ଆସନ୍ତା ବର୍ଷ ପୁଣି ଇଂଲଣ୍ଡ ଗସ୍ତ କରିବ ଟିମ୍ ଇଣ୍ଡିଆ, ଖେଳିବ ୮ଟି ଧଳାବଲ୍ ମ୍ୟାଚ୍

୨୦୨୬ ମଧ୍ୟ୍ୟଭାଗ ଅର୍ଥାତ୍ ଜୁଲାଇ ମାସରେ ଇଂଲଣ୍ଡ ଯାଇ ୫ଟି ଟ୍ବେଣ୍ଟି-୨୦ ଏବଂ ୩ଟି ଦିନିକିଆ ମ୍ୟାଚ୍ ସହ ମୋଟ ୮ଟି ଧଳା ବଲ୍ ମୁକାବିଲା ଖେଳିବ ଭାରତ । ଟ୍ବେଣ୍ଟି-୨୦ ସିରିଜ ଜୁଲାଇ ପହିଲାରୁ ଆରମ୍ଭ ହୋଇ ଜୁଲାଇ ୧୧ରେ ଶେଷ ହେବ ।  

Team India-

କନକ ବ୍ୟୁରୋ: ଇଂଲଣ୍ଡରେ ଏବେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ଖେଳୁଛି ଟିମ୍ ଇଣ୍ଡିଆ । ଭାରତୀୟ ଦଳ ଆ‌ସନ୍ତାବର୍ଷ ଜୁଲାଇ ମାସରେ ପୁଣି ଥରେ ଇଂଲଣ୍ଡ ଗସ୍ତ କରିବ। ୨୦୨୬ ମଧ୍ୟଭାଗ ଅର୍ଥାତ୍ ଜୁଲାଇ ମାସରେ ଇଂଲଣ୍ଡ ଯାଇ ୫ଟି ଟ୍ବେଣ୍ଟି-୨୦ ଏବଂ ୩ଟି ଦିନିକିଆ ମ୍ୟାଚ୍ ସହ ମୋଟ ୮ଟି ଧଳା ବଲ୍ ମୁକାବିଲା ଖେଳିବ । ଟ୍ବେଣ୍ଟି-୨୦ ସିରିଜ ଜୁଲାଇ ପହିଲାରୁ ଆରମ୍ଭ ହୋଇ ଜୁଲାଇ ୧୧ରେ ଶେଷ ହେବ । ଅନ୍ୟପକ୍ଷରେ ୨୦୨୬ ଜୁଲାଇ ୧୪ରେ ଦିନିକିଆ ସିରିଜର ଶୁଭାରମ୍ଭ ହେବ ଏବଂ ଜୁଲାଇ ୧୯ରେ ଶେଷ ମ୍ୟାଚ୍ ଖେଳାଯିବ । 

ମ୍ୟାଚ୍‌ଗୁଡ଼ିକ ଡରହାମ, ନଟିଂହାମ, ବ୍ରିଷ୍ଟଲ୍ ଓ ଲଣ୍ଡନ ଭଳି ସହରରେ ଖେଳାଯିବ । ଭାରତୀୟ ପୁରୁଷ କ୍ରିକେଟ୍ ଦଳ ଭଳି ମହିଳା ଦଳ ମଧ୍ୟ ଇଂଲଣ୍ଡ ଯାଇ ତିନିଟି ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳିବ । ଉଭୟ ଦଳ ଏକ ଟେଷ୍ଟ ମ୍ୟାଚ୍ ମଧ୍ୟ ଖେଳିବେ । ଐତିହାସିକ ଲର୍ଡସ ଷ୍ଟାଡିୟମ୍‌ର ଏହା ପ୍ରଥମ ମହିଳା ଟେଷ୍ଟ୍ ମ୍ୟାଚ୍ ହେବ । ଗୁରୁବାର ଇଂଲଣ୍ଡ ଏବଂ ୱେଲ୍‌ସ କ୍ରିକେଟ୍ ବୋର୍ଡ ପ୍ରକାଶ କରିଥିବା ଖେଳସୂଚୀ ଅନୁସା‌ରେ ଭାରତ ସହ ସିରିଜ ପୂର୍ବରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ତିନିଟି ଟେଷ୍ଟ୍ ମ୍ୟାଚ୍ ଖେଳିବ ଇଂଲଣ୍ଡ । ପରେ ପାକିସ୍ତାନ ଓ ଶ୍ରୀଲଙ୍କାକୁ ଭେଟିବ । ପାକିସ୍ତାନ ବିପକ୍ଷରେ ତିନିଟି ଟେଷ୍ଟ୍ ଏବଂ ଶ୍ରୀଲଙ୍କା ବିପକ୍ଷରେ ୬ଟି ଧଳାବଲ୍ ମ୍ୟାଚ୍ ଖେଳିବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe