କନକ ବ୍ୟୁରୋ: କାଲିଠୁ ଖେଳାଯିବ ବର୍ଡର-ଗାଭାସ୍କର ଟେଷ୍ଟ ସିରିଜର ସିଡନୀ ଟେଷ୍ଟ । ତେବେ ଏହା ପୂର୍ବରୁ ଟିମ୍ ଇଣ୍ଡିଆକୁ ନେଇ ଆସିଛି ବଡ ଖବର । ଶେଷ ଟେଷ୍ଟରେ ଦଳରେ ନଜର ନ ଆସିପାରନ୍ତି ଦଳର କ୍ୟାପଟେନ୍ ରୋହିତ ଶର୍ମା । ତାଙ୍କ ସ୍ଥାନରେ ଦଳରେ ଶୁଭମନ୍ ଗିଲ୍ ଏଣ୍ଟ୍ରି ମାରିପାରନ୍ତି ବୋଲି ଜଣାପଡିଛି ।
ସୂଚନା ମୁତାବକ, କାଲି ଭାରତୀୟ ସମୟ ସକାଳ ୫ଟାରୁ ଏହି ମ୍ୟାଚ୍ ଆରମ୍ଭ ହେବାକୁ ଅଛି । ୪.୩୦ ମିନିଟ୍ ସମୟରେ ଟସ୍ ପଡିବ । ତେବେ ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଜଶପ୍ରୀତ ବୁମରା ଦଳର ଅଧିନାୟକ ଭାର ସମ୍ଭାଳିବେ ।
ତେବେ ରୋହିତଙ୍କ ସ୍ଥାନରେ ଶୁଭମନ୍ ଗିଲ୍ ଚୂଡ଼ାନ୍ତ ଏକାଦଶରେ ସାମିଲ ହେବା ଏକପ୍ରକାର ପକ୍କା । ରୋହିତଙ୍କ ଅନୁପସ୍ଥିତିରେ ଯଶସ୍ୱୀ ଜୟସଓ୍ୱାଲଙ୍କ ସହ ଓପନିଂ କରିବେ କେ ଏଲ ରାହୁଲ । ଏହାପରେ ଶୁଭମନ୍ ଗିଲ୍ ବ୍ୟାଟିଂ କ୍ରମରେ ନଜର ଆସିପାରନ୍ତି । ତେବେ ଶେଷ ଟେଷ୍ଟରେ ରିଷଭ ପନ୍ତଙ୍କ ଜାଗାରେ ଧ୍ରୁବ୍ ଜୁରେଲ୍ ମଧ୍ୟ ଚୂଡାନ୍ତ ଏକାଦଶରେ ସାମିଲ ହେଇପାରନ୍ତି ବୋଲି କିଛି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/01/02/mmzE75kPXtnvQjpgLk4J.jpg)