ଆସନ୍ତାକାଲି ରାଜଧାନୀରେ ଗର୍ଜିବେ ଶିକ୍ଷକ ସଂଘ, ବିଭିନ୍ନ ଦାବି ନେଇ ଲୋୟର ପିଏମଜିରେ କରିବେ ଆନ୍ଦୋଳନ..

Advertisment

ବିଭିନ୍ନ ଦାବି ନେଇ ଲୋୟର ପିଏମଜିରେ କରିବେ ଆନ୍ଦୋଳନ, ଶିକ୍ଷକ ଓ ଶିକ୍ଷା କର୍ମଚାରୀଙ୍କୁ ପେନସନ, ଅବସର କାଳୀନ ସୁବିଧା ଦାବି..

ବିଭିନ୍ନ ଦାବି ନେଇ ଲୋୟର ପିଏମଜିରେ କରିବେ ଆନ୍ଦୋଳନ, ଶିକ୍ଷକ ଓ ଶିକ୍ଷା କର୍ମଚାରୀଙ୍କୁ ପେନସନ, ଅବସର କାଳୀନ ସୁବିଧା ଦାବି..

ରାସ୍ତାକୁ ଓହ୍ଲାଇବେ ଶିକ୍ଷକ

ରାସ୍ତାକୁ ଓହ୍ଲାଇବେ ଶିକ୍ଷକ Photograph: (kanaknews)

କନକ ବ୍ୟୁରୋ :  ଆସନ୍ତା ୧୦ ତାରିଖରେ ରାଜଧାନୀରେ ଗର୍ଜିବେ ଶିକ୍ଷକ ସଂଘ । ବିଭିନ୍ନ ଦାବି ନେଇ ରାଜଧାନୀ ରାଜରାସ୍ତାକୁ ଓହ୍ଲାଇବ ଓଡ଼ିଶା ସ୍କୁଲ୍ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ ସମିତି । ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛି ସଂଘ । ସମସ୍ତ ଅନୁଦାନ ଯୋଗ୍ୟ ବିଦ୍ୟାଳୟକୁ ତୁରନ୍ତ ଅନୁଦାନ ପ୍ରଦାନ କରିବା । ଅବସର ନେଉଥିବା ଶିକ୍ଷକ ଓ ଶିକ୍ଷା କର୍ମଚାରୀଙ୍କୁ ପେନସନ, ଅବସର କାଳୀନ ସୁବିଧା ଆଦି ଦାବିରେ ରାଜରାସ୍ତାକୁ ଓହ୍ଲାଇବ ସଂଘ ।

ପୂର୍ବ ସରକାର ସମୟରୁ ଏନେଇ ଦାବି ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନି । ସେହି ସମୟରେ ବିରୋଧୀ ଦଳ ମୁଖ୍ୟ ସଚେତକ ଥିବା ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶିକ୍ଷକ ସଂଘର ଦାବିକୁ ସମର୍ଥନ କରୁଥିଲେ । ତେଣୁ ତାଙ୍କଠାରୁ ଆଶା କରୁଥିବା କହିଛନ୍ତି ସଂଘର ଆବାହକ । ଯଦି ସରକାର ଏହାକୁ ନେଇ କୌଣସି ନିଷ୍ପତି ନନେବେ ତେବେ ଆଗକୁ ଆନ୍ଦୋଳନ ଜୋର୍ ଧରିବ ବୋଲି ସଂଘ ଚେତେଇ ଦେଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe