ଟି-୨୦ ବିଶ୍ୱକପ ପାଇଁ ଟିମ୍ ଇଣ୍ଡିଆ ଘୋଷଣା: ବାଦ ପଡ଼ିଲେ ଗିଲ୍, ଦଳକୁ ଫେରିଲେ ଇଶାନ କିସାନ

Advertisment

ଏଥର ଟି-୨୦ ବିଶ୍ୱକପ୍ ଭାରତ ଓ ଶ୍ରୀଲଙ୍କା ମିଳିତ ଭାବରେ ଆୟୋଜନ କରିବେ । ଏହି ଟୁର୍ଣ୍ଣାମେଣ୍ଟ ଫେବୃଆରି ୭ରୁ ଆରମ୍ଭ ହେବ ଏବଂ ଫାଇନାଲ ମ୍ୟାଚ୍ ୨୦ ମାର୍ଚ୍ଚରେ ଅନୁଷ୍ଠିତ ହେବ । ଗତଥରର ଚାମ୍ପିୟନ ଭାରତୀୟ ଦଳକୁ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଗ୍ରୁପ୍-ଏ' ରେ ରଖାଯାଇଛି ।

ଏଥର ଟି-୨୦ ବିଶ୍ୱକପ୍ ଭାରତ ଓ ଶ୍ରୀଲଙ୍କା ମିଳିତ ଭାବରେ ଆୟୋଜନ କରିବେ । ଏହି ଟୁର୍ଣ୍ଣାମେଣ୍ଟ ଫେବୃଆରି ୭ରୁ ଆରମ୍ଭ ହେବ ଏବଂ ଫାଇନାଲ ମ୍ୟାଚ୍ ୨୦ ମାର୍ଚ୍ଚରେ ଅନୁଷ୍ଠିତ ହେବ । ଗତଥରର ଚାମ୍ପିୟନ ଭାରତୀୟ ଦଳକୁ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଗ୍ରୁପ୍-ଏ' ରେ ରଖାଯାଇଛି ।

Team India-

Team India-

କନକ ବ୍ୟୁରୋ: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ୨୦୨୬ ପାଇଁ ଆଜି(ଶନିବାର) ଭାରତୀୟ ଦଳ ଘୋଷଣା କରାଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ସୂର୍ଯ୍ୟକୁମାର ଯାଦବ ଭାରତୀୟ ଦଳର ନେତୃତ୍ୱ ନେବେ, ଅନ୍ୟପଟେ ଖରାପ ଫର୍ମ ଦେଇ ଗତି କରୁଥିବା ଶୁଭମନ ଗିଲ୍‌ଙ୍କୁ ଦଳରେ ସ୍ଥାନ ମିଳିନାହିଁ । ଆଉ ଝାଡ଼ଖଣ୍ଡକୁ ସୟଦ ମୁସ୍ତାକ ଅଲି ଟ୍ରଫି ଜିତାଇଥିବା ଇଶାନ କିସାନ ବହୁତ ଦିନ ପରେ ଦଳକୁ ଫେରିଛନ୍ତି । ୧୬ ଜଣିଆ ଦଳରେ ସଞ୍ଜୁ ସାମ୍‌ସନ୍‌ଙ୍କୁ ମଧ୍ୟ ସାମିଲ କରାଯାଇଛି । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ମୁଖ୍ୟାଳୟରେ ଚୟନକର୍ତ୍ତାଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା, ଯାହା ପରେ ବିସିସିଆଇ ସମ୍ପାଦକ ଦେବଜିତ ସାଇକିଆ ଏକ ସାମ୍ବାଦିକ ସମ୍ମିଳନୀରେ ଦଳ ଘୋଷଣା କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ମଧ୍ୟ ଉପସ୍ଥିତ ଥିଲେ ।

ଏଥର ଟି-୨୦ ବିଶ୍ୱକପ୍ ଭାରତ ଓ ଶ୍ରୀଲଙ୍କା ମିଳିତ ଭାବରେ ଆୟୋଜନ  କରିବେ । ଏହି ଟୁର୍ଣ୍ଣାମେଣ୍ଟ  ଫେବୃଆରି ୭ରୁ ଆରମ୍ଭ ହେବ ଏବଂ ଫାଇନାଲ ମ୍ୟାଚ୍ ୨୦ ମାର୍ଚ୍ଚରେ ଅନୁଷ୍ଠିତ ହେବ । ଗତଥରର ଚାମ୍ପିୟନ ଭାରତୀୟ ଦଳକୁ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଗ୍ରୁପ୍-ଏ' ରେ ରଖାଯାଇଛି । ଏହି ଗ୍ରୁପ୍‌ରେ ଆମେରିକା, ନାମିବିଆ, ନେଦରଲ୍ୟାଣ୍ଡ ଏବଂ ପାକିସ୍ତାନ ଦଳ ମଧ୍ୟ ରହିଛନ୍ତି ।

ବିଶେଷ କଥା ହେଉଛି ଟିମ୍ ଇଣ୍ଡିଆ ନିଜ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ଚାରୋଟି ଭିନ୍ନ ଭିନ୍ନ ଷ୍ଟାଡିୟମରେ ଖେଳିବ । ଭାରତୀୟ ଦଳର ଗ୍ରୁପ୍ ମ୍ୟାଚ୍ ଅରୁଣ ଜେଟଲୀ ଷ୍ଟାଡିୟମ (ଦିଲ୍ଲୀ), ୱାଙ୍ଖେଡେ ଷ୍ଟାଡିୟମ (ମୁମ୍ବାଇ), ଆର୍. ପ୍ରେମଦାସା ଷ୍ଟାଡିୟମ (କଲମ୍ବୋ) ଏବଂ ନରେନ୍ଦ୍ର ମୋଦୀ ଷ୍ଟାଡିୟମ (ଅହମ୍ମଦାବାଦ) ରେ ଆୟୋଜିତ ହେବ ।

ଟି-୨୦ ବିଶ୍ୱକପ୍ ପାଇଁ ୧୫ ଜଣିଆ ଭାରତୀୟ ଦଳ:
ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଅକ୍ଷର ପଟେଲ (ଉପ-ଅଧିନାୟକ), ଅଭିଷେକ ଶର୍ମା, ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଜିତେଶ ଶର୍ମା (ୱିକେଟକିପର), ସଞ୍ଜୁ ସାମସନ (ୱିକେଟକିପର), କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ, ଜସପ୍ରୀତ ବୁମ୍ରା, ଅର୍ଶଦୀପ ସିଂ, ରିଙ୍କୁ ସିଂ, ହର୍ଷିତ ରାଣା ଏବଂ ଇଶାନ କିସାନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe