କନକ ବ୍ୟୁରୋ: ପୁଣି ଫେରିଲା ବର୍ଡର-ଗାଭାସ୍କର ସିରିଜ ପରାଜୟର ପୋଷ୍ଟମର୍ଟମ । ଚଳିତ ବର୍ଷ ଅଷ୍ଟ୍ରେଲିଆରେ ଶେଷ ହୋଇଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ବର୍ଡର-ଗାଭାସ୍କର ଟ୍ରଫିରେ ଭାରତୀୟ ଦଳ ୧-୩ରେ ଲଜ୍ଜାଜନକ ପରାଜୟ ବରଣ କରିଥିଲା । ସିରିଜ୍ ସମୟରେ ଡ୍ରେସିଂରୁମ୍ର କଥା ବାହାରେ ପ୍ରଘଟ କରାଯାଉଥିବା ଖବର ବି ଆସିଥିଲା । ଏସବୁ ପରେ ବିସିସିଆଇ ଆଜି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଦୁବାଇରେ ଚାମ୍ପିୟନ୍ସ ଟ୍ରଫି ଜିତିବା ସତ୍ତ୍ୱେ, ମାତ୍ର ୮ ମାସର କାର୍ଯ୍ୟକାଳ ପରେ ବିସିସିଆଇ ଟିମ୍ ଇଣ୍ଡିଆର ସହାୟକ ପ୍ରଶିକ୍ଷକ ଅଭିଶେକ ନାୟାରଙ୍କୁ ଟିମରୁ ବାହାର କରିଛି । ସିରିଜ୍ ପରେ ସମୀକ୍ଷା ବୈଠକରେ, ଟିମ୍ ମ୍ୟାନେଜମେଣ୍ଟର ଜଣେ ସଦସ୍ୟ 'ଡ୍ରେସିଂରୁମ୍ ଲିକ୍' ବିଷୟରେ ବିସିସିଆଇକୁ ଅଭିଯୋଗ କରିଥିଲେ । ଅଭିଶେକ ନାୟାରଙ୍କ ବ୍ୟତୀତ ଭାରତୀୟ ଦଳର ଫିଲ୍ଡିଂ କୋଚ ଟି. ଦିଲ୍ଲୀପ ଏବଂ ପ୍ରଶିକ୍ଷକ ସୋହମ ଦେଶାଇଙ୍କୁ ମଧ୍ୟ ସେମାନଙ୍କ ଦାୟିତ୍ୱରୁ ମୁକ୍ତ କରିଛି ବିସିସିଆଇ।
ସୂଚନା ଅନୁସାରେ ଅଭିଶେକ ନାୟାର ଏବଂ ଦିଲ୍ଲୀପଙ୍କ ସ୍ଥାନରେ କାହାକୁ ନିଯୁକ୍ତି ଦିଆଯିବ ନାହିଁ । କାରଣ ସୀତାଂଶୁ କୋଟକ ପୂର୍ବରୁ ଭାରତୀୟ ପୁରୁଷ ଦଳ ସହିତ ବ୍ୟାଟିଂ ପ୍ରଶିକ୍ଷକ ଭାବରେ ଜଡିତ ଅଛନ୍ତି । ଫିଲ୍ଡିଂ କୋଚ୍ ଥିବା ଦିଲ୍ଲୀପଙ୍କ କାର୍ଯ୍ୟ ସହାୟକ ପ୍ରଶିକ୍ଷକ ରିଆନ ଟେନ୍ଡେସ୍କାଟ ବୁଝିବେ । ନିକଟରେ, ବିସିସିଆଇର କିଛି ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି ଦଳ ପରିଚାଳନାର ସଦସ୍ୟମାନଙ୍କ ସହ ଏକ ବୈଠକ କରିଥିଲେ । ଯେଉଁଥିରେ ଖେଳାଳିଙ୍କ କେନ୍ଦ୍ରୀୟ ଚୁକ୍ତିନାମା ଉପରେ ମଧ୍ୟ ଆଲୋଚନା ହୋଇଥିଲା । ଆଇପିଏଲ ପରେ, ଭାରତୀୟ ଦଳ ଜୁନ୍-ଜୁଲାଇରେ ୫ଟି ଟେଷ୍ଟ ମ୍ୟାଚ୍ ଖେଳିବା ପାଇଁ ଇଂଲଣ୍ଡ ଗସ୍ତ କରିବ । ଏହି ସମୟ ମଧ୍ୟରେ କେନ୍ଦ୍ରୀୟ ଚୁକ୍ତିନାମା ଘୋଷଣା ହୋଇପାରେ । କୁହାଯାଉଛି ଡ୍ରେସିଂରୁମ୍ରୁ ଲିକ୍ ହୋଇଥିବା ତଥ୍ୟ ପାଇଁ ବଡ଼ ଆକ୍ସନ ନେଇଛି ବିସିସିଆଇ ।
କଠୋର ହେଲା ବିସିସିଆଇ, ସପୋର୍ଟ ଷ୍ଟାଫ୍ଙ୍କ ବିରୋଧରେ ହେଲା କାର୍ଯ୍ୟାନୁଷ୍ଠାନ
କଠୋର ହେଲା ବିସିସିଆଇ । ପୁଣି ଫେରିଲା ବର୍ଡର-ଗାଭାସ୍କର ସିରିଜ ପରାଜୟର ପୋଷ୍ଟମର୍ଟମ । ସପୋର୍ଟ ଷ୍ଟାଫ୍ଙ୍କ ଉପରେ ବିସିସିଆଇର କାର୍ଯ୍ୟନୁଷ୍ଠାନ । ଡ୍ରେସିଂ ରୁମ୍ରୁ ତଥ୍ୟ ପ୍ରଘଟ ନେଇ ହୋଇଛି ଆକ୍ସନ । ବିଦା ହେଲେ ଟିମ୍ ଇଣ୍ଡିଆର ସହାୟକ ପ୍ରଶିକ୍ଷକ ଓ ଫିଲ୍ଡିଂ କୋଚ୍ ।
/kanak/media/media_files/2025/04/17/ZkolMtJaNQxWoNu149IB.jpg)