କନକ ବ୍ୟୁରୋ : ସ୍କୁଲ ସ୍କୁଲ ଭଳି ରହୁନି , ଅପ୍ରିତିକର ପରିବେଶରେ ପାଠ ପଢୁଛନ୍ତି ସ୍କୁଲ ଛାତ୍ର ଛାତ୍ରୀ । ରାଜ୍ୟର ଏକ ସ୍କୁଲ ପରିଦର୍ଶନ ବେଳର ଉଦାହରଣ ଦେଇ ଉଦବେଗ ପ୍ରକାଶ କଲେ ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସ୍କୁଲ ପରିସରକୁ ଶିକ୍ଷା ଉପଯୋଗୀ ରଖିବାକୁ ଶିକ୍ଷକର ମାନସିକତାରେ ପରିବର୍ତନ ଆସିବା ଦରକାର ବୋଲି କହିଛନ୍ତି ମନ୍ତ୍ରୀ । ଏଥିସହ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାକୁ ଆହ୍ବାନ ଦେଲେ କଲେ ମନ୍ତ୍ରୀ ।
ରାଜ୍ୟ ସ୍ତରୀୟ ନବ ଭାରତ ସାକ୍ଷାତକାର କାର୍ଯ୍ୟକ୍ରମ ଅବସରରେ ବ୍ଲକ ଓ ଜିଲ୍ଲା ସ୍ତରୀୟ ଅଧିକାରୀ ଙ୍କ କର୍ମଶାଳା ରେ ଗଣଶିକ୍ଷା ମନ୍ତ୍ରୀଙ୍କ ବୟାନ । ରାଜ୍ୟ ରେ ୨୦୨୫ -୨୬ ରେ ୨୨ ଲକ୍ଷ ୬ହଜାର ୬୦୦ ଲୋକଙ୍କୁ କିପରି ସାକ୍ଷର କରାଯିବ ନେଇ ଟ୍ରେନିଂ ଦିଆଯାଇଥିବା କହିଛନ୍ତି ମନ୍ତ୍ରୀ । ସେପେଟ ମନ୍ତ୍ରୀ ଏଭଳି ଆହ୍ବାନକୁ ଦୁର୍ଭାଗ୍ୟଜନକ କହିଛନ୍ତି ପ୍ରାଥମିକ ଶିକ୍ଷକ ସଂଘ ସଭାପତି ବ୍ରହ୍ମାନନ୍ଦ ମହାରଣା ।