କନକ ବ୍ୟୁରୋ : ଆସନ୍ତା ୧୦ ତାରିଖରେ ରାଜଧାନୀରେ ଗର୍ଜିବେ ଶିକ୍ଷକ ସଂଘ । ବିଭିନ୍ନ ଦାବି ନେଇ ରାଜଧାନୀ ରାଜରାସ୍ତାକୁ ଓହ୍ଲାଇବ ଓଡ଼ିଶା ସ୍କୁଲ୍ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ ସମିତି । ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛି ସଂଘ । ସମସ୍ତ ଅନୁଦାନ ଯୋଗ୍ୟ ବିଦ୍ୟାଳୟକୁ ତୁରନ୍ତ ଅନୁଦାନ ପ୍ରଦାନ କରିବା । ଅବସର ନେଉଥିବା ଶିକ୍ଷକ ଓ ଶିକ୍ଷା କର୍ମଚାରୀଙ୍କୁ ପେନସନ, ଅବସର କାଳୀନ ସୁବିଧା ଆଦି ଦାବିରେ ରାଜରାସ୍ତାକୁ ଓହ୍ଲାଇବ ସଂଘ ।
ପୂର୍ବ ସରକାର ସମୟରୁ ଏନେଇ ଦାବି ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନି । ସେହି ସମୟରେ ବିରୋଧୀ ଦଳ ମୁଖ୍ୟ ସଚେତକ ଥିବା ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶିକ୍ଷକ ସଂଘର ଦାବିକୁ ସମର୍ଥନ କରୁଥିଲେ । ତେଣୁ ତାଙ୍କଠାରୁ ଆଶା କରୁଥିବା କହିଛନ୍ତି ସଂଘର ଆବାହକ । ଯଦି ସରକାର ଏହାକୁ ନେଇ କୌଣସି ନିଷ୍ପତି ନନେବେ ତେବେ ଆଗକୁ ଆନ୍ଦୋଳନ ଜୋର୍ ଧରିବ ବୋଲି ସଂଘ ଚେତେଇ ଦେଇଛି ।