ଚାମ୍ପିଆନ୍ସ ଟ୍ରଫି ଗ୍ରୁପ୍ ଷ୍ଟେଜର ଶେଷ ମ୍ୟାଚରେ କିୱି ଟିମକୁ ମାତ୍ ଦେଲା ଟିମ୍ ଇଣ୍ଡିଆ : ଚମତ୍କାର ବୋଲିଂ କରି ୫ ୱିକେଟ୍ ହାସଲ କଲେ ବରୁଣ ଚକ୍ରବର୍ତ୍ତି

ଚାମ୍ପିଅନ୍ସ ଟ୍ରଫିରେ ଭାରତ-ଅଷ୍ଟ୍ରେଲିଆ ସେମିଫାଇନାଲ। ଆଜିର ଶେଷ ଗ୍ରୁପ୍ ଷ୍ଟେଜ୍ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ହରାଇବା ପରେ ଅଷ୍ଟ୍ରେଲିଆ ସହ ସେମିଫାଇନାଲ ଟକ୍କର ପାଇଁ ସୂଚୀ ସ୍ଥିର ହୋଇଛି।

ଅଦ୍ୟତନ ହୋଇଛି
IND VS NZ_MATCH 1

Photograph: (KanakNews )

କନକବ୍ୟୁରୋ : ଚାମ୍ପିଅନ୍ସ ଟ୍ରଫିରେ ଭାରତ-ଅଷ୍ଟ୍ରେଲିଆ ସେମିଫାଇନାଲ। ଆଜିର ଶେଷ ଗ୍ରୁପ୍ ଷ୍ଟେଜ୍ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ହରାଇବା ପରେ ଅଷ୍ଟ୍ରେଲିଆ ସହ ସେମିଫାଇନାଲ ଟକ୍କର ପାଇଁ ସୂଚୀ ସ୍ଥିର ହୋଇଛି। ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମଠାରେ ଖେଳାଯାଇଥିବା ଆଜିର ମ୍ୟାଚରେ ରୋହିତ ବାହିନୀ ନ୍ୟୁଜିଲାଣ୍ଡ ଦଳକୁ ୪୪ ରନରେ ପରାସ୍ତ କରିଛି ।  ଆଇସିସି ଚାମ୍ପିୟନ୍ସ ଟ୍ରଫିର ଏକ ମ୍ୟାଚରେ ନ୍ୟୁଜିଲାଣ୍ଡ ଆଗରେ ୨୫୦ ରନର ଲକ୍ଷ୍ୟ ରଖିଛି ଭାରତ । ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା  । ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଆରମ୍ଭରୁ ହିଁ ନିଜର ତାରକା ବ୍ୟାଟ୍ସମ୍ୟାନଙ୍କୁ ହରାଇ ସଂକଟରେ ପଡ଼ିଥିଲା ।

ରୋହିତ ଶର୍ମା ୧୫, ଶୁଭମନ ଗିଲ୍ ୨ ଓ ବିରାଟ କୋହଲି ୧୧ ରନ କରି ଆଉଟ ହେବା ପରେ ଭାରତର ସ୍କୋର ୩୦/୩ ହୋଇଯାଇଥିଲା । ତେବେ ଶ୍ରେୟସ ଆୟର ଓ ଅକ୍ଷର ପଟେଲଙ୍କ ମଧ୍ୟରେ ଏକ ଭଲ ପାର୍ଟନରସିପ୍ ଦେଖାଯାଇଥିଲା । ଆୟର ୭୯ ରନ ଓ ଅକ୍ଷର ୪୨ ରନ କରି ଦଳକୁ ସଂକଟରୁ ଉଦ୍ଧାର କରିଥିଲେ । ସେହିପରି କେଏଲ ରାହୁଲ ୨୩ ରନ ଓ ହାର୍ଦ୍ଦିକ ପାଣ୍ଡ୍ୟା ୪୫ ରନ କରିଥିଲେ । ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୯ ଓ୍ବିକେଟ ହରାଇ ୨୪୯ ରନ କରିଥିଲା । ନ୍ୟୁଜିଲାଣ୍ଡ ପକ୍ଷରୁ ମ୍ୟାଟ୍ ହେନରୀ ଘାତକ ବୋଲିଂର ପ୍ରଦର୍ଶନ କରିବା ସହ ୫ଟି ଓ୍ବିକେଟ ନେଇଥିଲେ । ସେହିପରି ରାଚିନ ରବୀନ୍ଦ୍ର, ଓ୍ବିଲିୟମ ଓରୁରକି, ମିଚେଲ ସାଣ୍ଟନର, କାଇଲ୍ ଜେମସନ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ । ବର୍ତ୍ତମାନ ନ୍ୟୁଜିଲାଣ୍ଡ ଟିମ ରନ ଚେଜ୍ କରୁଛି । 
--

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe