କନକ ବ୍ୟୁରୋ: ମର୍ଯ୍ୟାଦା ପାଇଁ ଆନ୍ଦୋଳନ। ବର୍ଷାରେ ଭିଜି ଭିଜି ଆନ୍ଦୋଳନ କରୁଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ। ଏହି ଆନ୍ଦୋଳନ କୌଣସି ଦରମା ବୃଦ୍ଧି ବା ଭତ୍ତା ପାଇଁ ନୁହଁ ବରଂ ମର୍ଯ୍ୟାଦା ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି ଶତାଧିକ ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ଶିକ୍ଷୟିତ୍ରୀ। ହାଇସ୍କୁଲ ଶିକ୍ଷକଙ୍କ ନୂତନ ଡ୍ରାଫ୍ଟ କ୍ୟାଡର ରୁଲ ପ୍ରଚଳନ ଦାବିରେ ଭୁବନେଶ୍ୱର ଲୋୟର ପିଏମଜିରେ ଆମରଣ ଅନଶନରେ ବସିଛନ୍ତି। ଶିକ୍ଷାଗତ ଯୋଗ୍ୟତା, ଦରମା ଆଦି ସବୁକିଛି ସମାନ ଥିବାବେଳେ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଭଳି ପଦୋନ୍ନତି ଓ ଅନ୍ୟତ୍ର ବଦଳି ହେବାର ସୁଯୋଗ ଏହି ବର୍ଗ ପାଇଁ ନାହିଁ। ଦାବି ପୂରଣ ନହେବା ଯାଏ ଭୁବନେଶ୍ୱର ଲୋୟର ପିଏମଜିରେ ଅନିର୍ଦ୍ଦିଷ୍ଟ କାଳ ଯାଏ ଆମରଣ ଅନଶନ ଜାରି ରହିବ ବୋଲି ସଂଘ କହିଛି।
ରାଜଧାନୀ ରାଜରାସ୍ତାରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଆନ୍ଦୋଳନ: ମର୍ଯ୍ୟାଦା ପାଇଁ ବର୍ଷାରେ ଭିଜି ଭିଜି ପ୍ରତିବାଦ କରୁଛନ୍ତି ହିନ୍ଦୀ ଓ ସଂସ୍କୃତ ଶିକ୍ଷକ
ଏହି ଆନ୍ଦୋଳନ କୌଣସି ଦରମା ବୃଦ୍ଧି ବା ଭତ୍ତା ପାଇଁ ନୁହଁ ବରଂ ମର୍ଯ୍ୟାଦା ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି ଶତାଧିକ ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ଶିକ୍ଷୟିତ୍ରୀ। ହାଇସ୍କୁଲ ଶିକ୍ଷକଙ୍କ ନୂତନ ଡ୍ରାଫ୍ଟ କ୍ୟାଡର ରୁଲ ପ୍ରଚଳନ ଦାବିରେ ଭୁବନେଶ୍ୱର ଲୋୟର ପିଏମଜିରେ ଆମରଣ ଅନଶନରେ ବସିଛନ୍ତି।
/kanak/media/media_files/2025/08/21/3-2025-08-21-16-02-24.jpg)