କାଲି ବାରବାଟୀ ଦଖଲ ଲକ୍ଷ୍ୟ , ଷ୍ଟାଡିୟମ୍‌ରେ ଝାଳ ବୁହାଇଲା ଟିମ୍‌ ଇଣ୍ଡିଆ

Advertisment

ଅପରାହ୍ଣ ସାଢେ ୧ରୁ ଆରମ୍ଭ ହୋଇଥିବାବେଳେ ସାଢେ ୪ଟା ପର୍ଯ୍ୟନ୍ତ ଅଭ୍ୟାସ କରିବେ ଟିମ୍ ଇଣ୍ଡିଆ ଖେଳାଳି । ସେହିପରି ଅପରାହ୍ଣ ୪ଟା୪୫ରେ ଦକ୍ଷିଣ ଆଫ୍ରିକା ଟିମ୍‌ର ପ୍ରେସ୍‌ମିଟ୍ । ଏହା ପରେ ସାଢେ ୫ଟାରୁ ରାଟି ସାଢେ ୮ଟା ପର୍ଯ୍ୟନ୍ତ ସାଉଥ ଆଫ୍ରିକା ଟିମ୍ ଅଭ୍ୟାସ କରିବେ ।

ଅପରାହ୍ଣ ସାଢେ ୧ରୁ ଆରମ୍ଭ ହୋଇଥିବାବେଳେ ସାଢେ ୪ଟା ପର୍ଯ୍ୟନ୍ତ ଅଭ୍ୟାସ କରିବେ ଟିମ୍ ଇଣ୍ଡିଆ ଖେଳାଳି । ସେହିପରି ଅପରାହ୍ଣ ୪ଟା୪୫ରେ ଦକ୍ଷିଣ ଆଫ୍ରିକା ଟିମ୍‌ର ପ୍ରେସ୍‌ମିଟ୍ । ଏହା ପରେ ସାଢେ ୫ଟାରୁ ରାଟି ସାଢେ ୮ଟା ପର୍ଯ୍ୟନ୍ତ ସାଉଥ ଆଫ୍ରିକା ଟିମ୍ ଅଭ୍ୟାସ କରିବେ ।

Team India

Team India Photograph: (kanak news)

କନକ ବ୍ୟୁରୋ : ବାରବାଟୀରେ ଅଭ୍ୟାସ କରିଛନ୍ତି ଟିମ୍ ଇଣ୍ଡିଆ ଖେଳାଳି । କଡ଼ା ସୁରକ୍ଷା ବଳୟରେ ଭୁବନେଶ୍ବରର ହୋଟେଲ ମେଫେୟାରରୁ ସ୍ବତନ୍ତ୍ର ବସ୍ ଯୋଗେ ଖେଳାଳିମାନେ କଟକ ଯାଇଥିଲେ । ବାରବାଟୀ ଷ୍ଟାଡିୟମରେ ଜୋରଦାର ଅଭ୍ୟାସ କରିଛନ୍ତି । ଖେଳାଳି ମାନଙ୍କୁ ପାଖରୁ ଦେଖିବା ପାଇଁ ଆଜି ପ୍ରବଳ ଭିଡ଼ ଜମିଛି । ଆସନ୍ତାକାଲି ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ , ଆଜି ବାରବାଟୀରେ ଦୁଇ ଦଳର ନେଟ୍ ପ୍ରାକ୍ଟିସ୍  । ପ୍ରଥମେ ଭାରତୀୟ ଖେଳାଳି କରିବେ ଅଭ୍ୟାସ ।

ଆଜି ନେଟ୍ସ୍‌ରେ ଝାଳ ବୁହାଇଲେ ଭାରତୀୟ ଖେଳାଳି , ନାଲି ମାଟି ପିଚ୍‌କୁ ପରଖୁଛନ୍ତି ଟିମ୍‌ ଇଣ୍ଡିଆ ସଦସ୍ୟ । ଅପରାହ୍ଣ ସାଢେ ୧ରୁ ଆରମ୍ଭ ହୋଇଥିବାବେଳେ ସାଢେ ୪ଟା ପର୍ଯ୍ୟନ୍ତ ଅଭ୍ୟାସ କରିବେ ଟିମ୍ ଇଣ୍ଡିଆ ଖେଳାଳି । ସେହିପରି ଅପରାହ୍ଣ ୪ଟା୪୫ରେ ଦକ୍ଷିଣ ଆଫ୍ରିକା ଟିମ୍‌ର ପ୍ରେସ୍‌ମିଟ୍ । ଏହା ପରେ ସାଢେ ୫ଟାରୁ ରାଟି ସାଢେ ୮ଟା ପର୍ଯ୍ୟନ୍ତ ସାଉଥ ଆଫ୍ରିକା ଟିମ୍ ଅଭ୍ୟାସ କରିବେ । ଖେଳାଳିଙ୍କ ନେଟ୍ ପ୍ରାକ୍ଟିସ୍ ଦେଖିବା ପାଇଁ ୬ ଓ ୭ ନମ୍ବର ଗ୍ୟାଲେରିରେ ଦର୍ଶକଙ୍କ ପାଇଁ ଖୋଲା ରହିଥିଲା । ଖେଳାଳିଙ୍କ ପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ବାରବାଟୀ ଟି-ଟ୍ବେଣ୍ଟି ପାଇଁ କଟକ-ଭୁବନେଶ୍ବରରେ ଆଲର୍ଟରେ କମିସନରେଟ୍ ପୁଲିସ । ଟି-୨୦ ପ୍ରଥମ ମ୍ୟାଚ୍ ପାଇଁ ଭୁବନେଶ୍ବରରେ ପହଞ୍ଚିଛନ୍ତି ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା ଟିମ୍‌ର ଖେଳାଳି । 

ଅଧିକ ପଢ଼ନ୍ତୁ--ବାରବାଟୀରେ ମ୍ୟାଚ୍: କ୍ରିକେଟ୍ ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ବସ୍

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe