କନକ ବ୍ୟୁରୋ : ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ଟେଷ୍ଟରେ ଟିମ୍ ଇଣ୍ଡିଆ ଲଜ୍ଜାଜନକ ଭାବେ ଅଷ୍ଟ୍ରେଲିଆଠାରୁ  ୧୦ ୱିକେଟରେ ପରାଜିତ ହୋଇଛି । ତୃତୀୟ ଦିନରେ ଆଡିଲେଡ୍ ‌ଟେଷ୍ଟ ଶେଷ ହୋଇଛି। ଟିମ୍ ଇଣ୍ଡିଆ ଏହି ପରାଜୟ ସହିତ ବିଶ୍ବ ଟେଷ୍ଟ ରାଙ୍କିଙ୍ଗରେ ତ୍ୟତୀୟ ସ୍ଥାନକୁ ଖସି ଆସିଛି। ପର୍ଥରେ ଚମତ୍କାର ପ୍ରଦର୍ଶନ କରିଥିବା ଟିମ୍ ଇଣ୍ଡିଆ ଆଡିଲେଡରେ ଶୋଚନୀୟ ଭାବେ ପରାଜିତ ହୋଇଛି । ଏହି ଟେଷ୍ଟ ମ୍ୟାଚ୍ ପିଙ୍କ୍ ବଲ୍‌ରେ ଖେଳାଯାଇଥିଲା । ପିଙ୍କ୍ ବଲ୍‌ରେ ଭାରତୀୟ ବ୍ୟାଟ୍ସମ୍ୟାନମାନେ ଅସହାୟ ମନେ ହୋଇଥିଲେ। ଏହି ବିଜୟ ସହିତ ଅଷ୍ଟ୍ରେଲିଆ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜକୁ ୧-୧ ସ୍ଥିତିକୁ ନେଇଛି ।

Advertisment

ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ୍ ପର୍ଥରେ ଖେଳାଯାଇଥିଲା । ଏହାକୁ ଭାରତ ୨୯୫ ରନ୍‌ରେ ଜିତିଥିଲା । ପର୍ଥରେ ବୋଲରଙ୍କ ସହ ବ୍ୟାଟ୍ସମ୍ୟାନମାନେ ମଧ୍ୟ ବିଜୟରେ ଉଲ୍ଲେଖନୀୟ ସହଯୋଗ କରିଥିଲେ । ଯଶସ୍ବୀ ଜୟସ୍ବାଲ ଏବଂ ବିରାଟ କୋହଲି ଶତକ ହାସଲ କରିଥିବାବେଳେ ଜସପ୍ରୀତ ବୁମ୍ରା ୮ ୱିକେଟ୍ ନେଇଥିଲେ । ଏଭଳି ପରିସ୍ଥିତିରେ ପର୍ଥର ହିରୋ ଆଡିଲେଡରେ ଜିରୋ ବୋଲି ପ୍ରମାଣିତ ହୋଇଛନ୍ତି । ଦ୍ୱିତୀୟ ଇନିଂସରେ ରୋହିତଙ୍କ ଦଳ ବହୁତ କଷ୍ଟ ସହ ଅଗ୍ରଣୀ ହାସଲ କରିବାରେ ସକ୍ଷମ ହୋଇଥିଲେ ଏବଂ ୧୭୫ ରନ୍ ସ୍କୋର କରିଥିଲେ । ଏହା ସହିତ ଅଷ୍ଟ୍ରେଲିଆ ପାଇଁ ଟିମ୍ ଇଣ୍ଡିଆ ୧୯ ରନ୍‌ର ସହଜ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା, ଅଷ୍ଟ୍ରେଲିଆ ଏହି ଲକ୍ଷ୍ୟ ସହଜରେ ହାସଲ କରିଥିଲା । ଅଷ୍ଟ୍ରେଲିଆର ଓପନର୍ ନାଥନ୍ ୧୨ ବଲରେ ୧୦ ରନ୍ ସ୍କୋର କରି ଅପରାଜିତ ଫେରିଥିଲେ ଏବଂ ଉସମାନ ଖାୱାଜା ୯ ରନ୍ ସ୍କୋର କରିବା ଅପରାଜିତ ରହିଥିଲେ। ଅଷ୍ଟ୍ରେଲିଆ ୩.୨ ଓଭରରେ ୧୦ ୱିକେଟ୍ ନେଇ ମ୍ୟାଚ୍ ଜିତିଥିଲା।