କନକବ୍ୟୁରୋ : ୧୨ ବର୍ଷ ପରେ ଚାମ୍ପିଆନ୍ ଟ୍ରଫି ହାତେଇଲା ଟିମ୍ ଇଣ୍ଡିଆ। ୨୫ ବର୍ଷର ପ୍ରତିଶୋନ ନେଲା ରୋହିତ ବାହିନୀ। ତୃତୀୟ ଥର ପାଇଁ ଜିତିଲା ଚାମ୍ପିଅନ୍ସ ଟ୍ରଫି। ଦୁବାଇରେ ଦମ୍ ଦେଖାଇଲେ ରୋହିତ ବାହିନୀ । ୨୫୨ ରନର ବିଜୟ ଲକ୍ଷ୍ୟର ପିଛା କରି ମ୍ୟାଚକୁ ୪ ୱିକେଟରେ ଜିତିନେଇଛି ଟିମ୍ ଇଣ୍ଡିଆ। ଗୋଟିଏ ୱିକେଟ୍ ବାକି ଥାଇ ଭାରତ ୬ ୱିକେଟ ହରାଇ ବିଜୟ ହାସଲ କରିନେଇଛି ।
ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ଭାରତ ଆଗରେ ୨୫୨ରନର ବିଜୟ ଲକ୍ଷ୍ୟ ରଖିଥିଲା। ପ୍ରଥମରୁ ଦୃଢ଼ ବ୍ୟାଟିଂ କରିଥିଲା ଟିମ୍ ଇଣ୍ଡିଆ। ଦୁଇ ଓପନର ଶୁଭମନ ଗିଲ ଓ ରୋହିତ ଶର୍ମା ଭାରତକୁ ଭଲ ଷ୍ଟାର୍ଟ ଦେଇଥିଲେ । ରୋହିତ ଶର୍ମା ଚମତ୍କାର ବ୍ୟାଟିଂ କରି ୩ଟି ଛକା ଓ ୭ଟି ଚୌକା ମାଧ୍ୟମରେ ୭୬ ରନ୍ କରିଥିଲେ । ସେହିପରି ଶୁଭମନ ୩୧ ରନର ଇନିଙ୍ଗସ୍ ଖେଳିଥିଲେ। ୧୦୫ ରନରେ ପ୍ରଥମ ୱିକେଟ୍ ପଡ଼ିଥିଲା। ଏହାପରେ ଅକ୍ଷର ପଟେଲ ଓ ଶ୍ରେୟସ ଆୟର ଇନିଙ୍ଗସ୍ ସମ୍ଭାଳିଲେ । ଏହି ଚାମ୍ପିୟନ ଟ୍ରଫି ବିଜୟ ସହ ରେକର୍ଡ କରିଛି ଭାରତୀୟ କ୍ରିକେଟ୍ ଦଳ । ପ୍ରଥମ ଦେଶ ଭାବେ ତୃତୀୟ ଥର ପାଇଁ ଚାମ୍ପିୟନ ହାତେଇଛି ।
ରୋହିତ ଶର୍ମା ମ୍ୟାନ ଅଫ ଦ ମ୍ୟାଚ ଏବଂ ରଚୀନ ରବୀନ୍ଦ୍ର ମ୍ୟାନ ଅଫ ଦ ସରିଜ ବିବେଚିତ ହୋଇଛନ୍ତି। ଆଇସିସି ଇଭେଣ୍ଟରେ ଭାରତର ରେକର୍ଡ। ଶେଷ ୩ଟି ଟୁର୍ଣ୍ଣାମେଣ୍ଟରେ ଭାରତର ଆଧିପତ୍ୟ । ଦୁଇ ବର୍ଷରେ ୨୫ ମ୍ୟାଚରୁ ମାତ୍ର ଗୋଟିଏରେ ହାରିଛି ଟିମ ଇଣ୍ଡିଆ। ବାକି ୨୩ ଟି ମ୍ୟାଚରେ ଭାରତ ଜିତିଥିବା ବେଳେ ଗୋଟିଏ ମ୍ୟାଚ ଫଳାଫଳ ବାହାରିନାହିଁ । ଚଳିତ ଟୁର୍ଣ୍ଣାମେଣ୍ଟରେ ଭାରତ କୌଣସି ମ୍ୟାଚ ହାରିନାହିଁ । ୨୦୨୩ ଓଡ଼ିଆଇ ବିଶ୍ବକପରେ ମଧ୍ୟ ଭାରତ ଲଗାତାର ୧୦ରୁ ୧୦ ମ୍ୟାଚ ଜିତି ଫାଇନାଲକୁ ଯାଇଥିଲା । କିନ୍ତୁ ଫାଇନାଲରେ ଭାରତକୁ ପରାଜୟର ସାମ୍ନା କରିବାକୁ ପଡିଥିଲା । ପରେ ୨୦୨୪ ବିଶ୍ବକପରେ ମଧ୍ୟ ଭାରତ ଅପରାଜୟୀ ଥିଲା ।
ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ହରାଇ ଟ୍ରଫି ଜିତିଥିଲା। ଆଉ ଏବଂ ୨୦୨୫ରେ ଭାରତ ଅପରାଜୟୀ ଭାବେ ଚାମ୍ପିୟନ ହୋଇଛି। ଚାମ୍ପିୟନ୍ସ ଟ୍ରଫି ଜିତିବା ପରେ ରୋହିତ ଶର୍ମାଙ୍କ ଅବସରକୁ ନେଇ ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପଡିଛି । ଟାଇଟଲ ହାତେଇବା ପରେ ସାମ୍ବାଦିକଙ୍କ ପ୍ରଶ୍ନରେ ଉତ୍ତର ଦେଇ ରୋହିତ କହିଛନ୍ତି, ସେ ଏବେ କ୍ରିକେଟରୁ ଅବସର ନେଉନାହାନ୍ତି। ରୋହିତ କହିଛନ୍ତି, ତାଙ୍କର କୌଣସି ଭବିଷ୍ୟତ କାର୍ଯ୍ୟସୂଚୀ ନାହିଁ। ଯେମିତି ଚାଲୁଛି ସେମିତି ଚାଲିବ।
