ପୂଜାରାଙ୍କୁ ନେଇ ଟିମରେ ବିବାଦ: ଗମ୍ଭୀର ବନାମ ଅଗରକର

Advertisment

ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଭାରତୀୟ ବ୍ୟାଟରଙ୍କ ନୈରାଶ୍ୟଜନକ ପଦର୍ଶନ କେବଳ କ୍ରିକେଟ ପ୍ରେମୀ ନିରାସ କରିଛି ତାହା ନୁହେଁ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କୁ ମଧ୍ୟ ଆଘାତ ଦେଇଛି । ଏହାରି ଭିତରେ ଅଷ୍ଟ୍ରେଲିଆରୁ ଆସିଛି ଏକ ବଡ଼ ଖବର । ମୁହାଁମୁହିଁ ହୋଇଛନ୍ତି ଟିମ ଇଣ୍ଡିଆ ମୁଖ୍ୟ କୋଚ ଗୌତମ ଗମ୍ଭୀର ଓ ଚୟନ କମିଟି ।

ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଭାରତୀୟ ବ୍ୟାଟରଙ୍କ ନୈରାଶ୍ୟଜନକ ପଦର୍ଶନ କେବଳ କ୍ରିକେଟ ପ୍ରେମୀ ନିରାସ କରିଛି ତାହା ନୁହେଁ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କୁ ମଧ୍ୟ ଆଘାତ ଦେଇଛି । ଏହାରି ଭିତରେ ଅଷ୍ଟ୍ରେଲିଆରୁ ଆସିଛି ଏକ ବଡ଼ ଖବର । ମୁହାଁମୁହିଁ ହୋଇଛନ୍ତି ଟିମ ଇଣ୍ଡିଆ ମୁଖ୍ୟ କୋଚ ଗୌତମ ଗମ୍ଭୀର ଓ ଚୟନ କମିଟି ।

sdcwsxd

କନକ ବ୍ୟୁରୋ: ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଭାରତୀୟ ବ୍ୟାଟରଙ୍କ ନୈରାଶ୍ୟଜନକ ପଦର୍ଶନ କେବଳ କ୍ରିକେଟ ପ୍ରେମୀ ନିରାସ କରିଛି ତାହା ନୁହେଁ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କୁ ମଧ୍ୟ ଆଘାତ ଦେଇଛି । ଏହାରି ଭିତରେ ଅଷ୍ଟ୍ରେଲିଆରୁ ଆସିଛି ଏକ ବଡ଼ ଖବର । ମୁହାଁମୁହିଁ ହୋଇଛନ୍ତି ଟିମ ଇଣ୍ଡିଆ ମୁଖ୍ୟ କୋଚ ଗୌତମ ଗମ୍ଭୀର ଓ ଚୟନ କମିଟି ।

ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଚେତେଶ୍ବର ପୂଜାରାଙ୍କୁ ଟିମରେ ସାମିଲ କରିବାକୁ ନିଷ୍ପତ୍ତି ନେଇଥିଲେ ଗମ୍ଭୀର । କିନ୍ତୁ ସିଲେକ୍ସନ କମିଟି ଏଥିରେ ରାଜି ନଥିଲା। ତେଣୁ ପୂଜାରାଙ୍କୁ ଟିମରେ ସ୍ଥାନ ମିଳିନଥିଲା। ଏପରିକି ପ୍ରଥମ ମ୍ୟାଚରେ ଭାରତର ବିଜୟ ପରେ ମଧ୍ୟ ଗମ୍ଭୀର ପୁଜାରାଙ୍କୁ ଟିମରେ ସାମିଲ କରିବାକୁ ଦାବି କରିଥିଲେ। କିନ୍ତ ଚୟନ କମିଟି ରାଜିହୋଇନଥିଲା। ଆଉ ଏବେ ଭାରତୀୟ ବ୍ୟାଟରଙ୍କ ଖରାପ ପଦର୍ଶନ ପରେ ଟିମ ଇଣ୍ଡିଆର ଚୟନ କମିଟି ଏବଂ କୋଚଙ୍କ ମଧ୍ୟରେ ବିବାଦ ବଢିଛି। ଅଜିତ ଅଗରକର ନେତୃତ୍ବରେ ଥିବା ଚୟନ କମିଟି ଉପରେ ଖପ୍ପା ହୋଇଯାଇଛନ୍ତି ଗମ୍ଭୀର। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଇଣ୍ଡିଆନ ଡ୍ରେସିଂ ରୁମ ଦୁଇ ଭାଗ ହୋଇଯାଇଛି। 

ପୂଜାରା ଶେଷ ଥର ପାଇଁ ୨୦୨୩ ବିଶ୍ବ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ମ୍ୟାଚ ଖେଳିଥିଲେ । ଦୁଇଟି ଇନିଂସରେ ୧୪ ଏବଂ ୨୭ ରନ କରି ଆଉଟ ହୋଇଯାଇଥିଲେ । ଏହା ପରେ ତାଙ୍କୁ ଟିମରେ ସାମିଲ କରାଯାଇନଥିଲା। କିନ୍ତୁ ଅଷ୍ଟ୍ରେଲିଆ ବିପକ୍ଷରେ ୧୧ ଟି ଟେଷ୍ଟରେ ପୂଜାରା ୪୭.୨୮ ହାରରେ ୯୯୩ ରନ କରିଛନ୍ତି । ମୋଟ ଉପରେ ପୂଜାରା ୧୦୩ ଟେଷ୍ଟରେ ୪୩.୬୦ ହାରରେ ରନ କରିଛନ୍ତି ।

ମାତ୍ର ଦୁଇଟି ମ୍ୟାଚରେ ଖରାପ ପଦର୍ଶନ ପାଇଁ ପୂଜାରାଙ୍କ ଭଳି ଅଭିଜ୍ଞ ଟେଷ୍ଟ ବ୍ୟାଟରଙ୍କୁ ବସାଇ ଦିଆଯାଇଥିଲା। ଆଉ ଏବେ କ୍ୟାପଟେନ ରୋହିତ ଶର୍ମା, ଲୋକେଶ ରାହୁଲ, ବିରାଟ କୋହଲିଙ୍କ ଖରାପ ପଦର୍ଶନ ପରେ ତାଙ୍କ ଉପରକୁ ଅଙ୍ଗୁଳି ଉଠିଛି।

ଟିମ ଇଣ୍ଡିଆର ଅଭିଜ୍ଞ ବ୍ୟାଟର ବାରମ୍ବାର ଫେଲ ମାରିବା ପରେ ଗମ୍ଭୀର ରାଗି ଯାଇଛନ୍ତି। କୁହାଯାଉଛି ଆସନ୍ତା ଅଷ୍ଟ୍ରେଲିଆ ବିପକ୍ଷ ପଞ୍ଚମ ଟେଷ୍ଟ ରୋହିତଙ୍କ ଶେଷ ଟେଷ୍ଟ ହୋଇପାରେ। କିନ୍ତୁ କୋହଲି ଓ ରାହୁଲଙ୍କୁ ଆଉ କିଛି ମ୍ୟାଚ ଖେଳିବାକୁ ସୁଯୋଗ ମିଳିପାରେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe