କନକ ବ୍ୟୁରୋ : ପୁଣି ଫ୍ଲପ ମାରିଲେ ଟିମ୍ ଇଣ୍ଡିଆର ବ୍ୟାଟର । ସିଡନୀରେ ଖେଳାଯାଉଥିବା ଅନ୍ତିମ ଟେଷ୍ଟର ପ୍ରଥମ ଇନିଙ୍ଗସରେ ଚିତପଟାଙ୍ଗ ମାରିଲେ ଭାରତୀୟ ବ୍ୟାଟର । ପ୍ରଥମ ପାଳିରେ ୧୮୫ରନରେ କରିପାରିଲା ଟିମ ଇଣ୍ଡିଆ । ନା ଚାଳିଲେ କୋହଲି,ରାହୁଲ ନା ରେଡ୍ଡି ,ଦଳକୁ ଏକ ସମ୍ମାନଜନକ ସ୍କୋରକୁ ପଂହଚାଇଥିଲେ ପନ୍ଥ ଓ ଅଧିନାୟକ ବୁମରାହ , ପନ୍ଥ ୪୦ରନ କରିଥିବା ବେଳେ ଅଧିନାୟକ ବୁମରାହ ୧୭ଟି ବଲରେ ୨୨ଟି ରନ ସଂଗ୍ରହ କରିଥିଲେ ।
ସ୍କଟ ବୋଲାଣ୍ଡ ଅଷ୍ଟ୍ରେଲିଆ ପାଇଁ ସର୍ବାଧିକ ୪ ଉଇକେଟ ନେଇଥିଲେ, ମିଚେଲ ଷ୍ଟାର୍କ ତିନୋଟି ଉଇକେଟ ,ପ୍ୟାଟ କମିନ୍ସ ଦୁଇଟି ଉଇକେଟ ନେଇଥିବାବେଳେ ନାଥନ ଲାୟନ ଗୋଟିଏ ଉଇକେଟ ନେଇଛନ୍ତି।ଖେଳ ଶେଷ ସୁଦ୍ଦା ଅଷ୍ଟ୍ରେଲିଆ ୯ରନରେ ଗୋଟେ ୱିକେଟ ହରେଇଛି । ଅଧିନାୟକ ବୁମାରାହଙ୍କୁ ଏହି ସଫଳତା ମିଳିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/01/03/l2m4WjAXdgPBtDIfl8VI.jpg)