ପୁଣି ଫେରିଲା ଶିକ୍ଷକ ଆନ୍ଦୋଳନ, ରାଜରାସ୍ତାରେ ପ୍ରାଥମିକ ଶିକ୍ଷକଙ୍କ ଗର୍ଜନ

Advertisment

ଚୁଲିକୁ ଗଲାଣି ପିଲାଙ୍କ ପାଠପଢ଼ା । ସେପଟେ ଆନ୍ଦୋଳନରୁ ଓହରିବାକୁ ଗଣଶିକ୍ଷା ମନ୍ତ୍ରୀଙ୍କ ଅନୁରୋଧ

ଚୁଲିକୁ ଗଲାଣି ପିଲାଙ୍କ ପାଠପଢ଼ା । ସେପଟେ ଆନ୍ଦୋଳନରୁ ଓହରିବାକୁ ଗଣଶିକ୍ଷା ମନ୍ତ୍ରୀଙ୍କ ଅନୁରୋଧ

Teacher Strike

Teacher Strike Photograph: (KanakNews)

କନକ ବ୍ୟୁରୋ: ରାଜଧାନୀ ରାଜରାସ୍ତା ଗର୍ଜିଲେ ପ୍ରାଥମିକ ଶିକ୍ଷକ । ସ୍କୁଲ ଛାଡି  ଲୋୟର ପିଏମଜିରେ  ଭିନ୍ନ ଢଙ୍ଗରେ ପ୍ରତିବାଦ କରିଛନ୍ତି ହଜାର ହଜାର ପ୍ରାଥମିକ ଶିକ୍ଷକ । ଚାକିରି ସାଙ୍ଗକୁ ୪୨୦୦ ଗ୍ରେଡ ପେ ଭଳି ୨ ଦଫା ଦାବିରେ ରାଜରାସ୍ତାରେ ଦୀପ ଜାଳି ପ୍ରତିବାଦ କରିଛନ୍ତି । ନିଜେ ଭକ୍ତ ଓ ନିଜେ ପୂଜକ ହୋଇ ରାସ୍ତା ମଝିରେ ଦୀପ, ଧୂପକାଠି ଜାଳି କଳସ ବସେଇ ଭଗବାନଙ୍କୁ ନିଜ ଦୁଃଖ ଜଣାଇଛନ୍ତି । ଶୁକ୍ରବାରଠାରୁ ଆଜିଯାଏଁ ଅହୋରାତ୍ର ଧାରଣା ଦେବାପରେ ମଧ୍ୟ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ସରକାରଙ୍କ ପକ୍ଷରୁ କୌଣସି ଆଲୋଚନା ହୋଇନାହିଁ । 

 ଅଧିକ ପଢନ୍ତୁ: ଦ୍ବିତୀୟ ଦିନରେ ଶିକ୍ଷକ ଆନ୍ଦୋଳନ : ଆନ୍ଦୋଳନରୁ ଓହରିବାକୁ ଗଣଶିକ୍ଷା ମନ୍ତ୍ରୀଙ୍କ ଅନୁରୋଧ

୨୦୧୭ରୁ ଶିକ୍ଷକମାନେ ଏଭଳି ଦାବି କରିଆସୁଛନ୍ତି  । ପ୍ରତିଶ୍ରୃତି ମିଳିଥିଲେ ବି କାର୍ଯ୍ୟକାରୀ ହେଉନଥିବାରୁ ରାସ୍ତାକୁ ଓହ୍ଲାଇଛନ୍ତି । ରାଜଧାନୀରେ ହଜାର ହଜାର ପ୍ରାଥମିକ ଶିକ୍ଷକ ଏକାଠି ହେବା ପରେ ସ୍କୁଲଗୁଡିକରେ ପାଠପଢା ପ୍ରଭାବିତ ହୋଇଛି । ସେପଟେ ପ୍ରାଥମିକ ଶିକ୍ଷକଙ୍କୁ ଆନ୍ଦୋଳନରୁ ଓହିରିବା ପାଇଁ ଅନୁରୋଧ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ । କହିଛନ୍ତି, ସରକାର ଶିକ୍ଷକଙ୍କ ସହ ଅଛନ୍ତି । ଦାବି ପୂରଣ ପାଇଁ ସରକାର ବିଚାର କରୁଛନ୍ତି । ଦାବି ପୂରଣ ନ ହେଲେ ଆନ୍ଦୋଳନ ଜାରି ରଖିବାକୁ ପ୍ରାଥମିକ ଶିକ୍ଷକ ଘୋଷଣା କରିଛନ୍ତି । ପ୍ରଶ୍ନ ଉଠୁଛି, ଶିକ୍ଷକଙ୍କ ଦାବି ପୂରଣ ହେବ କେବେ ?  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe