ଏସିଆ କପ ପାଇଁ ଘୋଷଣା ହେଲା ଟିମ୍ ଇଣ୍ଡିଆ: ଶ୍ରେୟାସଙ୍କୁ ମିଳିଲାନି ସ୍ଥାନ, ଶୁବମନ ଗିଲ୍ ଉପ ଅଧିନାୟକ

ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ବିସିସିଆଇ ସଚିବ ଦେବଜିତ ସାଇକିଆଙ୍କୁ ଭେଟି ଦଳ ଘୋଷଣା କରିଛନ୍ତି । ଶୁବମନ ଗିଲଙ୍କୁ ଟି-20 ଫର୍ମାଟର ଏସିଆ କପ୍ ପାଇଁ ଉପ-ଅଧିନାୟକ ଦାୟିତ୍ୱ ଦିଆଯାଇଛି । ସେହିପରି ଭାରତୀୟ ଷ୍ଟାର ବୋଲର ଯଶପ୍ରିତ ବୁମରାହଙ୍କୁ ଏସିଆ କପରେ ସ୍ଥାନ ମିଳିଛି । 

asia

Photograph: (social media)

କନକ ବ୍ୟୁରୋ: ଏସିଆ କପ୍ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ଦଳର ଅଧିନାୟକ ଦାୟିତ୍ୱ ସୂର୍ଯ୍ୟକୁମାର ଯାଦବଙ୍କୁ ଦିଆଯାଇଛି । ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ବିସିସିଆଇ ସଚିବ ଦେବଜିତ ସାଇକିଆଙ୍କୁ ଭେଟି ଦଳ ଘୋଷଣା କରିଛନ୍ତି । ଶୁବମନ ଗିଲଙ୍କୁ ଟି-20 ଫର୍ମାଟର ଏସିଆ କପ୍ ପାଇଁ ଉପ-ଅଧିନାୟକ ଦାୟିତ୍ୱ ଦିଆଯାଇଛି । ସେହିପରି ଭାରତୀୟ ଷ୍ଟାର ବୋଲର ଯଶପ୍ରିତ ବୁମରାହଙ୍କୁ ଏସିଆ କପରେ ସ୍ଥାନ ମିଳିଛି । 

ସେହିପରି ଶ୍ରେୟାସ ଆୟର ଆଉ ଯଶସ୍ୱୀ ଜୟସ୍ୱାଲଙ୍କୁ ଟିମରେ ସ୍ଥାନ ମିଳିନାହିଁ । ଅଭିଷେକ ଶର୍ମାଙ୍କୁ ଦଳରେ ସୁଯୋଗ ମିଳିଥିବାରୁ ସେ ଶୁବମନ ଗିଲଙ୍କ ସହ ଓପନିଂ ଦାୟିତ୍ୱ ସମ୍ଭାଳି ପାରନ୍ତି । ସେହିପରି ଓ୍ବିକେଟ କିପର ଭାବେ ଜିତେଶ ଶର୍ମା ଓ ସଞ୍ଜୁ ସାମସନଙ୍କୁ ଦଳରେ ସାମିଲ କରାଯାଇଛି । 

ଭାରତୀୟ ଦଳ 
ସୂର୍ଯ୍ୟକୁମାର ଯାଦବ, ଶୁବମନ ଗିଲ, ଅଭିଷେକ ଶର୍ମା, ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ଷର ପଟେଲ, ଜିତେଶ ଶର୍ମା, ବରୁଣ ଚକ୍ରବର୍ତ୍ତୀ, ଅର୍ଶଦୀପ ସିଂ, କୁଲଦୀପ ଯାଦବ, ସଞ୍ଜୁ ସାମସନ , ହର୍ଷିତ ରାଣା, ରିଙ୍କୁ ସିଂ, ଯଶପ୍ରିତ ବୁମରାହ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe