ୟକୁ ପିଛା କରି ଆରମ୍ଭରୁ ଆକ୍ରମଣାତ୍ମକ ଖେଳିଥିଲା ଭାରତ
ଦୁଇ ଓପନର ରୋହିତ ଓ ଶୁଭମନ ଗିଲ୍ ଓପନିଙ୍ଗ ଭାଗିଦାରୀରେ ୧୩୬ ରନ୍ କରିଥିଲେ 
ଦୀର୍ଘ ଦିନ ପରେ ବାରବାଟୀରେ ଫର୍ମକୁ ଫେରି ପାଇଲେ ରୋହିତ ଶର୍ମା
ବାରବାଟୀରେ ଶତକୀୟ ଇଂନିସ ଖେଳିଲେ କ୍ୟାପ୍ଟେନ ରୋହିତ ଶର୍ମା 
୭ଟି ବିଶାଳ ଛକା ଓ ୧୨ଟି ଚୌକା ସହ କଲେ ୧୧୯ ରନ୍
ପୁଣି ଫ୍ୟାନକୁ ନିରାଶ କଲେ ବିରାଟ କୋହଲି 
ମାତ୍ର ୫ ରନ କରି ପ୍ୟାଭିଲିୟନକୁ ଫେରିଲେ କିଙ୍ଗ କୋହଲି   
ହାତରେ ୪ ୱିକେଟ ଥାଇ ମ୍ୟାଚ ଜିତିନେଲା ଟିମ ଇଣ୍ଡିଆ 
୩ ମ୍ୟାଚ ବିଶିଷ୍ଟ ସିରିଜକୁ ଆଗୁଆ କବଜା କଲା ରୋହିତ ବାହିନୀ