ଅବସର ନେଇ ଚାଲିଥିବା ଚର୍ଚ୍ଚା ଉପରେ ରୋକ ଲଗାଇବାକୁ ରୋହିତ ସ୍ପଷ୍ଟତାର ସହ କହିଛନ୍ତି ସେ ଏବେ ଅବସର ନେଉନାହାନ୍ତି । ଫର୍ମରେ ନଥିବା ଯୋଗୁ ରୋହିତଙ୍କୁ ଅବସର ନେବାକୁ ଚାରିଆଡୁ ଚାପ ପଡୁ ଥିଲା। କିନ୍ତୁ ଫାଇନାଲ ମ୍ୟାଚରେ ୭୬ ରନର ଇନିସ ଖେଳି ସମାଲୋଚକଙ୍କ ମୁହଁ ବନ୍ଦ କରି ଦେଇଛନ୍ତି ରୋହିତ । ସେପଟେ ଅବସରକୁ ନେଇ ରୋହିତଙ୍କ ପୂର୍ବତନ କୋଚ କହିଛନ୍ତି, ୨୦୨୭ ବିଶ୍ବକପ ପରେ ରୋହିତ ଅବସର ଗ୍ରହଣ କରିବେ ।
୨୦୨୫ ଚାମ୍ପିଅନ୍ସ ଟ୍ରଫି ହାତେଇଛି ଟିମ୍ ଇଣ୍ଡିଆ । ରୋହିତ ଶର୍ମାଙ୍କ ଅଧିନାୟକତ୍ବରେ ଏକ ବୃହତ ବିଜୟ ହାସଲ କରିଛି ଭାରତୀୟ ଟିମ୍ । ଚାମ୍ପିଅନ୍ସ ଟ୍ରଫି ବିଜେତା ଟିମ୍ ଟ୍ରଫି ନେବା ସମୟରେ ଧଳା କୋର୍ଟ ପିନ୍ଧିଥିବାର ନଜରରେ ଆସିଛନ୍ତି । ଅଧିନାୟକ ରୋହିତ ଶର୍ମାଙ୍କ ସହ ସବୁ ଖେଳାଳୀଙ୍କୁ ଧଳା ବ୍ଲେଜରରେ ଦେଖିବାକୁ ମିଳିଥିଲା । ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ଭାରତୀୟ ଦଳ ୨୦୧୩ରେ ଚାମ୍ପିଅନ୍ସ ଟ୍ରଫି ଜିତିଥିଲା ।
ଏହା ପରେ, ସମଗ୍ର ଟିମ୍ ଧଳା ଜ୍ୟାକେଟ୍ ପିନ୍ଧିଥିଲେ ଏବଂ ଟ୍ରଫି ସହିତ ଫଟୋ ଉଠାଇଥିଲେ । ଏହି ଫଟୋଟି ଏବେ ବି ଭାରତୀୟ ପ୍ରଶଂସକଙ୍କ ହୃଦୟ ଏବଂ ମନରେ ଜୀବିତ ଅଛି । ତେବେ ଅନେକଙ୍କ ମନରେ ପ୍ରଶ୍ନ କାହିଁକି ବିଜେତା ଟିମ୍ ଧଳା କୋର୍ଟ ପିନ୍ଧନ୍ତି ?
ତେବେ ଆସନ୍ତୁ ଜାଣିବା ଏହାର ଉତ୍ତର
କାହିଁକି ଧଳା କୋଟ୍ ପିନ୍ଧନ୍ତି ବିଜେତା ଟିମ୍?
୨୦୦୯ ମସିହାରେ ଚାମ୍ପିୟନ୍ସ ଟ୍ରଫିରେ ଧଳା କୋଟ୍ ପ୍ରଚଳନ କରାଯାଇଥିଲା
ଅଷ୍ଟ୍ରେଲିଆ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିବା ପରେ ଧଳା କୋଟ୍ ପିନ୍ଧିଥିଲା
ଆଇସିସି ଅନୁଯାୟୀ, ଧଳା କୋଟ ସମ୍ମାନର ପ୍ରତୀକ ତେଣୁ ଧଳାକୁ ଗୁରୁତ୍ବ ମିଳୁଛି
ଧଳା ଜ୍ୟାକେଟ୍ ସେମାନେ ପିନ୍ଧନ୍ତି ଯେଉଁମାନଙ୍କୁ ସବୁକିଛି ବାଜିରେ ପକାଇବାକୁ ପଡିଥାଏ
ଏହି ଚିହ୍ନ ବିଜେତାମାନଙ୍କୁ ଅନ୍ୟ ଦଳଗୁଡ଼ିକଠାରୁ ଭିନ୍ନ କରେ
ଚାମ୍ପିଅନ୍ସ ଟ୍ରଫି ଜିତିଥିବା ଦଳର କପ୍ ବୋର୍ଡ କାର୍ଯ୍ୟାଳୟରେ ରଖାଯାଏ
କିନ୍ତୁ ଧଳା କୋଟ ବିଜୟୀ ଦଳର ପ୍ରତ୍ୟେକ ଖେଳାଳିଙ୍କ ପାଖରେ ରହିଥାଏ।