ସିଡନୀ ଟେଷ୍ଟ ପୂର୍ବରୁ ଟିମ୍‌ ଇଣ୍ଡିଆ କୋଚ୍‌ ଗୌତମ ଗମ୍ଭୀରଙ୍କ ବଡ଼ ବୟାନ: କହିଲେ, ଡ୍ରେସିଂ ରୁମ୍‌ରେ ସୁସ୍ଥ ବାତାବରଣ ଆବଶ୍ୟକ

Advertisment

ଭାରତ- ଅଷ୍ଟ୍ରେଲିଆ ଭିତରେ ଜାରି ରହିଛି ବର୍ଡର ଗାଭାସ୍କର ଟ୍ରଫି । ଏହି ୫ଟିକିଆ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତ ୧-୨ରେ ପଛୁଆ ଅଛି । ଏହି ସିରିଜର ଶେଷ ମ୍ୟାଚ ୩ ଜାନୁଆରୀ ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ ।

ଭାରତ- ଅଷ୍ଟ୍ରେଲିଆ ଭିତରେ ଜାରି ରହିଛି ବର୍ଡର ଗାଭାସ୍କର ଟ୍ରଫି । ଏହି ୫ଟିକିଆ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତ ୧-୨ରେ ପଛୁଆ ଅଛି । ଏହି ସିରିଜର ଶେଷ ମ୍ୟାଚ ୩ ଜାନୁଆରୀ ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ ।

େମ

କନକ ବ୍ୟୁରୋ: ଭାରତ- ଅଷ୍ଟ୍ରେଲିଆ ଭିତରେ ଜାରି ରହିଛି ବର୍ଡର ଗାଭାସ୍କର ଟ୍ରଫି । ଏହି ୫ଟିକିଆ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତ ୧-୨ରେ ପଛୁଆ ଅଛି । ଏହି ସିରିଜର ଶେଷ ମ୍ୟାଚ ୩ ଜାନୁଆରୀ ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ । ତେବେ ଏହି ଟେଷ୍ଟ ମ୍ୟାଚର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ଆଜି ପ୍ରେସ କନଫରେନ୍ସ କରିଛନ୍ତି ଭାରତୀୟ ଟିମର ହେଡ କୋଚ ଗୌତମ ଗମ୍ଭୀର । ଏହି ସମୟରେ ସେ ଏମିତି କିଛି କଥା କହିଛନ୍ତି ଯାହାକୁ ଶୁଣିଲେ ଲାଗିବ ଟିମରେ ମାହୋଲ କିଛି ଠିକ ଚାଲିନାହିଁ । 

ଗୌତମ ଗମ୍ଭୀର କହିଛନ୍ତି, ଯେତେବେଳେ ଯାଏ ଡ୍ରେସିଂ ରୁମରେ ସଚ୍ଚୋଟ ଲୋକ ଅଛନ୍ତି, ସେତେବେଳ ଯାଏଁ ଟିମ ଇଣ୍ଡିଆ ସୁରକ୍ଷିତ ଲୋକଙ୍କ ହାତରେ ରହିବ । କେବଳ ଗୋଟିଏ ଜିନିଷ ଆପଣଙ୍କୁ ବଜାୟ ରଖିବାକୁ ପଡିବ ତାହା ହେଉଛି ପ୍ରଦର୍ଶନ । କୋଚ ଖେଳାଳିଙ୍କ ଭିତରେ ଯୁକ୍ତି ଡ୍ରେସିଂ ରୁମରେ ସୀମିତ ରହିବା ଦରକାର । ସବୁକିଛି ଠିକ ଅଛି, ଆମେ କାଲି ସବୁ କିଛି ଦେଖି ଅନ୍ତିମ ଏକାଦଶ ଘୋଷଣା କରିବୁ । ଏହା ଏକ ଟିମ ଗେମ ଏହାକୁ ସମସ୍ତଙ୍କୁ ସ୍ବିକାର କରିବାକୁ ପଡିବ । ଏହା କେବଳ ରିପୋର୍ଟ ଏଥିରେ କୌଣସି ସତ୍ୟତା ନାହିଁ । ମୋତେ କୌଣସି ରିପୋର୍ଟ ଉପରେ ଟିପ୍ପଣୀ କରିବା ଆବଶ୍ୟକତା ନାହିଁ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe