କନକ ବ୍ୟୁରୋ : ବାଂଲାଦେଶ, ଦେଶ ସିନା ଛୋଟ ହେଲେ ଦଳ ସରପ୍ରାଇଜ କରିପାରେ ଚାମ୍ପିଅନସ ଟ୍ରଫିରେ। ଭାରତ ,ନ୍ୟୁଜିଲାଣ୍ଡ, ପାକିସ୍ତାନର ଗ୍ରୁପରେ ରହିଛି ବାଂଲାଦେଶ । ସାକିବ ଅଲ ହସନ, ଲିଟନ ଦାସଙ୍କ ଅନୁପସ୍ଥିତିକୁ ଦଳ ଏଥର ଅନୁଭବ କରିବ । ଦଳର ବୋଲିଂ ଅପେକ୍ଷା ବ୍ୟାଟିଂ ଲାଇନ ଅପ ଅଧିକ ଶକ୍ତିଶାଳୀ । ଦଳ ପାଖରେ ଅନେକ ଅଭିଜ୍ଞ ଖେଳାଳି । ହେଲେ ଅନେକ ଯୁବ ଏବଂ ପ୍ରତିଭାବାନ ଖେଳାଳିଙ୍କୁ ନେଇ ଦଳ ମଇଦାନକୁ ଓହ୍ଲାଇବ । ଅଧନାୟକ ହେଉଛନ୍ତି,ନଜମୁଲ ହୁସେନ ସାନ୍ତୋ । ତାଙ୍କ ପାଖରେ ଅଧିନାୟକ ଭାବେ ଲିଡ କରିବାର ଅଭିଜ୍ଞତା କମ ଥାଇପାରେ , କିନ୍ତୁ ତାଙ୍କ ପାଖରେ ବଡ ଇନିଂସ ଖେଳିବାର ସାମର୍ଥ୍ୟ ଅଛି । ପାକିସ୍ତାନ ଏବଂ ୟୁଏଇରେ ତାଙ୍କର ରେକର୍ଡ ବି ଖୁବ ଭଲ । ଜାକର ଅଲ୍ଲି ,ଜାକରଙ୍କ ପାଖରେ ବହୁତ ଅନୁଭବ ନାହିଁ  ହେଲେ ଡୋମେଷ୍ଟିକ କ୍ରିକେଟରେ ତାଙ୍କ ପ୍ରଦର୍ଶନ ବେଶ ଭଲ । ମୁସ୍ତିଫିକର ରହିମ ,ଢେର ଏକ୍ସପେରିଏନସ  ୧୯ ବର୍ଷର ଲମ୍ୱା କ୍ୟାରିୟର, ୨୭୨ ଦିନିକିଆରେ ୭୭୯୩ ରନ। ସମ୍ଭବତଃ ଶେଷ ଆଇସିସି ଟୁର୍ଣ୍ଣାମେଣ୍ଟ ଖେଳିବେ ରହିମ । ରହିମ ବାଲାଂ ଟିମର ରନ ମେସିନ । ତେଣୁ ତାଙ୍କ ଠାରୁ ବଡ ଆଶା ରଖିଛି ଟିମ । ତାନଜିଦ ହସନ , ଲଗାତର ଭଲ ଫର୍ମରେ ନାହାଁନ୍ତି ତାନଜିଦ। ତେଣୁ ରନ କରିବାର ଚାପ ରହିବ ତାଙ୍କ ଉପରେ । ତାହ୍ବିଦ ହ୍ବିଦୋୟ, ଏହି ବ୍ୟାଟରଙ୍କ ଉପରେ ସମସ୍ତଙ୍କ ନଜର । ମିଡିଲ ଅର୍ଡରରେ ତାଙ୍କୁ ଲମ୍ୱା ଇନିଂସ ଖେଳିବାକୁ ପଡିବ । ହ୍ବିଦୋୟଙ୍କୁ ହୃଦୟ ଜିତିବାକୁ ପଡିବ । ମହମ୍ମଦୁଲ୍ଲା  ହେଉଛନ୍ତି ମ୍ୟାଚ ଫିନସର ସହ କ୍ରାଇସିସ ମ୍ୟାନେଜର । ବାଲାଂଟିମର ଡେଞ୍ଜର ମ୍ୟାନ । ମ୍ୟାଚର ମୋଡ ବଦାଳାଇବାର ଦକ୍ଷତା ତାଙ୍କ ପାଖରେ ରହିଛି । ସମ୍ଭବତଃ ଶେଷ ଆଇସିସି ଟୁର୍ଣ୍ଣାମେଣ୍ଟ ଖେଳିପାରନ୍ତି । ଜଣେ କ୍ରାଇସିସ ମ୍ୟାନେଜର ହେବା ସାଙ୍ଗକୁ ବେଳେ ବେଳେ ନିଜ ସ୍ଲୋ ଆର୍ମ ଅଫ ସ୍ପିନ ଜରିଆରେ ବ୍ରେକ ଥ୍ରୁ ବି ଦେଇପାରନ୍ତି । ଏବେ ବୋଲିଂ ଡିପାର୍ଟମେଣ୍ଟ ଉପର ନଜର ପକାଇବା । ମୁସ୍ତାଫିଜୁର ରେହମାନ  ସବୁଠାରୁ ଅନୁଭବୀ ବୋଲର । ଦିନିକିଆରେ ୧୭୨ ବିକେଟ । ତାସକିନ ଅହମ୍ମଦ । ତାସକିନଙ୍କ ପାଖରେ ପେସ ସହ ଆକ୍ୟୁରେସି ବି ରହିଛି । ନାହିଦ ରାଣା ,ଆଉ ଜଣେ ଯୁବ ପେସ ବୋଲର । ଯଦିଓ ଅନୁଭବ ନାହିଁ । ତେବେ ପ୍ରତିପକ୍ଷ ବ୍ୟାଟରଙ୍କୁ ଅଡୁଆରପେ ପକାଇପାରନ୍ତି । ସେପଟେ ସୌମ୍ୟ ସରକାରଙ୍କ ଭଳି ଜଣେ ଭଲ ଅଲରାଉଁଣ୍ଡର ବି ଦଳରେ ଅଛନ୍ତି । ମେହେନ୍ଦି ହସନ ମିରାଜ ମଧ୍ୟ ଜଣେ ଜବରଦସ୍ତ ଅଲରାଉଣ୍ଡର । ୧୧୦ ବିକେଟ ସହ ୪ହଜାରରୁ ଅଧିକ ରନ ବି କରିଛନ୍ତି । ତେଣୁ ଦଳ ପାଇଁ ସେ ବେଶ ଉପଯୋଗୀ ଅଲରାଉଣ୍ଡ । ମୋଟାମୋଟି ଦଳ ଖୁବ ସନ୍ତୁଳିତ ଲାଗୁଛି । ଏବେ ଦେଖିବାର କଥା ଦଳର ପ୍ରଦର୍ଶନ କଣ ରହୁଛି ଚାମ୍ପିଅନସ ଟ୍ରଫିରେ ।