ଭାରତର ବ୍ୟାଟିଂ ବିପର୍ଯ୍ୟୟ। ମାତ୍ର ୪୬ ରନରେ ଅଲଆଉଟ ହେଲା ଟିମ୍ ଇଣ୍ଡିଆ ।

ଭାରତର ବ୍ୟାଟିଂ ବିପର୍ଯ୍ୟୟ। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ମାତ୍ର ୪୬ ରନରେ ଅଲଆଉଟ ହେଲା ଟିମ୍ ଇଣ୍ଡିଆ । ଖାତା ଖୋଲିପାରିଲେନି ୫ ବ୍ୟାଟର।

team india all out

କନକ ବ୍ୟୁରୋ : ଭାରତର ବ୍ୟାଟିଂ ବିପର୍ଯ୍ୟୟ। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ମାତ୍ର ୪୬ ରନରେ ଅଲଆଉଟ ହେଲା ଟିମ୍ ଇଣ୍ଡିଆ । ଖାତା ଖୋଲିପାରିଲେନି ୫ ବ୍ୟାଟର। ବର୍ଷା ପରେ ମାଟ ହେନରୀ ଓ ୱିଲିୟମ ଓରୁରକେ ଘାତକ ବୋଲିଂରେ ଧରାଶାୟୀ ଟିମ ଇଣ୍ଡିଆ। ବେଙ୍ଗାଲୁରରେ ଟିମ ଇଣ୍ଡିଆ ଦୟନୀୟ ପ୍ରଦର୍ଶନ ଦେଖିବାକୁ ମିଳିଛି, କିୱି ଫାଷ୍ଟ ବୋଲରଙ୍କୁ ଖେଲିବାରେ ଅସମର୍ଥ ହୋଇଛନ୍ତି ଟିମ ଇଣ୍ଡିଆର ବ୍ୟାଟର । ମାତ୍ର ୪୬ ରନରେ ଅଲ-ଆଉଟ ହୋଇଯାଇଛି ଟିମ ଇଣ୍ଡିଆ । ୫ଜଣ ଖେଳାଳି ଶୂନରେ ଆଉଟ ହୋଇଛନ୍ତି । ବିରାଟ କୋହଲି,  ସର୍ଫରାଜ ଖାନ, ଲୋକେଶ ରାହୁଲ, ରବିନ୍ଦ୍ର ଜାଡେଜା ଓ ରବିଚନ୍ଦ୍ରନ ଅଶ୍ବିନୀଙ୍କ ବ୍ୟାଟରୁ ରନ ଆସିନଥିଲା । ବର୍ଷା ଯୋଗୁଁ ପ୍ରଥମ ଦିନ ଖେଳ ହୋଇନଥିବା ବେଳେ ଦ୍ବିତୀୟ ଦିନରେ ନ୍ୟୁଜିଲ୍ୟାଣ୍ଡର ବୋଲରଙ୍କ ଆଗରେ ପିଚରେ ତିଷ୍ଠି ପାରିନଥିଲେ ଭାରତୀୟ ବ୍ୟାଟର । ମ୍ୟାଟ ହେନେରି ୫ଟି ୱିକେଟ ଓ ଓରୁରକେଙ୍କୁ ମିଳିଥିଲା ୪ ଟି ୱିକେଟ । ୱିକେଟକିପର ରିଷଭ ପନ୍ଥଙ୍କ ବ୍ୟାଟରୁ ଆସିଥିଲା ସର୍ବାଧିକ ୨୦ ରନ । ଆଡିଲେଡ ଟେଷ୍ଟରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ୩୬ରନରେ ଅଲ-ଆଉଟ ହୋଇଥିଲା ଆଉ ଏବେ ପୁଣି ଥରେ କମ ସ୍କୋରରେ ଅଲ-ଆଉଟ ହୋଇଛି ଟିମ ଇଣ୍ଡିଆ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe