ଚାମ୍ପିୟନ୍ସ ଟ୍ରଫି ଜିତି ଇତିହାସ ରଚିଲା ଭାରତ; ଫାଇନାଲ୍‌ରେ ଭାଙ୍ଗିଲା ଏହି ସବୁ ରେକର୍ଡ

Advertisment

୧୨ ବର୍ଷ ପରେ ଚାମ୍ପିୟନ୍ସ ଟ୍ରଫି ଜିତି ଇତିହାସ ରଚିଛି ଟିମ୍‌ ଇଣ୍ଡିଆ । ଏହା ସହିତ ଫାଇନାଲ ମ୍ୟାଚ୍‌ରେ ଅନେକ ରେକର୍ଡ କରିଛି ତଥା ଭାଙ୍ଗିଛନ୍ତି ଭାରତୀୟ ଟିମ୍‌ ଓ ଖେଳାଳି ।  

୧୨ ବର୍ଷ ପରେ ଚାମ୍ପିୟନ୍ସ ଟ୍ରଫି ଜିତି ଇତିହାସ ରଚିଛି ଟିମ୍‌ ଇଣ୍ଡିଆ । ଏହା ସହିତ ଫାଇନାଲ ମ୍ୟାଚ୍‌ରେ ଅନେକ ରେକର୍ଡ କରିଛି ତଥା ଭାଙ୍ଗିଛନ୍ତି ଭାରତୀୟ ଟିମ୍‌ ଓ ଖେଳାଳି ।  

ଫାଇନାଲ

କନକ ବ୍ୟୁରୋ: ଦୀର୍ଘ ପ୍ରତିକ୍ଷାର ଅନ୍ତ ଘଟାଇ ଭାରତ ଚାମ୍ପିୟନ୍ସ ଟ୍ରଫି ୨୦୨୫ ଟାଇଟଲ ଜିତି ସାରିଛି । ରବିବାର ଦୁବାଇରେ ଖେଳାଯାଇଥିବା ଫାଇନାଲ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆ ନ୍ୟୁଜିଲ୍ୟାଣ୍ଡକୁ ୪ ୱିକେଟ୍‌ରେ ପରାସ୍ତ କରିଛି । ଟିମ୍ ଇଣ୍ଡିଆକୁ ବିଜୟ ପାଇଁ ୨୫୨ ରନର ଟାର୍ଗେଟ ଦେଇଥିଲା ନ୍ୟୁଜିଲାଣ୍ଡ ଦଳ । ଜବାବରେ ଭାରତ ୪୯ ଓଭରରେ ହିଁ ମ୍ୟାଚ୍‌ରେ ବିଜୟୀ ହୋଇଥିଲା । ଭାରତର ଏହି ବିଜୟ ଐତିହାସିକ ଥିଲା । ଫାଇନାଲ ମ୍ୟାଚରେ ଟିମ୍ ଇଣ୍ଡିଆ ଅନେକ ବିଶ୍ୱ ରେକର୍ଡ ଭାଙ୍ଗିଛି ।

ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଟିମ୍ ଇଣ୍ଡିଆ ବିଜୟରେ ଏକ ଅନନ୍ୟ ରେକର୍ଡର ଅଧିକାରୀ ହୋଇଛି । ଦିନିକିଆରେ ଗୋଟିଏ ଭେନ୍ୟୁରେ ସର୍ବାଧିକ ମ୍ୟାଚ୍ ଜିତିବାର ରେକର୍ଡ ହାସଲ କରିଛି ଭାରତୀୟ ଦଳ  ।  ଭାରତ ଏଠାରେ ଲଗାତାର ୧୦ଟି ମ୍ୟାଚ୍ ଜିତିଛି ।  ଅର୍ଥାତ ଏହାପୂର୍ବରୁ ଭାରତ ଲଗାତାର ୯ଟି ଦିନିକିଆ ମ୍ୟାଚ୍‌ରେ ବିଜୟ ହାସଲ କରିଥିଲା । ଭାରତ ନ୍ୟୁଜିଲାଣ୍ଡ ସହିତ ମିଳିତ ଭାବରେ ଏହି ଲିଷ୍ଟ୍‌ରେ ଶୀର୍ଷରେ ରହିଛି । ନ୍ୟୁଜିଲାଣ୍ଡ ଡୁନେଡିନରେ ୧୦ଟି ମ୍ୟାଚ୍ ଜିତିଛି । ଭାରତ ଇନ୍ଦୋରରେ ଲଗାତାର  ୭ଟି ମ୍ୟାଚ୍ ଜିତିଛି ।

ସର୍ବାଧିକ ଥର ଚାମ୍ପିୟନ୍ସ ଟ୍ରଫି ଟାଇଟଲ ଜିତିବା କ୍ଷେତ୍ରରରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆର ସମକକ୍ଷ ହୋଇଛି । ଭାରତ ଏବଂ ଅଷ୍ଟ୍ରେଲିଆ ଦୁଇଥର ଏହି ଟାଇଟଲ ଜିତିଛନ୍ତି । ଭାରତ ୨୦୧୩ ଏବଂ ୨୦୨୫ରେ ଚାମ୍ପିଅନ୍ସ ଟ୍ରଫି ଟାଇଟଲ ଜିତିଛି । ଅଷ୍ଟ୍ରେଲିଆ ୨୦୦୬ ଏବଂ ୨୦୦୯ରେ ଚାମ୍ପିୟନ୍ସ ଟ୍ରଫି ଟାଇଟଲ ଜିତିଥିଲା । ତେବେ ଭାରତ ୨୦୦୨ ମସିହାରେ ଶ୍ରୀଲଙ୍କା ସହିତ ଯୁଗ୍ମ ଚାମ୍ପିୟନ୍ ହୋଇଥିଲା । ତେଣୁ ଏ କ୍ଷେତ୍ରରେ ବି ଅଷ୍ଟ୍ରେଲିଆଠାରୁ ଗୋଟିଏ ପାଦ ଆଗରେ ରହିଛି ଭାରତ ।

 
ଦୁବାଇରେ ସ୍ପିନରମାନଙ୍କ ଯାଦୁ ଦେଖିବାକୁ ମିଳିଥିଲା । ଏହି ମ୍ୟାଚ୍‌ରେ ସ୍ପିନରମାନେ ଏକ ବଡ଼ ବିଶ୍ୱ ରେକର୍ଡ ଭାଙ୍ଗିଛନ୍ତି । ଆଇସିସି ଟୁର୍ଣ୍ଣାମେଣ୍ଟରେ ଏକ ଦିନିକିଆ ମ୍ୟାଚ୍‌ରେ ସ୍ପିନରମାନେ ସର୍ବାଧିକ ଓଭର ବୋଲିଂ କରିବାର ରେକର୍ଡ କରିଛନ୍ତି । ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ସ୍ପିନରମାନେ ମୋଟ ୭୩ ଓଭର ବୋଲିଂ କରିଛନ୍ତି । ପୂର୍ବରୁ, ୨୦୨୫ ଚାମ୍ପିଅନ୍ସ ଟ୍ରଫିର ସେମିଫାଇନାଲରେ, ସ୍ପିନରମାନେ ୬୫.୧ ଓଭର ବୋଲିଂ କରିଥିଲେ । ଏହି ମ୍ୟାଚ୍ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe