କନକ ବ୍ୟୁରୋ: ଭାରତ-ଅଷ୍ଟ୍ରେଲିଆ ଭିତରେ ଗର୍ଡର ଗାଭାସ୍କରର ଶେଷ ଟେଷ୍ଟ ବା ୫ମ ଟେଷ୍ଟ ମ୍ୟାଚରେ ଭାରତ ପରାଜିତ ହୋଇଛି । ଏହି ମ୍ୟାଚକୁ କଙ୍ଗାରୁ ଦଳ ୬ ଓ୍ବିକେଟରେ ଜିତିନେଇଛି । ଅଷ୍ଟ୍ରେଲିଆ ଟିମକୁ ୧୬୨ ରନର ଟାର୍ଗେଟ ମିଳିଥିଲା । ଯାହାକୁ ସେ ତୃତୀୟ ଦିନ ଦ୍ବିତୀୟ ଇଂନିସରେ ପୂରା କରିଥିଲା । ବିଜୟ ପରେ ଅଷ୍ଟ୍ରେଲିଆ ପାଞ୍ଚ ମ୍ୟାଚର ଟେଷ୍ଟ ସିରିଜକୁ ୩-୧ରେ ଜିତିନେଇଥିଲା । ଭାରତ ବିପକ୍ଷରେ ଅଷ୍ଟ୍ରେଲିଆ ୧୦ ବର୍ଷ ପରେ ଟେଷ୍ଟ ସିରିଜରେ ବିଜୟ ଲାଭ କରିଛି ।
ଏହି ସିରିଜରେ ବିଜୟ ସହ କଙ୍ଗାରୁ ଦଳ ବିଶ୍ବ ଟେଷ୍ଟ ଚାମ୍ପିୟନସିପରେ ଏଣ୍ଟ୍ରି କରିଛି । ଏବେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲରେ ଅଷ୍ଟ୍ରେଲିଆ ଦକ୍ଷିଣ ଆଫ୍ରିକାକୁ ଭେଟିବ । ଭାରତ ଲଗାତାର ଦୁଇଟି ଟେଷ୍ଟ ଚାମ୍ପିୟନସିପ ଖେଳିଥିଲା । ଯେଉଁଥିରେ ତାକୁ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆଠାରୁ ହାରିବାକୁ ପଡିଥିଲା । ଏବେ ଭାରତ ତୃତୀୟ ଡବ୍ଲୁଟିସି ଫାଇନାଲରେ ପହଞ୍ଚିବାର ସ୍ବପ୍ନ ଭାଙ୍ଗିଯାଇଛି ।
ସିଡନୀ ଟେଷ୍ଟରେ ଦ୍ବିତୀୟ ଇଂନିସରେ ଭାରତ ୧୫୭ରେ ଅଲଆଉଟ ହୋଇଯାଇଥିଲା । ଅଷ୍ଟ୍ରେଲିଆ ଏହି ବିଜୟ ଲକ୍ଷ୍ୟକୁ ମାତ୍ର ୪ ଓ୍ବିକେଟ ହରାଇ ୨୭ ରନରେ ପୂରା କରିଥିଲା ।